HMPV ନୁହେଁ ଚାଇନାରେ ମାଡିଗଲାଣି ଆଉ ଏକ ଭାଇରସ, ଫୁସଫୁସରେ ହେଉଛି…ଭାରତରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୬।୧: ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇ ବ୍ୟାପିବାରେ ଲାଗିଛି। ଏଯାଏ ୨ଟି ଶିଶୁ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। କହିରଖୁଛୁ କି, ବିଶେଷତଃ ୩ମାସ ଓ ୮ମାସର ପିଲାମାନଙ୍କଠାରେ ଏହି ଜୀବାଣୁ ଚିହ୍ନଟ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନାରେ ମାନବ ମେଟାପ୍ନୁମୋଭାଇରସ କାରଣରୁ ବହୁ ସଂଖ୍ୟକ ଶିଶୁ ସଂକ୍ରମିତ ହେଉଛନ୍ତି। ଯଦିଓ ଚୀନ ଏହି ରିପୋର୍ଟଗୁଡିକୁ ନିଶ୍ଚିତ କରିନାହିଁ, କିନ୍ତୁ ଭାଇରସ ସଂକ୍ରମଣର ଇତିହାସକୁ ଅନୁଧ୍ୟାନ କଲେ ଚାଇନା ଠାରୁ ଏସବୁ ବ୍ୟାପୁଛି ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ, ଏହା ମଧ୍ୟ କୁହାଯାଉଛି ଯେ ଚାଇନାରେ କେବଳ ମାନବ ମେଟାପ୍ନୁମୋଭାଇରସ ନୁହେଁ, ଅନ୍ୟାନ୍ୟ ଅନେକ ରୋଗ ମଧ୍ୟ ଦେଖାଯାଇଛି।

ଚାଇନାରେ ଏହି ଭାଇରସ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଭାରତର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏହି ରୋଗ ସମ୍ପର୍କରେ ସତର୍କ କରାଇଛି। ଏହି ଜୀବାଣୁ ଉପରେ ନଜର ରଖିବାକୁ ମନ୍ତ୍ରଣାଳୟ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ କହିଛି। ଏହାରି ଭିତରେ, WHO ସହିତ ଜଡିତ ଏକ ଏଜେନ୍ସିରୁ ଏସୂଚନା ମିଳିଛି ଯେ ୧୬-୨୨ ଡିସେମ୍ବରରେ ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ବଢିଛି। କିନ୍ତୁ ଏହାରି ଭିତରେ ରାଇନୋଭାଇରସ ଏବଂ ରେସ୍ପଟୋରି ସିନ୍ସିଟିଆଲ ଭାଇରସ (RSV) ମଧ୍ୟ ରେକର୍ଡ କରାଯାଇଛି। ଏହି ସମସ୍ତ ଭାଇରସ ଶ୍ୱାସକ୍ରିୟାକୁ ଆକ୍ରାନ୍ତ କରିବା ସହ ଅଧିକ ପିଲାମାନଙ୍କଠାରେ ଦେଖାଯାଉଛି।

ରେସ୍ପଟୋରି ସିନ୍ସିଟିଆଲ ଭାଇରସ ଏହା ଏମିତି ପ୍ରକାର ଭାଇରସ ଯାହା ଶ୍ୱାସ ସମ୍ବନ୍ଧୀୟ ରୋଗ କରାଇଥାଏ। ଏହି ଜୀବାଣୁ ଥଣ୍ଡା ଏବଂ କାଶ କରିବା ସହ ଗୁରୁତରବସ୍ଥାରେ ଫୁସଫୁସକୁ ସଂକ୍ରମିତ କରାଏ। ଶୀତଦିନେ ଏହି ଜୀବାଣୁ ଅଧିକ ବ୍ୟାପିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri