ଫେରିବା ପରେ ବି ଗ୍ରହଣ କରାଗଲାନି

ପୁରୀ ଅଫିସ, ୫।୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର- ସୂର୍ଯ୍ୟ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା। ନାଗାର୍ଜୁନ ବେଶ ପରଦିନ ଅର୍ଥାତ୍‌ ଗତ ୨୮ ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏ ନେଇ ହଟଚମଟ ସୃଷ୍ଟି ହୋଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସକ ଡ. କ୍ରିଷନ କୁମାରଙ୍କ ନିର୍ଦ୍ଦେଶ କ୍ରମେ ନୀତି ପ୍ରଶାସକ ଏହାର ତଦନ୍ତ ଆରମ୍ଭ କରିଥିଲେ। ଶୁକ୍ରବାର ଏହି ଘଟଣା ରୋଚକ ମୋଡ଼କୁ ଆସିଛି। ନୀତି ପ୍ରଶାସକଙ୍କ କାର୍ଯ୍ୟାଳୟରେ ନାଗାର୍ଜୁନ ବେଶର ଜଣେ କାରିଗର ପହଞ୍ଚି ଏହି ଚନ୍ଦ୍ର, ସୂର୍ଯ୍ୟ ଫେରାଇବାକୁ ଚାହିଁଥିଲେ। ଜଣେ ବରିଷ୍ଠ ସେବାୟତ ଏହା ତାଙ୍କୁ ଦେଇଥିବା ସେ କହିଥିଲେ। ମାତ୍ର ତଦନ୍ତ ଚାଲିଥିବା କହି ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏହାକୁ ଗ୍ରହଣ କରିନାହାନ୍ତି।
ଏ ନେଇ ଶିଳ୍ପୀ ବସନ୍ତ ମହାରଣା କହିଛନ୍ତି ଯେ, ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର, ସୂର୍ଯ୍ୟ ଶ୍ରୀମନ୍ଦିରକୁ ଫେରିଛି। ବାହାରକୁ ଯାଇଥିବା ଚନ୍ଦ୍ର, ସୂର୍ଯ୍ୟ କେବଳ ପ୍ରତିକୃତି ଥିଲା। ମାତ୍ର ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ହେବାବେଳେ ସୁନା ଅଳଙ୍କାର ଲାଗିଥିଲା। ତେବେ ଗାରଦରୁ ଚନ୍ଦ୍ର ଓ ସୂର୍ଯ୍ୟ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିଲା। ଏହାକୁ ଏବେ କାଗଜପତ୍ର କରି ରଖାଯିବାର ବ୍ୟବସ୍ଥା ହେବ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ସାହୁ କହିଛନ୍ତି, ଏହି ଘଟଣା ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ଥିବାରୁ ସମ୍ପୃକ୍ତ ଚନ୍ଦ୍ର-ସୂର୍ଯ୍ୟକୁ ଗ୍ରହଣ କରାଯାଇନାହିଁ। ଆଗକୁ କ’ଣ କରାଯିବ ସେନେଇ ଆଲୋଚନା ପରେ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଶ୍ରୀମନ୍ଦିର ରତ୍ନସିଂହାସନରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ୧୬ଟି ଆୟୁଧ ସହ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥିଲେ ବିଶ୍ୱନିୟନ୍ତା। ବେଶ ଓଲାଗି ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ହେପାଜତରେ ରଖିଥିଲା। ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବେଶକୁ ଭକ୍ତଙ୍କ ପାଇଁ ସଂରକ୍ଷିତ କରି ରଖାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ଏହାକୁ ସଂଗ୍ରହାଳୟରେ ରଖାଯିବ ଓ ଭକ୍ତମାନେ ଏହାକୁ ଦେଖିପାରିବେ ବୋଲି କୁହାଯାଇଥିଲା। ମାତ୍ର ବେଶ ପରଦିନ ଅର୍ଥାତ ୨୮ ତାରିଖ ସକାଳେ ଶ୍ରୀନ୍ଦିରର ଜଣେ କର୍ମଚାରୀ ଉକ୍ତ ଚନ୍ଦ୍ର, ସୂର୍ଯ୍ୟକୁ ନେଇଯାଉଥିବା ଦେଖିବାକୁ ମିଳିଥିଲା। ସିଂହଦ୍ୱାର ନିକଟରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ଘେରିଯାଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଶ୍ରୀମନ୍ଦିର ଗାରଦରୁ ଜଣେ କର୍ମଚାରୀଙ୍କ କହିବା ମୁତାବକ ସେ ଏହାକୁ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନେଇଯାଉଥିଲେ ବୋଲି ସଫେଇ ଦେଇଥିଲେ। ତେବେ ଗାରଦରେ ଥିବା ଚନ୍ଦ୍ର, ସୂର୍ଯ୍ୟ କିପରି ବାହାରକୁ ଆସିଲା ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷେ ଏହି ବେଶର ସ୍ବତ୍ୱାଧିକାରୀ ଚକ୍ରକୋଟ ବଳରାମ ଖୁଣ୍ଟିଆ କୌଣସି ଅଂଶ ନେଇ ନ ଥିବା ଜଣାପଡ଼ିଥିଲା। ତେଣୁ ଏହି ଘଟଣା ରହସ୍ୟ ଘେରକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri