ନାମରେ ନୁହେଁ, କାମରେ

ବୃହତ୍‌କାୟ ପ୍ରାଣୀ ହାତୀର ଜୀବନ ଏବେ ସଙ୍କଟରେ। ନିୟମିତ ବ୍ୟବଧାନରେ ହାତୀ ମୃତ୍ୟୁ ଖବର ପ୍ରକାଶ ପାଇଆସୁଛି। ଏ ମଧ୍ୟରେ ଓଡ଼ିଶାର ସଦ୍ୟ ହାତୀମୃତ୍ୟୁ ଘଟଣା ଅତ୍ୟନ୍ତ ଚିନ୍ତାଜନକ। ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ପରିତାପର ବିଷୟ ,ସେମାନଙ୍କ ମଧ୍ୟରୁ ୨ଟିର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭୁବନେଶ୍ୱର ନିକଟସ୍ଥ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଆଖିଆଗରେ ଚଳପ୍ରଚଳ ହେଉଥିବା ଦନ୍ତାହାତୀ ରାମୁର ଜୀବନ ବିଦ୍ୟୁତ୍‌ ଆଘାତରେ ଚାଲିଯାଇଛି। ଚୁନୁକୁଳି ବସ୍ତି ନିକଟ ଭରତପୁର ଜଙ୍ଗଲରୁ ତା’ମୃତଦେହ ଜବତ କରାଯାଇଛି। ଏହି ଘଟଣା ସୂଚିତ କରୁଛି ଯେ, ଜନବସତି ନିକଟରେ ଯେଉଁ ବିଦ୍ୟୁତ୍‌ ଲାଇନ ରହୁଛି ତାହାକୁ ଠିକ୍‌ ଭାବେ ଦେଖାଯାଉନାହିଁ। ଏଥିରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ଦାୟିତ୍ୱହୀନତା ପ୍ରମାଣିତ ହେଉଛି। ଏଥିସହ ହାତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ ବୋଲି ଜଣାପଡ଼ୁଛି। ସୁରକ୍ଷା ତ ଦୂରର କଥା,ହାତୀ ଚଲାପଥଗୁଡ଼ିକୁ ଅକ୍ଷୁଣ୍ଣ ନ ରଖି ରାଜ୍ୟ ସରକାର ଚନ୍ଦକା ଭଳି ଜଙ୍ଗଲ ଏରିଆରେ ଶିଳ୍ପାଞ୍ଚଳକୁ ଅନୁମତି ଦେଇଛନ୍ତି, ଯାହାକି ହାତୀଙ୍କ ଚଲାପଥକୁ ଛିନ୍ନବିଚ୍ଛିନ୍ନ କରିଦେଇଛି। ଖୋଦ୍‌ ଭରତପୁର ନିକଟରେ ଜନବସତି ଏପରିକି ବଡ଼ ବଡ଼ କଲେଜ ଏବଂ ନୂଆକରି ଗଢ଼ି ଉଠୁଥିବା ଆର୍ପାଟମେଣ୍ଟ, ସ୍କୁଲ ଓ ଟାଉନଶିପ୍‌ ଆଗକୁ ସ୍ଥିତିକୁ ଆହୁରି ସଙ୍ଗିନ କରିବ। ଏହି ହାତୀ ଚଳପ୍ରଚଳ ଅଞ୍ଚଳରେ ପ୍ରଗତି ନାଁରେ ଚଉଡ଼ା ରାସ୍ତା, କଳକାରଖାନା ଏପରିକି ସିମେଣ୍ଟ ଫ୍ୟାକ୍ଟ୍ରି ଗଢ଼ିଉଠିଛି। ଏହା ହାତୀଙ୍କ ପ୍ରତି ବିପଦ ଟାଣି ଆଣିବା ସହ ମଣିଷ ଜୀବନ ଉପରେ ସଙ୍କଟ ସୃଷ୍ଟି କରିବ।
ରାମୁର ମୃତ୍ୟୁ ବ୍ୟତୀତ ଅଗଷ୍ଟ ୧୮ରେ ସମ୍ବଲପୁର ରେଢ଼ାଖୋଲରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୋଟିଏ ମାଈହାତୀର ମୃତ୍ୟୁହେବା ସହ ସୁନ୍ଦରଗଡ଼ ବରସୁଆଁ ରେଞ୍ଜ ଡିଭିଜନରେ ମାଲବାହୀ ଟ୍ରେନ୍‌ରେ କଟି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଦେଖିବାକୁ ଗଲେ ପ୍ରାକୃତିକ ମୃତ୍ୟୁ ତୁଳନାରେ ବିଦ୍ୟୁତ୍‌ ଆଘାତ ଓ ଟ୍ରେନ୍‌ ଧକ୍କାରେ ହାତୀଙ୍କର ଅଧିକ ମୃତ୍ୟୁ ହେଉଛି। ଶିକାରୀମାନେ ହାତୀଦାନ୍ତ ପାଇଁ ବିନା ଭୟରେ ଶିକାର କରୁଛନ୍ତି। ଏହାସହ ହାତୀ-ମଣିଷ ସଂଘର୍ଷ ବୃଦ୍ଧିପାଇବା ଯୋଗୁ ଉଭୟଙ୍କ ଉପରେ ସଙ୍କଟ ବଢୁଛି। ଜଙ୍ଗଲ କ୍ଷୟ ଓ ଖାଦ୍ୟାଭାବ ଯୋଗୁ ହାତୀ ଜନବସତିକୁ ଆସୁଛନ୍ତି ଓ ଏଥିରୁ ସଂଘର୍ଷ ଆହୁରି ତୀବ୍ର ହେଉଛିି। ହାତୀ-ମଣିଷ ସଂଘର୍ଷରେ ୨୦୧୩-୨୦୨୩ ମଧ୍ୟରେ ୭୯୪ ହାତୀଙ୍କ ମୃତ୍ୟୁ ଓ ୧୧୦୦ ଲୋକଙ୍କର ପ୍ରାଣହାନି ସହ ୬୫୦ ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିିଛି। କେବଳ ଏତିକି ନୁହେଁ , ବିଦ୍ୟୁତ୍‌ ବିତରକ କମ୍ପାନୀଙ୍କ ଖାମଖିଆଲ ମନୋଭାବ ଯୋଗୁ ହାଇ ଭୋଲ୍‌ଟେଜ ଲାଇନ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏସବୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କର ବେପରୁଆ ମନୋଭାବ ରହୁଥିବା ଦେଖାଯାଉଛି। ଏଥିସହ ଏବେ ରାଜ୍ୟରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡର ମୋଟ ଦେଢ଼ ହଜାରରୁ ଅଧିକ ପଦବୀ ଖାଲିପଡ଼ିଛି। ୨୦୧୮ରେ ଢେଙ୍କାନାଳର କମଳାଙ୍ଗ ଗାଁ ନିକଟରେ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକାବେଳକେ ୭ଟି ହାତୀଙ୍କ ମୃତ୍ୟୁ ହେବା ଓଡ଼ିଶାରେ ହାତୀ ମୃତ୍ୟୁ ଇତିହାସର ଏକ ବଡ଼ ଘଟଣା ଥିଲା। ଏହାପରେ ମଧ୍ୟ ହାତୀ ସୁରକ୍ଷା ଦିଗରେ ସେଭଳି କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇନାହିଁ। ହାତୀ ମୃତ୍ୟୁ ରୋକିବା ପାଇଁ କରାଯାଉଥିବା ଯୋଜନା ଓ ତାହାର କାର୍ଯ୍ୟକାରିତା ଭିତରେ ଆକାଶ ପାତାଳ ପ୍ରଭେଦ ଥିବା ଭଳି ମନେହେଉଛି।
ଉଲ୍ଲେଖନୀୟ ଯେ, ଭାରତରେ ଏବେ ପାଖାପାଖି ୩୦ ହଜାର ହାତୀ ଅଛନ୍ତି। ହାତୀ ସଂଖ୍ୟାରେ କର୍ନାଟକ(୬,୦୪୯), ଆସାମ(୫,୭୧୯), କେରଳ (୩,୦୫୪), ତାମିଲନାଡୁ(୨,୭୬୧) ପଛକୁ ରହିଛି ଓଡ଼ିଶା। ଚଳିତ ବର୍ଷ ଜୁନ୍‌ରେ ପ୍ରକାଶ ପାଇଥିବା ଅଲ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌, ୨୦୨୪ରୁ ଜଣାପଡ଼ିଛି ଯେ ଓଡ଼ିଶାରେ ମୋଟ ୨,୦୯୮ ହାତୀ ଅଛନ୍ତି। ୨୦୧୭ ରେ ଏହି ସଂଖ୍ୟା ୧,୯୭୬ ଥିଲା। ଏହି ତଥ୍ୟକୁ ଦର୍ଶାଇ ସରକାର ଓ ବନ ବିଭାଗ ଉତ୍‌ଫୁଲ୍ଲିତ ହୋଇପାରନ୍ତି, କିନ୍ତୁ ମନେରଖିବାକୁ ହେବ ଯେ, ଭାରତବର୍ଷରେ ହାତୀ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ରହିଛି। ଏଠାରେ ସୂଚିତ କରାଯାଇପାରେ, ହାତୀ-ମଣିଷ ସଂଘର୍ଷଜନିତ ମୃତ୍ୟୁ ରୋକିବା ଲାଗି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୨୦୨୨ରେ ବନ ବିଭାଗ, ଓଡ଼ିଶା ପୋଲିସ ଏବଂ ଓ୍ବାଇଲ୍ଡ ଲାଇଫ୍‌ ଆକ୍ଟିଭିଷ୍ଟଙ୍କୁ ନେଇ ଏକ ଜଏଣ୍ଟ ଟାସ୍କଫୋସ(ଜେଟିଏଫ୍‌) ଗଠନ କରିବାକୁ କହିଥିଲେ। ଏବେ ଜେଟିଏଫ୍‌ ସହ ବନ୍ୟଜନ୍ତୁ ସୁରକ୍ଷା ଆଇନ ରହିଛି ଓ ସରକାରଙ୍କ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ବି କାମ କରୁଛି। ମନେକରାଯାଉଥିଲା ଯେ, ଏହି ପଦକ୍ଷେପ ପରେ ହାତୀ ମୃତ୍ୟୁ ନିୟନ୍ତ୍ରଣକୁ ଆସିିପାରିବ। କିନ୍ତୁ ତାହା ସମ୍ଭବ ହୋଇପାରୁନାହିଁ। ତେବେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ସମାଧାନ କରିବାକୁ ହେଲେ କେତେକ ଦିଗ ଉପରେ ବିଚାର କରିବାକୁ ହେବ। ଗତ ୨ଦଶନ୍ଧି ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ପିଇବା ପାଣିର ଅଭାବ ଦେଖାଯାଇଛି। ଅନ୍ୟ ପକ୍ଷରେ ଟ୍ରେନ୍‌ ଲାଇନ ଓ ରାସ୍ତାର ବିକାଶ ତଥା ସହର ଜଙ୍ଗଲମୁଖୀ ହେବା ଯୋଗୁ ସେମାନେ ଅସୁରକ୍ଷିତ ମଣୁଛନ୍ତି ଏବଂ ଜନବସତି ଆଡ଼କୁ ଚାଲିଆସୁଛନ୍ତି। ପ୍ରତିକାର ସ୍ବରୂପ, ଜଙ୍ଗଲରେ କୃତ୍ରିମ ହ୍ରଦ ସୃଷ୍ଟି କରିବା ସହ ଖାଦ୍ୟ ପାଇଁ ବିଭିନ୍ନ ଫଳଜାତୀୟ ଗଛ ରୋପଣ କରାଯିବା ଦରକାର। ଶିକାରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ଅଧିକ ସଂଖ୍ୟକ ଫରେଷ୍ଟ ଗାର୍ଡ ସହିତ ଅତ୍ୟାଧୁନିକ କ୍ୟାମେରା ଭଳି ନୂତନ ପ୍ରଯୁକ୍ତି ମଧ୍ୟ ବ୍ୟବହାର କରାଯାଇପାରେ। ଏଥିସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇବା ଏବଂ କୋର୍‌ ଏଲିଫ୍ୟାଣ୍ଟ ଜୋନ୍‌ରୁ ଜନବସତିକୁ ହଟାଇବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଶିକାରୀଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ ସେମାନଙ୍କୁ ଆକର୍ଷଣୀୟ ଅର୍ଥ ପୁରସ୍କାର ଦିଆଗଲେ ପରିସ୍ଥିତିରେ ସୁଧାର ଆସିପାରନ୍ତା। ଏହା ବ୍ୟତୀତ ହାତୀ ଚଳପ୍ରଚଳ ଅଞ୍ଚଳରେ ଗ୍ରାମବାସୀଙ୍କୁ ସେହି ପ୍ରାଣୀର ସୁରକ୍ଷା ପାଇଁ ସରକାର ‘ହାତୀ ବନ୍ଧୁ’ର ମାନ୍ୟତା ସହ ଆର୍ଥିକ ପ୍ରୋତ୍ସାହନ ଦିଆଯାଉ। ଏହା ସହ ତାମିଲନାଡୁରେ ଟ୍ରେନ୍‌ ଦୁର୍ଘଟଣାରେ ହେଉଥିବା ହାତୀ ମୃତ୍ୟୁ ରୋକିବା ଲାଗି ଏଆଇ ଆଧାରିତ ପୂର୍ବ ସତର୍କ ସୂଚନା ଦେବାର ବ୍ୟବସ୍ଥା ଓଡ଼ିଶା ସରକାର ଆପଣାଇବା ନିହାତି ଜରୁରୀ। ହାତୀ ସୁରକ୍ଷା ନାମରେ ନୁହେଁ, କାମରେ ହେବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri