କୁତ୍ରା,୧୫ା୭(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଧେଇମୁଣ୍ଡା ପଞ୍ଚାୟତ କୁରୁଙ୍ଗା ଗ୍ରାମରେ ନିମ୍ନ ମାନର ସୋକ୍ପିଟ ନିର୍ମାଣ ହୋଇଥିବା ନେଇ ଖବର ପ୍ରକାଶିତ ପରେ ବିଡିଓ ରବୀନ୍ଦ୍ର କୁମାର ସେଠୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, ଏହା ଧସିନାହିଁ, ଏହାକୁ ସ୍ଥାନୀୟ ଲୋକେ ଜାଣିଶୁଣି ଉଦ୍ଦେଶ୍ୟମୂଳକଭାବେ ଧସେଇ ଦେଇଛନ୍ତି। ସେ ନିଜେ ଘଟଣା ସ୍ଥଳକୁ ଯାଇ ତଦାରଖ କରିବା ସହିତ ୩/୪ଜଣ ଇଞ୍ଜିନିୟର ପଠେଇ ତଦାରଖ କରିଥିବା କହିଛନ୍ତି। ତେବେ ଏହାକୁ କିଏ ଓ କାହିଁକି ଧସେଇଲା ତାହା ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଦାବି କରିବା ସହ ଉପଯୁକ୍ତ ତଦନ୍ତ କଲେ ଏହାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହାକୁ ସତରେ କିଏ ଧସେଇ ଦେଇଛି ନା ଦୁର୍ନୀତି ଲୁଚାଇବାକୁ ଧସେଇ ଦେଇଥିବା ପ୍ରଶାସନ ବାହାନା କରୁଛି ତାହା ତଦନ୍ତ ସାପେକ୍ଷ। ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ଶରତ ଚନ୍ଦ୍ର ସା, ରଞ୍ଜନ ସା, ଯୁଗେଶ୍ବର ସା କହିଛନ୍ତି, ଏହାକୁ କେହି ଧସେଇ ନାହାନ୍ତି। ଏହା ଆପେ ଧସିଛି। ଏଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ଘଟଣାର ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ପ୍ରକାଶଥାଉ କି, ବର୍ତ୍ତମାନ ଏଭଳି ଦୁର୍ନୀତି ଖବର ହେଉ କି ସତ୍ୟ ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେଲେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗଣମାଧ୍ୟମର କଣ୍ଠରୋଧ କରିବା ସହିତ ପ୍ରଶାସନ ସହିତ ମିଶି ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି।
Posted inHome, Home Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ
ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…
ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ
ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…
ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!
ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…
ବେଲଗୁଣ୍ଠା ଏନ୍ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…
ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…
କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ
ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…
ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ
ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…
ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ
ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…
ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

