Posted inଜାତୀୟ

ଭାଜପା ପାଇଁ ସହଜ ନୁହେଁ

ନୂଆଦିଲ୍ଲୀ/ଗୁଆହାଟୀ,୧୬ା୨: ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ଆସାମରେ କ୍ଷମତାସୀନ ଭାଜପା ପୁଣିଥରେ ନିର୍ବାଚନ ଜିତିବାକୁ ଆଶା ବାନ୍ଧିଥିବାବେଳେ ଉତ୍ତର-ପୂର୍ବର ଏହି ରାଜ୍ୟରେ ମଧ୍ୟ ଗୈରିକ ଦଳକୁ ଦୋହରା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଏଠି କଂଗ୍ରେସର ଶକ୍ତି ବଢ଼ୁଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଭାଜପାକୁ ଚେକ୍‌ ଦେବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛନ୍ତି।
ଆସାମ ବିଧାନସଭା ନିର୍ବାଚନ ତାରିଖ କୌଣସି ସମୟରେ ଘୋଷଣା କରାଯାଇପାରେ। ଏଠାରେ ଆସୋମ ଗଣ ପରିଷଦ (ଏଜିପି) ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌) ସହ ମେଣ୍ଟ କରି ଭାଜପା ସରକାର ଗଢ଼ିଛି। ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୧୬ ନିର୍ବାଚନରେ ଭାଜପା-ଏଜିପି-ବିପିଏଫ୍‌ ମେଣ୍ଟକୁ ୮୬ ଆସନରେ ସଫଳତା ମିଳିଥିଲା। ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସର୍ବାନନ୍ଦ ସୋନୋଓ୍ବାଲ। ପୂର୍ବ କଂଗ୍ରେସ ସରକାର ଅମଳରେ ହୋଇଥିବା ମହାଦୁର୍ନୀତିକୁ ନେଇ ନିଜ ବିରୋଧରେ ବହୁଥିବା ପବନକୁ ସେ ଉଡ଼ାଇଦେବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଏଥରର ଚିତ୍ରପଟ ସମ୍ପୂର୍ଣ୍ଣ ଭିନ୍ନ। ସଂଖ୍ୟାଲଘୁ ଭୋଟରଙ୍କ ଉପରେ ପ୍ରଭାବ ରଖୁଥିବା ବଦ୍‌ରୁଦ୍ଦିନ୍‌ ଅଜ୍‌ମଲଙ୍କ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌) କଂଗ୍ରେସ ସହ ହାତ ମିଳାଇଥିବାବେଳେ ଦୁଇ ନବଗଠିତ ପାର୍ଟି ଆସୋମ ଜାତୀୟ ପରିଷଦ(ଏଜେପି) ଏବଂ ରାଇଜୋର୍‌ ଦଳ (ଆର୍‌ଡି) ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ମୁଣ୍ଡବ୍ୟଥା ବଢ଼ାଇପାରନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି।
ଦୁଇଶତ୍ରୁ ଏଥର ନିର୍ବାଚନ ପୂର୍ବରୁ ୬ଟି ଦଳକୁ ନେଇ ମହାମେଣ୍ଟ ଗଠନ କରିଛନ୍ତି। ୨୦୧୬ରେ ଭାଜପା ୮୪ ଆସନରେ ନିର୍ବାଚନ ଲଢ଼ି ୨୯.୫% ଭୋଟ ପାଇଥିଲା। ଅନ୍ୟପକ୍ଷେ କଂଗ୍ରେସ ୧୨୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୩୧% ଭୋଟ ସହ ୨୬ ଆସନରେ ବିଜୟୀ ହୋଇଥିଲା। ଭାଜପା-ଏଜିପି-ବିପିଏଫ୍‌ ମେଣ୍ଟକୁ ମୋଟ ୪୧.୯% ଭୋଟ ମିଳିଥିଲା। କଂଗ୍ରେସ ଏବଂ ଏଆଇୟୁଡିଏଫ୍‌ ଗତଥର ମେଣ୍ଟ କରି ନ ଥିଲେ ହେଁ ଦୁଇଦଳର ଭୋଟ ହାର ଥିଲା ୪୪%। ଭାଜପା ଜିତିଥିବା ୧୭ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ଏଆଇୟୁଡିଏଫ୍‌ର ମିଳିତ ଭୋଟ ଗୈରିକ ଦଳଠାରୁ ଅଧିକ ଥିଲା। କିନ୍ତୁ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ-ଏଆଇୟୁଡିଏଫ୍‌ ଆସନ ଭାଗବଣ୍ଟା କରି ମିଳିତ ଭାବେ ଲଢ଼ିବେ। ଫଳରେ ଅଣଭାଜପା ଭୋଟକୁ ଏହି ମେଣ୍ଟ ହାତେଇବା ଆଶା ଉଜ୍ଜୀବିତ ହୋଇଛି। ଗତ ନିର୍ବାଚନରେ ଏଜିପି ୨୪ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ୮.୧% ଭୋଟ ପାଇବା ସହ ୧୪ ସିଟିରେ ବିଜୟୀ ହୋଇଥିଲା।
ଆସୋମ ଜାତୀୟ ପରିଷଦ ଓ ରାଇଜୋର ଦଳ ନାମରେ ଦୁଇଟି ଆଞ୍ଚଳିକ ଦଳର ଆବିର୍ଭାବ ହୋଇସାରିଛି। ଏଥିଯୋଗୁ ଭାଜପା ସହଯୋଗୀ ଏଜିପି ପାଇଁ ମହଙ୍ଗା ପଡ଼ିବ। ଏଜେପିର ରାଜନୈତିକ ଉତ୍ଥାନ ଭାଜପା-ଏଜିପିର ମୁଣ୍ଡବ୍ୟଥା ବଢ଼ାଇବା ଏହି ଦୁଇଦଳର ଆବଭାବରୁ ସ୍ପଷ୍ଟ ହୋଇଛି। ଗୁଆହାଟୀ ବିଶ୍ୱବିଦ୍ୟାଳୟର ରାଜନୈତିକ ବିଜ୍ଞାନୀ ଅଖିଳ ରଞ୍ଜନ ଦତ୍ତାଙ୍କ ମତରେ କଂଗ୍ରେସ-ଏଆଇୟୁଡିଏଫ୍‌ ମେଣ୍ଟର ସବୁଠୁ ବେଶି ପ୍ରଭାବ କେନ୍ଦ୍ରୀୟ ଆସାମରେ ରହିବ। ଏଜିପି-ଭାଜପାର ଭୋଟକୁ ହାତେଇବା ପାଇଁ ଏଜେପି ସବୁ ପ୍ରକାର ଉଦ୍ୟମ କରିବ। ସେହିପରି ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ (ଏଏଏସ୍‌ୟୁ) ମଧ୍ୟ ଏଜେପିକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଏପରି ହେଲେ ଉଭୟ ଭାଜପା ଏବଂ ଏଜିପି କ୍ଷତିଗ୍ରସ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri