Posted inଜାତୀୟ

ଭାଜପା ପାଇଁ ସହଜ ନୁହେଁ

ନୂଆଦିଲ୍ଲୀ/ଗୁଆହାଟୀ,୧୬ା୨: ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ଆସାମରେ କ୍ଷମତାସୀନ ଭାଜପା ପୁଣିଥରେ ନିର୍ବାଚନ ଜିତିବାକୁ ଆଶା ବାନ୍ଧିଥିବାବେଳେ ଉତ୍ତର-ପୂର୍ବର ଏହି ରାଜ୍ୟରେ ମଧ୍ୟ ଗୈରିକ ଦଳକୁ ଦୋହରା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଏଠି କଂଗ୍ରେସର ଶକ୍ତି ବଢ଼ୁଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଭାଜପାକୁ ଚେକ୍‌ ଦେବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛନ୍ତି।
ଆସାମ ବିଧାନସଭା ନିର୍ବାଚନ ତାରିଖ କୌଣସି ସମୟରେ ଘୋଷଣା କରାଯାଇପାରେ। ଏଠାରେ ଆସୋମ ଗଣ ପରିଷଦ (ଏଜିପି) ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌) ସହ ମେଣ୍ଟ କରି ଭାଜପା ସରକାର ଗଢ଼ିଛି। ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୧୬ ନିର୍ବାଚନରେ ଭାଜପା-ଏଜିପି-ବିପିଏଫ୍‌ ମେଣ୍ଟକୁ ୮୬ ଆସନରେ ସଫଳତା ମିଳିଥିଲା। ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସର୍ବାନନ୍ଦ ସୋନୋଓ୍ବାଲ। ପୂର୍ବ କଂଗ୍ରେସ ସରକାର ଅମଳରେ ହୋଇଥିବା ମହାଦୁର୍ନୀତିକୁ ନେଇ ନିଜ ବିରୋଧରେ ବହୁଥିବା ପବନକୁ ସେ ଉଡ଼ାଇଦେବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଏଥରର ଚିତ୍ରପଟ ସମ୍ପୂର୍ଣ୍ଣ ଭିନ୍ନ। ସଂଖ୍ୟାଲଘୁ ଭୋଟରଙ୍କ ଉପରେ ପ୍ରଭାବ ରଖୁଥିବା ବଦ୍‌ରୁଦ୍ଦିନ୍‌ ଅଜ୍‌ମଲଙ୍କ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌) କଂଗ୍ରେସ ସହ ହାତ ମିଳାଇଥିବାବେଳେ ଦୁଇ ନବଗଠିତ ପାର୍ଟି ଆସୋମ ଜାତୀୟ ପରିଷଦ(ଏଜେପି) ଏବଂ ରାଇଜୋର୍‌ ଦଳ (ଆର୍‌ଡି) ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ମୁଣ୍ଡବ୍ୟଥା ବଢ଼ାଇପାରନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି।
ଦୁଇଶତ୍ରୁ ଏଥର ନିର୍ବାଚନ ପୂର୍ବରୁ ୬ଟି ଦଳକୁ ନେଇ ମହାମେଣ୍ଟ ଗଠନ କରିଛନ୍ତି। ୨୦୧୬ରେ ଭାଜପା ୮୪ ଆସନରେ ନିର୍ବାଚନ ଲଢ଼ି ୨୯.୫% ଭୋଟ ପାଇଥିଲା। ଅନ୍ୟପକ୍ଷେ କଂଗ୍ରେସ ୧୨୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୩୧% ଭୋଟ ସହ ୨୬ ଆସନରେ ବିଜୟୀ ହୋଇଥିଲା। ଭାଜପା-ଏଜିପି-ବିପିଏଫ୍‌ ମେଣ୍ଟକୁ ମୋଟ ୪୧.୯% ଭୋଟ ମିଳିଥିଲା। କଂଗ୍ରେସ ଏବଂ ଏଆଇୟୁଡିଏଫ୍‌ ଗତଥର ମେଣ୍ଟ କରି ନ ଥିଲେ ହେଁ ଦୁଇଦଳର ଭୋଟ ହାର ଥିଲା ୪୪%। ଭାଜପା ଜିତିଥିବା ୧୭ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ଏଆଇୟୁଡିଏଫ୍‌ର ମିଳିତ ଭୋଟ ଗୈରିକ ଦଳଠାରୁ ଅଧିକ ଥିଲା। କିନ୍ତୁ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ-ଏଆଇୟୁଡିଏଫ୍‌ ଆସନ ଭାଗବଣ୍ଟା କରି ମିଳିତ ଭାବେ ଲଢ଼ିବେ। ଫଳରେ ଅଣଭାଜପା ଭୋଟକୁ ଏହି ମେଣ୍ଟ ହାତେଇବା ଆଶା ଉଜ୍ଜୀବିତ ହୋଇଛି। ଗତ ନିର୍ବାଚନରେ ଏଜିପି ୨୪ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ୮.୧% ଭୋଟ ପାଇବା ସହ ୧୪ ସିଟିରେ ବିଜୟୀ ହୋଇଥିଲା।
ଆସୋମ ଜାତୀୟ ପରିଷଦ ଓ ରାଇଜୋର ଦଳ ନାମରେ ଦୁଇଟି ଆଞ୍ଚଳିକ ଦଳର ଆବିର୍ଭାବ ହୋଇସାରିଛି। ଏଥିଯୋଗୁ ଭାଜପା ସହଯୋଗୀ ଏଜିପି ପାଇଁ ମହଙ୍ଗା ପଡ଼ିବ। ଏଜେପିର ରାଜନୈତିକ ଉତ୍ଥାନ ଭାଜପା-ଏଜିପିର ମୁଣ୍ଡବ୍ୟଥା ବଢ଼ାଇବା ଏହି ଦୁଇଦଳର ଆବଭାବରୁ ସ୍ପଷ୍ଟ ହୋଇଛି। ଗୁଆହାଟୀ ବିଶ୍ୱବିଦ୍ୟାଳୟର ରାଜନୈତିକ ବିଜ୍ଞାନୀ ଅଖିଳ ରଞ୍ଜନ ଦତ୍ତାଙ୍କ ମତରେ କଂଗ୍ରେସ-ଏଆଇୟୁଡିଏଫ୍‌ ମେଣ୍ଟର ସବୁଠୁ ବେଶି ପ୍ରଭାବ କେନ୍ଦ୍ରୀୟ ଆସାମରେ ରହିବ। ଏଜିପି-ଭାଜପାର ଭୋଟକୁ ହାତେଇବା ପାଇଁ ଏଜେପି ସବୁ ପ୍ରକାର ଉଦ୍ୟମ କରିବ। ସେହିପରି ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ (ଏଏଏସ୍‌ୟୁ) ମଧ୍ୟ ଏଜେପିକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଏପରି ହେଲେ ଉଭୟ ଭାଜପା ଏବଂ ଏଜିପି କ୍ଷତିଗ୍ରସ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?