ମଣ୍ଡିକୁ ଯାଉନି, ଛତିଶଗଡ଼ ଚାଲାଣ

ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ମଣ୍ଡି ଖୋଲିଛି। କିନ୍ତୁ ମଣ୍ଡିକୁ ଧାନ ଆସୁନି। ଏହି ଧାନ ଏବେ ଛତିଶଗଡ଼ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ଧାନ ସଂଗ୍ରହ ଟାର୍ଗେଟ୍‌ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାନପୋଷ କୃଷି ଜିଲା ଅଧୀନ ବିଭିନ୍ନ ମଣ୍ଡିରେ ଏଭଳି ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ପାନପୋଷ କୃଷି ଜିଲାରେ ୨୦୨୩ ଡିସେମ୍ବର ୧୧ରୁ ଧାନକିଣା ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୩୧ ତାରିଖ ଯାଏ ଚାଲିବ। ଏହି କୃଷି ଜିଲାର ସମୁଦାୟ ୧୩ଟି ପାକ୍ସ ଏବଂ ୨ଟି ଏସ୍‌ଏଚ୍‌ଜି ମାଧ୍ୟମରେ ୬ଟି ରାଇସ ମିଲ୍‌ ଚାଷୀମାନଙ୍କଠାରୁ ୨୧ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ତେବେ ଧାନକିଣା ଆରମ୍ଭ ହେବାର ୬୧ଦିନ ବିତିସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୧୪ଲକ୍ଷ କୁଇଣ୍ଟାଲ ଧାନକିଣା ଯାଇଛି। ଧାନିକିଣା ଅବଧିକୁ ଆଉ ମାତ୍ର ୩୫ଦିନ ବାକି ଥିବାବେଳେ ଟାର୍ଗେଟ ପୂରଣ ପାଇଁ ବକେୟା ୭ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କଠାରୁ ମଣ୍ଡିଗୁଡିକୁ ଆସୁନାହିଁ। ଅନ୍ୟପକ୍ଷେ ସ୍ଥାନୀୟ ରାଇସ ମିଲ୍‌ଗୁଡିକୁ ଚଳିତ ଆର୍ଥିିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଧାନ ସଂଗ୍ରହ ଓ ଚାଉଳ ପ୍ରସ୍ତୁତି ଟାର୍ଗେଟ ପୂରଣ କରିବା ମିଲର୍ସମାନଙ୍କ ପକ୍ଷେ ଜଟିଳ ହୋଇପଡିଛି। ଚାଷୀଙ୍କ ଅମଳ ଧାନ ମଣ୍ଡିକୁ ଆସୁ ନ ଥିବା ଯୋଗୁ ସ୍ଥାନୀୟ ଯୋଗାଣ, ସମବାୟ ବିଭାଗ ଓ ମିଲର୍ସ ଦ୍ୱନ୍ଦ୍ୱରେ ପଡିଯାଇଛି। ଏହାର ପ୍ରମୁଖ କାରଣ ପଛରେ ସ୍ଥାନୀୟ ଅଞ୍ଚଳର ଅସାଧୁ କଳାବଜାରୀଙ୍କ ଭୂମିକା ରହିଥିବା କୁହାଯାଉଛି। ଚାଷୀଙ୍କୁ ଅଧିକ ଦାମ୍‌ ପ୍ରଲୋଭନ ଦେଖାଇ ପଡୋଶୀ ଛତିଶଗଡ଼କୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ଫଳରେ ରାଇସ ମିଲ୍‌ଗୁଡିକୁ ଆଶା ମୁତାବିକ ଧାନ ପହଞ୍ଚତ୍ ପାରୁନାହିଁ। ସମୟ ଅବଧି ମଧ୍ୟରେ ରାଇସ ମିଲର୍ସମାନେ ସରକାରଙ୍କ ଧାର୍ଯ୍ୟ ମୁତାବକ ଚାଉଳ ପ୍ରସ୍ତୁତି ଲକ୍ଷ୍ୟ ପୂରଣ ନ କଲେ ମିଲଗୁଡିକ ଆଗାମୀ ସମୟରେ ଅସିଦ୍ଧ ଘୋଷିତ ହେବା ଆଶଙ୍କା କରି ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ଏଣୁ ବର୍ତ୍ତମାନ ରାଇସ ମିଲର୍ସମାନେ କିଭଳି ସରକାରଙ୍କ ନିର୍ଦ୍ଧାରିତ ଟାର୍ଗେଟ୍‌ ପୂରଣ କରିବେ ତାହା ଉପରେ ଲାଗି ପଡିଛନ୍ତି।
ଏ ନେଇ ରାଉରକେଲା ପାନପୋଷ ଜିଲା ସମବାୟ ସମିତି ମୁଖ୍ୟକେନ୍ଦ୍ରର ସହାୟକ ଅଧିକାରୀ (ଏଆରସିଏସ୍‌) ବିକାଶ ମହନ୍ତଙ୍କୁ ପଚାରିବାରୁ ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜୀକୃତ ୬୪୨୬ଜଣଙ୍କ ମଧ୍ୟରୁ ୬୦ଭାଗ ଚାଷୀଙ୍କଠାରୁ ୧୪ଲକ୍ଷ କୁଇଣ୍ଟାଲ ଧାନକିଣା ସରିଛି। ଶୀଘ୍ର କିଭଳି ଧାନକିଣା ଶେଷ ହେବ ତାହା ଉପରେ ସର୍ବଦା ଦୃଷ୍ଟି ରହିଛି ବୋଲି ସେ କହିଥିଲେ। ପାନପୋଷ ଯୋଗାଣ ବିଭାଗ ଅଧିକାରୀ ସଞ୍ଜୟ ପ୍ରଧାନ କହିଛନ୍ତି, ସରକାରଙ୍କ ଧାନକିଣା ବ୍ୟବସ୍ଥାରେ ଯେଉଁମାନେ ଅନିୟମିତତା କରୁଛନ୍ତି ଜଣାପଡିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାଷୀଙ୍କ ଧାନ କିପରି ବେପାରୀମାନଙ୍କ ପାଖକୁ ନ ଯାଇ ମଣ୍ଡିକୁ ଆସିବ ସେ ନେଇ ବିଧିବଦ୍ଧ ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri