‘ପ୍ରସ୍ତୁତ ହୋଇନି ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ’

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ଦସ୍ତଖତ ଅଭିଯାନ ଚଳାଇଛି। ହେଲେ ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ସରକାରଙ୍କ ଉପରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି, ଜାନୁୟାରୀ ୨୯ରୁ ଫେବୃୟାରୀ ୧୩ ପର୍ଯ୍ୟନ୍ତ ସଂସଦ ଚାଲିଥିଲା। ସେଠାରେ ଥାଇ ସେ ଖବର ପାଇଲେ ଯେ, ଭୁବନେଶ୍ୱର କେତେକ ଛକରେ ତାଙ୍କ ଫଟୋ ଥାଇ ନିଖୋଜ ପୋଷ୍ଟର ଲାଗିଛି। ଯେଉଁ ବନ୍ଧୁ ପୋଷ୍ଟର ଲଗାଇଥିଲେ ସେମାନଙ୍କୁ ଧନ୍ୟବାଦ। ସେମାନେ ତାଙ୍କ ଶୁଭେଚ୍ଛୁ। ବାଇ-ଲ’ ପ୍ରସଙ୍ଗରେ ମନ୍ତ୍ରଣାଳୟ ସହ ବିସ୍ତୃତ ଭାବେ କଥା ହୋଇଛନ୍ତି, ରାଜ୍ୟ ସରକାର କଥା ବୁଝିବା ଦରକାର। ଆରୋପ, ପ୍ରତ୍ୟାରୋପରେ କିଛି ହେବନାହିଁ। ବିକାଶର କୌଣସି ଦଳ ନ ଥାଏ। ଭାରତର ୩୬୯୩ କୀର୍ତ୍ତିରାଜିରୁ ୮୦ଟି ଆମ ରାଜ୍ୟରେ ରହିଛି। ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ହୋଇଛି। କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଞ୍ଚଳ ବୋଲି ଆଇନରେ ରହିଛି। ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହେଇପାରିବ ନାହିଁ। ୨ ଶହ ମିଟର ମଧ୍ୟରେ ଅନୁମତି ନେଇ କାର୍ଯ୍ୟ କରାଯାଇପାରିବ। ଏନେଇ ସଂସ୍କୃତି ନିର୍ଦ୍ଦେଶକ ଏନ୍‌ଏମ୍‌ଏର ଅନୁମତି ଲୋଡ଼ିପାରିବେ। ସେଠାରୁ ଅନୁମତି ମିଳିଲେ କାମ ହୋଇପାରିବ। କାମ କରିବା ପାଇଁ ଅନୁମତି ମାଗିଲେ କେନ୍ଦ୍ର ବାଧା ଦେବ ନାହିଁ ବୋଲି ସେ କହିଛନ୍ତି।
ଅପରାଜିତା ଆହୁରି କହିଛନ୍ତି, ରାଜ୍ୟର ଯେଉଁ ୫ଟି ହେରିଟେଜକୁ ନେଇ ବାଇ-ଲ’ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଜଗନ୍ନାଥ ମନ୍ଦିର ଥିଲା, ଲିଙ୍ଗରାଜ ମନ୍ଦିର ନ ଥିଲା। ଯାହା ଏନ୍‌ଏମ୍‌ଏ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ ଥିଲା। ତେବେ ଆପତ୍ତି ଅଭିଯୋଗ ଉଠିବା ପରେ ଜଗନ୍ନାଥ ମନ୍ଦିର ସମ୍ପର୍କରେ ବାଇ-ଲ’ ଡ୍ରାଫ୍ଟ ପ୍ରତ୍ୟାହାର କରାଗଲା। ମୁଖ୍ୟତଃ ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ ପ୍ରସ୍ତୁତ ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଏକଥା ଉଠାଉଛନ୍ତି ସେମାନେ କିଛି ଜାଣିନାହାନ୍ତି। ଯାହା ସବୁ ଘଟିଲା ଏହା ଅଜ୍ଞାନତାର ପରିଚୟ। ଶାସନ ଏତେ ଅଜ୍ଞାନ ଓ ଅପରିପକ୍ୱ କେମିତି ହୋଇପାରିବ ବୋଲି ଅପରାଜିତା କହିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ମତାମତ ନିଆ ନ ଯିବା କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ସଂସ୍କୃତି ନିର୍ଦ୍ଦେଶକଙ୍କ ଜରିଆରେ ଗଲା, ରାଜ୍ୟ ସରକାର ଜାଣିପାରିଲେ ନାହିଁ କେମିତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ରେ ପିଜି ସ୍ପଟ୍‌ ନାମଲେଖା-୨: ୬ରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର,୫।୨(ବ୍ୟୁରୋ): ପୋଷ୍ଟ ଗ୍ରାଜୁଏଟ(ପିଜି) ପାଇଁ ସ୍ପଟ୍‌ ନାମଲେଖା-୨ ନିମନ୍ତେ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନାମଲେଖା ନେଇ ପ୍ରସ୍ତୁତ ଗାଇଡ୍‌ଲାଇନ ବିଶ୍ୱବିଦ୍ୟାଳୟ...

ବିଶ୍ୱସ୍ତରୀୟ ହେବ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ପୁରୀ ଜିଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ...

ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ...

ରାଜ୍ୟରେ ୫୭ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯।୩(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୩ ଜଣ ଲୋକାଲ...

CORONAVIRUS UPDATE: ରାଜ୍ୟରେ ୨୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧,୨୬୪ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩ା୭(ବ୍ୟୁରୋ) : ଗୁରୁବାର ରାଜ୍ୟରୁ ପୁଣି ୧୨୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ୨୭ଟି ଜିଲାରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ଶ୍ୱେତପତ୍ରରେ ନାହିଁ ତୁଳନାତ୍ମକ ଚିତ୍ର: ନରସିଂହ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଧାନସଭାରେ ସୋମବାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ କଂଗ୍ରେସ ବିଧାୟକ ଦଳ...

ଗ୍ରାମବାସୀ ତିଆରି କଲେ ପୋଲ

କେନ୍ଦୁଝର,୪ା୭: ସରକାର ସମସ୍ତ ଗ୍ରାମ/ସାହିକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି। ହେଲେ କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ...

ହାତୀ ମରୁଛନ୍ତି, ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା

ଯାଜପୁର ଅଫିସ,୮ା୭:ରାଜ୍ୟରେ ହାତୀ ସୁରକ୍ଷା ଏବଂ ସହଜ ଚଳପ୍ରଚଳ ସ୍ଥାନର ଅଭାବକୁ ଦୂର କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ମହାନଦୀ...

Advertisement
Archives

Model This Week