‘ପ୍ରସ୍ତୁତ ହୋଇନି ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ’

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ଦସ୍ତଖତ ଅଭିଯାନ ଚଳାଇଛି। ହେଲେ ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ସରକାରଙ୍କ ଉପରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି, ଜାନୁୟାରୀ ୨୯ରୁ ଫେବୃୟାରୀ ୧୩ ପର୍ଯ୍ୟନ୍ତ ସଂସଦ ଚାଲିଥିଲା। ସେଠାରେ ଥାଇ ସେ ଖବର ପାଇଲେ ଯେ, ଭୁବନେଶ୍ୱର କେତେକ ଛକରେ ତାଙ୍କ ଫଟୋ ଥାଇ ନିଖୋଜ ପୋଷ୍ଟର ଲାଗିଛି। ଯେଉଁ ବନ୍ଧୁ ପୋଷ୍ଟର ଲଗାଇଥିଲେ ସେମାନଙ୍କୁ ଧନ୍ୟବାଦ। ସେମାନେ ତାଙ୍କ ଶୁଭେଚ୍ଛୁ। ବାଇ-ଲ’ ପ୍ରସଙ୍ଗରେ ମନ୍ତ୍ରଣାଳୟ ସହ ବିସ୍ତୃତ ଭାବେ କଥା ହୋଇଛନ୍ତି, ରାଜ୍ୟ ସରକାର କଥା ବୁଝିବା ଦରକାର। ଆରୋପ, ପ୍ରତ୍ୟାରୋପରେ କିଛି ହେବନାହିଁ। ବିକାଶର କୌଣସି ଦଳ ନ ଥାଏ। ଭାରତର ୩୬୯୩ କୀର୍ତ୍ତିରାଜିରୁ ୮୦ଟି ଆମ ରାଜ୍ୟରେ ରହିଛି। ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ହୋଇଛି। କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଞ୍ଚଳ ବୋଲି ଆଇନରେ ରହିଛି। ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହେଇପାରିବ ନାହିଁ। ୨ ଶହ ମିଟର ମଧ୍ୟରେ ଅନୁମତି ନେଇ କାର୍ଯ୍ୟ କରାଯାଇପାରିବ। ଏନେଇ ସଂସ୍କୃତି ନିର୍ଦ୍ଦେଶକ ଏନ୍‌ଏମ୍‌ଏର ଅନୁମତି ଲୋଡ଼ିପାରିବେ। ସେଠାରୁ ଅନୁମତି ମିଳିଲେ କାମ ହୋଇପାରିବ। କାମ କରିବା ପାଇଁ ଅନୁମତି ମାଗିଲେ କେନ୍ଦ୍ର ବାଧା ଦେବ ନାହିଁ ବୋଲି ସେ କହିଛନ୍ତି।
ଅପରାଜିତା ଆହୁରି କହିଛନ୍ତି, ରାଜ୍ୟର ଯେଉଁ ୫ଟି ହେରିଟେଜକୁ ନେଇ ବାଇ-ଲ’ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଜଗନ୍ନାଥ ମନ୍ଦିର ଥିଲା, ଲିଙ୍ଗରାଜ ମନ୍ଦିର ନ ଥିଲା। ଯାହା ଏନ୍‌ଏମ୍‌ଏ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ ଥିଲା। ତେବେ ଆପତ୍ତି ଅଭିଯୋଗ ଉଠିବା ପରେ ଜଗନ୍ନାଥ ମନ୍ଦିର ସମ୍ପର୍କରେ ବାଇ-ଲ’ ଡ୍ରାଫ୍ଟ ପ୍ରତ୍ୟାହାର କରାଗଲା। ମୁଖ୍ୟତଃ ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ ପ୍ରସ୍ତୁତ ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଏକଥା ଉଠାଉଛନ୍ତି ସେମାନେ କିଛି ଜାଣିନାହାନ୍ତି। ଯାହା ସବୁ ଘଟିଲା ଏହା ଅଜ୍ଞାନତାର ପରିଚୟ। ଶାସନ ଏତେ ଅଜ୍ଞାନ ଓ ଅପରିପକ୍ୱ କେମିତି ହୋଇପାରିବ ବୋଲି ଅପରାଜିତା କହିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ମତାମତ ନିଆ ନ ଯିବା କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ସଂସ୍କୃତି ନିର୍ଦ୍ଦେଶକଙ୍କ ଜରିଆରେ ଗଲା, ରାଜ୍ୟ ସରକାର ଜାଣିପାରିଲେ ନାହିଁ କେମିତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?