ଭିନ୍ନ ଏହି ନେଲ୍‌ ଆର୍ଟ

ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ କେବଳ ତ୍ୱଚାର ଯତ୍ନ ନେଲେ ତ ହେବନି ପୂରା ଶରୀରର ଏପରିକି ନଖର ମଧ୍ୟ ଦେଖାଶୁଣା କରିବା ନିହାତି ଜରୁରୀ। ସେଥିପାଇଁ ତ ଯୁବତୀମାନେ ବେଳେବେଳେ ହାତରେ ସୁନ୍ଦର ସୁନ୍ଦର ଆର୍ଟିଫିସିଆଲ୍‌ ନେଲ୍‌ ବା ନଖ ଲଗାଇବା ସହ ନେଲଆର୍ଟ ବି କରାଇଥାନ୍ତି। ହେଲେ ଏଠାରେ ଏମିତି କିଛି ଆର୍ଟିଫିସିଆଲ୍‌ ନେଲ୍‌ ତଥା ନେଲଆର୍ଟ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ଯାହା ନଖକୁ ଆକର୍ଷଣୀୟ ଲୁକ୍‌ ଦେବା ତ ଦୂର କଥା ଦେଖିବାକୁ ହିଁ ବେଶ୍‌ ଅଜବ ଲାଗିଥାଏ…

କଟ୍‌ଲେରୀ ନେଲ୍‌ଆର୍ଟ: ଚାମଚ, ଛୁରି, କଣ୍ଟାଚାମଚ ଆଦିକୁ ସାଧାରଣତଃ କଟ୍‌ଲେରୀ କୁହାଯାଇଥାଏ। ଏବେ ଏହି ଡିଜାଇନ୍‌ର ନେଲ୍‌ଆର୍ଟ ବି କେତେକ ଯୁବତୀ କରୁଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଆର୍ଟିଫିସିଆଲ୍‌ ନେଲ୍‌କୁ କଟ୍‌ଲେରୀର ଶେପ୍‌ ଦେଇ ସେଥିରେ ନେଲ୍‌ ଆର୍ଟ କରାଯିବା ପରେ ଅଠା ସାହାଯ୍ୟରେ ଏହାକୁ ନଖରେ ଲଗାଯାଇଥାଏ। ଏହା ଦେଖିବାକୁ ସିନା ଅଜବ ଲାଗିଥାଏ, କିନ୍ତୁ ବେଳେବେଳେ ଏହା ବ୍ୟବହାର ଯୋଗ୍ୟ ବି ହୋଇଥାଏ।

କାକ୍‌ଟସ୍‌ ନେଲ୍‌ଆର୍ଟ: ଅବିକଳ କାକ୍‌ଟସ୍‌ ଭଳି ଦେଖାଯାଉଥିବା ଆର୍ଟିଫିସିଆଲ୍‌ ନେଲ୍‌ ବି ଏବେ ମିଳିଲାଣି। ଏହାକୁ ଆଣି ଅଠା ସାହାଯ୍ୟରେ ସିଧାସଳଖ ନଖରେ ଲଗାଇପାରିବେ। ନଚେତ୍‌ ନଖରେ କାକ୍‌ଟସ୍‌ ଡିଜାଇନ୍‌ର ନେଲ୍‌ଆର୍ଟ କରି ଭିନ୍ନ ଲୁକ୍‌ ବି ପାଇପାରିବେ।

ସ୍କୃଡ୍ରାଇଭର୍‌ ନେଲ୍‌ଆର୍ଟ: ସତସତିକା ସ୍କୃଡ୍ରାଇଭର୍‌ ଲାଗିଥିବା ଆର୍ଟିଫିସିଆଲ୍‌ ନେଲ୍‌ ବା ନଖକୁ ବି ଅଠା ସାହାଯ୍ୟରେ ହାତ ନଖରେ ଲଗାଇ ଅନେକ କାମ କରିହୋଇପାରିବ। ଅବଶ୍ୟ ଏହା ହାତକୁ ଟିକେ ଫନି ଲୁକ୍‌ ଦେବ କିନ୍ତୁ ଏହାକୁ ବେଶ୍‌ ସାବଧାନତାର ସହ କ୍ୟାରି କରିବାକୁ ପଡ଼ିବ। ନଚେତ୍‌ ଟିକେ ଅସାବଧାନତା ହେଲେ ଏହି ନେଲ୍‌ ଦ୍ୱାରା ଖଣ୍ଡିଆଖାବରା ବି ହୋଇଯାଇପାରେ।

ବଗ୍‌ ନେଲ୍‌ଆର୍ଟ: ବଗ୍‌ ହେଉଛି ଏକପ୍ରକାର ପୋକ। ଯଦି ଅବିକଳ ଏହି ପୋକ ଡିଜାଇନ୍‌ର ଆର୍ଟିଫିସିଆଲ୍‌ ନେଲ୍‌କୁ ଆଣି ନଖରେ ଲଗାଇବା ତା’ହେଲେ ତାହା କେମିତି ଦେଖାଯିବ ଥରେ ଚିନ୍ତା କରନ୍ତୁ ତ! ବେଶ୍‌ ଅଜବ ତ ନିହାତି ଲାଗିବ ତା’ସହ ତାକୁ ଦେଖୁଦେଖୁ ଭୟରେ ଦେହ ଶୀତେଇ ବି ଉଠିବ।

ପ୍ଲାଣ୍ଟ ନେଲ୍‌ଆର୍ଟ: ଅବଶ୍ୟ ଆଜିକାଲି ଅଧିକାଂଶ ଲୋକ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଗଛ ଲଗାଇବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଯଦି ନଖରେ ଗଛ ଲଗାଇବାର ନେଲ୍‌ଆର୍ଟ କରିବା କିମ୍ବା ଗଛ ଡିଜାଇନ୍‌ର ଆର୍ଟିଫିସିଆଲ୍‌ ନେଲ୍‌କୁ ଆଣି ଲଗାଇବା ତା’ହେଲେ ତାହା ଆଖିକୁ ହୁଏତ ସେତେ ଆକର୍ଷଣୀୟ ଲାଗିବ ନାହିଁ। କିନ୍ତୁ ଏବେ ଏହି ଭିନ୍ନ ଟ୍ରେଣ୍ଡର ଚଳଣି ବିଦେଶରେ ବେଶ୍‌ ଚାଲିଥିବା ଦେଖିବାକୁ ମିଳୁଛି।

ମାଉଥ୍‌ ଅର୍ଗାନ୍‌ ନେଲ୍‌ଆର୍ଟ: ଅତି ଛୋଟ ମାଉଥ୍‌ ଅର୍ଗାନ୍‌କୁ ବି ଆପଣ ଚାହିଁଲେ ଅଠା ସାହାଯ୍ୟରେ ନଖରେ ଲଗାଇ ଏକ ଭିନ୍ନ ନେଲ୍‌ଆର୍ଟ କରିପାରିବେ। ଯାହା ଦେଖିବାକୁ ହୁଏତ ଅଜବ ଲାଗିବ କିନ୍ତୁ ବୋରିଂ ସମୟରେ ଆପଣ ଏହି ମାଉଥ୍‌ ଅର୍ଗାନ୍‌କୁ ବଜାଇ ଟିକେ ରିଲାକ୍ସ ଫିଲ୍‌ ବି ତ କରିପାରିବେ।

ଫିଶର୍‌ମ୍ୟାନ୍‌ ନେଲ୍‌ଆର୍ଟ: ମାଛ ଧରାଳିଟିଏ ବସି ମାଛ ଧରୁଥିବାର ନେଲ୍‌ଆର୍ଟ ଦେଖିବାକୁ ସିନା ଟିକେ ନିଆରା ଲାଗେ କିନ୍ତୁ ଏହା ଜଣେ ନେଲ୍‌ ଆର୍ଟିଷ୍ଟଙ୍କର ସୃଜନଶୀଳତାର ଭିନ୍ନ ପରିଚୟ ବି ଦେଇଥାଏ।

ଥୋର୍ନ ନେଲ୍‌ଆର୍ଟ: ଥୋର୍ନ ବା କଣ୍ଟା ଦେହରେ ଫୋଡି ହୋଇଗଲେ ଯେମିତି ଦେଖାଯାଏ ଅବିକଳ ସେହି ଡିଜାଇନ୍‌ର ନେଲ୍‌ଆର୍ଟ ବି ଆପଣ ଚାହିଁଲେ ନଖରେ କରିପାରିବେ। କିନ୍ତୁ ଏହା ଦେଖିବାକୁ ଟିକେ ଲୋମ ଟାଙ୍କୁରା ହୋଇଥାଏ।

ବେବି ବଟଲ୍‌ ନେଲ୍‌ଆର୍ଟ: ଛୋଟ ପିଲାମାନେ ପିଉଥିବା କ୍ଷୀର ବୋତଲ ଡିଜାଇନ୍‌ର ନେଲ୍‌ଆର୍ଟ ବି ଦେଖିବାକୁ ବେଶ୍‌ ଅଜବ ଲାଗେ। କିନ୍ତୁ ଏହା କିଛିଲୋକଙ୍କୁ ବି ଆକର୍ଷିତ କରିଥାଏ।

କେବଳ ଏତିକି ନୁହେଁ, ସତସତିକା ଛୋଟ ଛୋଟ ଶାମୁକା ଓ ଶଙ୍ଖ, ଦାନ୍ତଘଷା ବ୍ରଶ ଡିଜାଇନ୍‌, ଇୟରଫୋନ୍‌ ଡିଜାଇନ୍‌ ତଥା ରାକ୍ଷସଙ୍କ ନଖ ଭଳି ଦେଖାଯାଉଥିବା ଆର୍ଟିଫିସିଆଲ୍‌ ନେଲ୍‌ କିମ୍ବା ନେଲ୍‌ଆର୍ଟରେ ବି ଆପଣ ଚାହିଁଲେ ଆପଣଙ୍କ ହାତର ନଖକୁ ଡିଜାଇନ୍‌ କରି ଟିକେ ଭିନ୍ନ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?