୪୦ ଅଧ୍ୟାପକ ପଦବୀ ଖାଲି

ଢେଙ୍କାନାଳ ଅଫିସ, ୩୧।୧୨ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ଦେଖାଦେଇଛି। କଲେଜରେ ୬୦ ଅଧ୍ୟାପକ ପଦବୀ ମଧ୍ୟରୁ ୪୦ ଖାଲି ପଡ଼ିଛି। ୨୦ ଅଧ୍ୟାପିକା ଅଧ୍ୟାପକଙ୍କୁ ନେଇ ବଡ଼ କଷ୍ଟରେ ଶିକ୍ଷାଦାନ ଚାଲିଛି। ସେହିପରି ଏହି ପୁରାତନ ଐତିହ୍ୟସମ୍ପନ୍ନ କଲେଜ କ୍ୟାମ୍ପସ ଦୀର୍ଘବର୍ଷ ପରେ ବି ଆଲୋକୀକରଣ ହୋଇପାରିନାହିଁ। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଦୃଷ୍ଟିରୁ ଏସବୁ ସମସ୍ୟାର ଆଶୁ ସମାଧାନ କରିବାକୁ ବୁଧବାର ଅନୁଷ୍ଠିତ ମୋ’ କଲେଜ ବୈଠକରେ ଦାବି ଜଣାଇଛନ୍ତି କଲେଜ ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ।
ଆୟୋଜିତ ବୈଠକରେ ପୁରାତନ ଛାତ୍ର ସଂସଦ ସଭାପତି ନବୀନଚନ୍ଦ୍ର ନାରାୟଣ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କଲେଜ ଉନ୍ନତିରେ ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଡ. ଜୟନ୍ତ ବର୍ମା ମହାବିଦ୍ୟାଳୟକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସମ୍ପାଦକ ବିରଞ୍ଚତ୍ ନାରାୟଣ ପାଣି ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ। ଭର୍ଚୁଆଲ୍‌ ମୋଡ୍‌ରେ ପ୍ରଫେସର ସାଧନା ଶତପଥୀ ଯୋଡ଼ିହୋଇ ଯଥାସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମୋ କଲେଜ ଅଭିଯାନ ଅଧିକାରୀ ଡ. ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶିବସାଇ ମହାପାତ୍ର, ଦୀପ୍ତୀଶ ପଟ୍ଟନାୟକ, ନିର୍ମଳ ମିଶ୍ର, ବିଶ୍ୱନାଥ ବେହେରା, ପ୍ରେମଶଙ୍କର ମିଶ୍ର, ମନୋଜ ଅଗ୍ରୱାଲ, ଦେବୀ ପ୍ରସାଦ ମିଶ୍ର, ସାଇଶ୍ରୀ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର, ରଞ୍ଜନ ନାୟକ, ସୁନୀଲ ଦାଶ ପ୍ରମୁଖ ଆଲୋଚନାରେ ଭାଗନେଇ ନିଜସ୍ବ ମତ ଉପସ୍ଥାପନ କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ନିୟମର ବାର୍ତ୍ତା ବାଣ୍ଟିଲେ ପିଲା

ବେଗୁନିଆ, ୧୩ା୨ (ଡି.ଏନ୍‌.ଏ): ବେଗୁନିଆ ସଦର ମହକୁମାରେ ବୁଧବାର ଟ୍ରାଫିକ ନିୟମର ବାର୍ତ୍ତା ଛୋଟ ପିଲାମାନେ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ତେବେ ପିଲାମାନେ ବିଭିନ୍ନ ପ୍ରକାର...

ସୀମା ଟପିଛି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ

ଯାଜପୁର ଅଫିସ,୨୮ା୩: ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ଏବେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ରଘୁନାଥପୁର, ଜୋଗରଡା, ଗୁଆରଙ୍ଗ, ମୁରାରିପୁର...

ସ୍କୁଲ ଛୁଟି ଅବଧି ବଢ଼ିବା ଖବର ଗୁଜବ: ଗଣଶିକ୍ଷା ସଚିବ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ସ୍କୁଲ ଛୁଟି ବଢ଼ିନି। ଛୁଟି ଅବଧି ବଢ଼ିବା ନେଇ ଗଣଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏଭଳି ଖବର ଗୁଜବ...

ଭୋଜି ଖାଇ ଫେରୁଥିଲେ, ବାଟରେ ଓଲଟିଲା ବରଯାତ୍ରୀ ଗାଡ଼ି

ଖଡିଆଳ,୭।୨(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡିଆଳ ଥାନା ସରଗାଦୀ ନୂଆପଡ଼ା ଗାଁ ନିକଟରେ ଏକ ବରଯାତ୍ରୀ ଗାଡି ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ...

ଗୀତ ଗାଇବା ନଁ।ରେ ବାର୍‌ରେ ନୃତ୍ୟ ପ୍ରଦର୍ଶନ: ୧୦ ବାର୍‌ରେ ପୋଲିସ ଚଢ଼ାଉ, ୩୦ ଯୁବତୀ ଅଟକ

କଟକ ରୋଡ,୨୭ା୭(ଡି.ଏନ୍‌.ଏ.): ରାଜଧାନୀର ଅଧିକାଂଶ ବାରରେ ଯୁବତୀ ଗୀତ ଗାଇବା ପାଇଁ କେତେଜଣ ବାର ମାଲିକ ଅନୁମତି ପାଇଛନ୍ତି। କିନ୍ତୁ ଏଭଳିସ୍ଥଳେ ଗୀତ ଗାଇବା ନଁ।ରେ...

ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ପୁରାତନ ଛାତ୍ର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଆସନ୍ତା ବର୍ଷ ୭୫ତମ ପୂର୍ତ୍ତି ଉତ୍ସବ ପାଳନ କରିବ। ଏଥିପାଇଁ ମହାବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ରମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।...

କୃଷି ସୂଚନା, ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି

ଖଜୁରିପଡ଼ା,୨୭ା୯(ଡି.ଏନ.ଏ.)- ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏହାର ସଫଳ ରୂପାୟନ ନିମନ୍ତେ ବହୁ ଟଙ୍କା ବ୍ୟୟ କରାଯାଉଛି। ମାତ୍ର...

ଜନତା କର୍ଫ୍ୟୁ: ଘରୁ ନ ବାହାରିବା ପାଇଁ ପରାମର୍ଶ, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର,୨୨।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଓ କଟକଣାକୁ ଆହୁରି ବ୍ୟାପକ କରିବାକୁ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି।...

Advertisement
Archives

Model This Week