ମିଳୁନି ରତ୍ନଭଣ୍ଡାର ରେଜିଷ୍ଟର ତଥ୍ୟ

ପୁରୀ ଅଫିସ,୩୧।୧୨: ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ଶିରରେ ଲାଗିଥିବା ଚିତା ବ୍ୟବହାରଯୋଗ୍ୟ ନ ହେବା ହେତୁ ରାଜ୍ୟ ସରକାରଙ୍କ ବିଧି ବିଭାଗ ଚିଠି ନମ୍ବର- ୮୭୬୭,୧୨। ୭।୧୯୮୫ ଆଦେଶାନୁଯାୟୀ ଭିତର ରତ୍ନଭଣ୍ଡାର ଖୋଲାଯାଇ ପୂର୍ବ ପରି ତାଲା ପକାଇ ଜଉମୁଦ ଦିଆଯାଇଥିଲା। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ପାଖରେ ସମ୍ପୃକ୍ତ ଦିନରର ରନତ୍ଭଣ୍ଡାର ରେଜିଷ୍ଟର ତଥ୍ୟ ମହଜୁଦ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ନୀତି ବିଭାଗ ନିକଟରେ ତଥ୍ୟ ନ ଥିବା ସୂଚନା ଅଧିକାର କର୍ମୀ ଦିଲୀପ ବରାଳଙ୍କୁ କୁହାଯାଇଛି। ସମ୍ପୃକ୍ତ ଦିନ ରନତ୍ଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ ହୋଇଥିବା ବିବରଣୀ ମଗାଯାଇଥିଲେ ମଧ୍ୟ ତଥ୍ୟ ମିଳିପାରି ନାହିଁ।

ନିୟମ ମୁତାବକ, ରନତ୍ଭଣ୍ଡାର ଖୋଲା ଗଲେ, ରେଜିଷ୍ଟରରେ ବିସ୍ତୃତ ଭାବେ ଏସମ୍ପର୍କରେ ଉଲ୍ଲେଖ କରାଯିବା କଥା। ଶେଷଥର ୨୦୧୮ରେ ରନତ୍ଭଣ୍ଡାର ଖୋଲିବାକୁ ଯାଇଥିବା ୧୭ଜଣିଆ ପ୍ରାଧିକୃତ ସଦସ୍ୟ ମଧ୍ୟ ରେଜିଷ୍ଟରରେ ଦସ୍ତଖତ କରିବା ସହ ଘଟଣାକ୍ରମରୁ ଉଲ୍ଲେଖ କରିଥିଲେ। ଫଳରେ ସମ୍ପୃକ୍ତ ଦିନ ଶ୍ରୀମନ୍ଦିର ରନତ୍ଭଣ୍ଡାରରେ କ’ଣ ଘଟିଲା ତାହା ଜଣାପଡ଼ିପାରିଲା। ମାତ୍ର ୧୯୮୫ ମସିହା ତଥ୍ୟ କାହିଁକି ମିଳୁନାହିଁ ଓ ନୀତି ବିଭାଗ ପାଖରେ ଏହି ତଥ୍ୟ କାହିଁକି ନାହିଁ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସୂଚନା ଅଧିକାର କର୍ମୀ ବରାଳ କହିଛନ୍ତି, ୧୯୮୫ ମସିହାରେ ଭିତର ରନତ୍ଭଣ୍ଡାର ଖୋଲଯିବା ସମୟର ବିବରଣୀ କିପରି ଗାୟବ ହେଲା ସେନେଇ ତଦନ୍ତ ହେବା ଦରକାର। କିଏ ରନତ୍ଭଣ୍ଡାର ଖୋଲିଥିଲେ, କିଏ ଜଉମୁଦ ମାରିଲେ ଓ କ’ଣ କ’ଣ ଘଟିଲା ସେନେଇ ସ୍ପଷ୍ଟ ଚିତ୍ର ଜଗନ୍ନାଥପ୍ରେମୀଙ୍କ ଆଗରେ ରଖିବାର ଆବଶ୍ୟକତା ରହିଛି। ବଡ଼ଠାକୁରଙ୍କ ଚିତା ନିମନ୍ତେ ରନତ୍ଭଣ୍ଡାର ଖୋଲାଯିବା ସମୟରେ ଜିଲାପାଳଙ୍କ ପ୍ରତିନିଧି ଭାବେ ଏଡିଏମ୍‌ ମଦନମୋହନ ନନ୍ଦ ଉପସ୍ଥିତ ଥିଲେ। ମଦନ ମୋହନ ନନ୍ଦ ୧୯୮୫ରେ ଭିତର ରନତ୍ଭଣ୍ଡାର ଚାବି ନେଇ ଦେଇଥିବା କଥା ସେତେବେଳର ସହକାରୀ ପ୍ରଶାସକ ଗଣମାଧ୍ୟମ ଜରିଆରେ କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଜଣାଇ ସାରିଛନ୍ତି। ସେହିଭଳି ବିଶ୍ୱନାଥ ମିଶ୍ର, ମଦନମୋହନ ନନ୍ଦ, ପଦ୍ମଚରଣ ମିଶ୍ର, ଗୁରୁପ୍ରସାଦ ମହାନ୍ତି, ନରସିଂହ ଦାସ ମହାପାତ୍ର, ରବିନାରାୟଣ ମିଶ୍ର, ଭିତରଚ୍ଛ ମଧୁସୂଦନ ମହାପାତ୍ର, କୈଳାସଚନ୍ଦ୍ର ମହାନ୍ତି, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଏନ୍‌ ମେକାପ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ରନତ୍ଭଣ୍ଡାର ଖୋଲାଯାଇ ପରେ ଜଉମୁଦ ଦିଆଗଲା। ମାତ୍ର ଏହାର ବିସ୍ତୃତ ବିବରଣୀ ରେଜିଷ୍ଟରରେ ରହିବା କଥା ମାତ୍ର ରେଜିଷ୍ଟରର ନକଲ ପ୍ରଦାନ କରାଯାଉ ନାହିଁ। ଏଭଳି ସ୍ଥଳେ ରେଜିଷ୍ଟର ବାସ୍ତବରେ ରହିଛି ଅଥବା ଏହାକୁ କେହି ଗାୟବ କରିସାରିଲେଣି ତାହା ଏକ ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପକ୍ଷେ କଂଗ୍ରେସ ନେତା ସ୍ବାଧୀନ ପଣ୍ଡା କହିଛନ୍ତି, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରନତ୍ଭଣ୍ଡାର ପ୍ରସଙ୍ଗରେ ପାରିଦର୍ଶିତା ଅବଲମ୍ବନ କରିବାକୁ ଚାହୁନାହାନ୍ତି। ସବୁବେଳେ ତଥ୍ୟ ଲୁଚାଇବାର ପ୍ରୟାସ ହେଉଛି। ଏଭଳି କାର୍ଯ୍ୟକଳାପ ପ୍ରଶାସନର ପାରିବାପଣିଆକୁ ପଦାରେ ପକାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri