Posted inଫୁରସତ

ମା’ ଆଣିଥିଲା ଦାନ୍ତ କାଠି

ମେଡିକାଲର ପାଖ ବେଡ୍‌ । କୁନି ପୁଅଟେ ଶୋଇଥାଏ । କ୍ଷୀଣ ଶରୀର, ହସହସ ମୁହଁ, ପାଖରେ କେହି ନାହଁି । ମଝିରେ ମଝିରେ ଡାକ୍ତର ଆସି ହାଲ୍‌ ପଚାରି କିଛି ଔଷଧ ଦେଇ ଫେରିଯାଉଥାନ୍ତି। ପିଲାଟିକୁ ପଚାରିଲି ବାପରେ କ’ଣ ହୋଇଛି ତୋର । ନିରୀହ ଆଖିରେ ବଲ ବଲ କରି ମୋ ମୁହଁକୁ ଚାହିଁଲା । ଧୀରେ କହିଲା, ଜାଣିନି । ବାସ୍‌ ଏତିକି କହିବା ବେଳକୁ ସେ ହାଲିଆ ଲାଗୁଥିଲା ।

ଅପେକ୍ଷା କଲି ଡାକ୍ତର ଆସିଲେ ପଚାରିବି । ଉପରବେଳା ରାଉଣ୍ଡରେ ଡାକ୍ତର ଆସିଲେ। ପିଲାଟିର ସ୍ବାସ୍ଥ୍ୟ ପରୀକ୍ଷା କଲେ । ଏହାପରେ ନର୍ସ କିଛି ମେଡିସିନ ଖୁଆଇଦେଲେ । ଏତିକି ବେଳେ ମୁଁ ଡାକ୍ତରଙ୍କ ପାଖକୁ ଯାଇ ପଚାରିଲି, ସାର୍‌ ପିଲାଟିର କ’ଣ ହୋଇଛି । ଡାକ୍ତରଙ୍କ ଉତ୍ତର ଥିଲା ରକ୍ତ ଅଭାବ। ମୁଁ କହିଲି, ଯଦି ଡୋନର୍‌ ମିଳୁନାହାନ୍ତି ତେବେ ମୁଁ ଦେବାକୁ ରାଜି ଅଛି । କିନ୍ତୁ ଡାକ୍ତରଙ୍କ ଉତ୍ତର ମୋତେ ଆଶ୍ୱର୍ଯ୍ୟ କରିଥିଲା । ସେ କହିଲେ, ପିଲାଟିର ବ୍ଲଡ ଗ୍ରୁପ ଅତି ବିରଳ । ସାରା ଦୁନିଆରେ ଏହି ବିରଳ ରକ୍ତ ବହୁତ କମ୍‌ ଲୋକଙ୍କ ଶରୀରରେ ଥାଏ। ବ୍ଲଡ ଗ୍ରୁପର ନାଁ ପଚାରି କାଗଜରେ ଟିପିଦେଲି । ପିଲାଟିର ଗାଁ, ନାଁ ଓ ଠିକଣା ବି ଡାକ୍ତରଙ୍କ ଚିଠାରୁ ଟିପିନେଲି । ମନରେ ପ୍ରଶ୍ନ ଆସିଲା ପିଲାଟିର ପରିବାର ସହ ଯୋଗାଯୋଗ କଲେ ସମସ୍ୟାର ସମାଧାନ ହୋଇପାରନ୍ତା । ଅନ୍ୟ ୱାର୍ଡକୁ ଯାଉଥିବା ବେଳେ ଡାକ୍ତରଙ୍କୁ ଦଉଡି ଯାଇ ଏକଥା ପଚାରିଲି । ସେ କହିଲେ, ‘ହୁଏତ ସମାଧାନ ହୋଇପାରେ। ହେଲେ ପିଲାଟିର ଘର ଅବିଭକ୍ତ କୋରାପୁଟର ବଣ ମୁଲକରେ । ଯୋଗାଯୋଗ କରିବା ମୁସ୍କିଲ।’ ଏତିକି ବେଳେ ଡାକ୍ତର କହୁ କହୁ କହିଦେଲେ ଯେ, ଆମ ହାତରେ ଆଉ ମାତ୍ର ୨ ଦିନ ସମୟ । ଏହି ସମୟ ଭିତରେ ରକ୍ତ ଯୋଗାଡ ହୋଇ ନ ପାରିଲେ ଭଗବାନ ହିଁ ଭରସା। ଡାକ୍ତରଙ୍କ ମୁହଁରୁ ଏତିକି ଶୁଣିବା ବେଳକୁ ମୋ ଆଖି ଜକେଇ ଆସିଥିଲା, ନିରୀହ କୁନି ପିଲାର ମୁହଁ ଆଖି ଆଗରେ ନାଚିଯାଉଥିଲା। ଭାବିଲି ମୁଁ କ’ଣ କିଛି କରିପାରିବି ନାହିଁ । ଏତିକି ବେଳେ ଅବିଭକ୍ତ କୋରାପୁଟ ଜିଲାର ଏକ କଲେଜରେ ମୋର ଜଣେ ସାଙ୍ଗ ଅଧ୍ୟାପକ ଥିବା କଥା ମନେପଡ଼ିଗଲା । ମନରେ ଆଶା ନେଇ ତାକୁ ଫୋନ୍‌ କଲି । ସବୁ କଥା କହିବା ପରେ ପିଲାଟିର ଗାଁ ଠିକଣା ଦେଲି ।

ପିଲାଟିର ପରିବାର ଲୋକଙ୍କୁ ଟିକିଏ ଭୁବନେଶ୍ୱର ପଠାଇବା ବ୍ୟବସ୍ଥା କରିଦେବାକୁ ଅନୁରୋଧ କଲି । ମୋ କଥା ସରିବା ଆଗରୁ ସେ ହଁଟିଏ ଭରିଲା । ବାସ୍‌ ମୋତେ ଲାଗୁଥିଲା ଏବେ ଆଉ କିଛି ଅସୁବିଧା ନାହିଁ । ମୋ ସାଙ୍ଗ ଘରଠାରୁ ପିଲାଟିର ଗାଁ ପାଖାପାଖି ୨୦ରୁ ୨୫ କିଲୋମିଟର ହେବ । ୨ରୁ ୩ଟି ପାହାଡ ଅତିକ୍ରମ କରି ଚାଲିଚାଲି ଯିବାକୁ ପଡ଼ିବ । ସାଙ୍ଗ ପାଖରୁ ଏତିକି ଶୁଣିବା ପରେ ମୁଁ ତାକୁ କହିଲି, ପାରିବୁ ଯଦି ଚେଷ୍ଟାକର । ତା’ ସହ ମୋର ଫୋନରେ ଯୋଗାଯୋଗ ଥାଏ । ତା’ ପରଦିନ ସକାଳୁ ସକାଳୁ ସାଙ୍ଗର ଫୋନ ଆସିଲା । କହିଲା ପିଲାଟିର ମାଆ ଓ ଭଉଣୀଙ୍କୁ ଟିକଟ କରି ବସରେ ବସେଇ ଦେଇଛି ା ଆଜି ସଂଧ୍ୟାସୁଦ୍ଧା ବୋଧେ ଭୁବନେଶ୍ୱରରେ ପହଞ୍ଚି ଯିବେ । ଓଃ… ମନରେ ଟିକିଏ ଆଶାର କିରଣ ଦେଖାଦେଲା । ଆଉ ପିଲାଟିର କିଛି ହେବନି । ଏପଟେ ମୁଁ କିଛି ସ୍ବେଚ୍ଛାସେବୀଙ୍କୁ ବ୍ଲଡ ଗ୍ରୁପ ବାବଦରେ କହି ଯୋଗାଯୋଗ କରୁଥିଲି । ସଞ୍ଜ ନଇଁଲା ବେଳକୁ ବସ୍‌ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଥିଲା । ମାଆ ଓ ଭଉଣୀ ହସ୍‌ପିଟାଲକୁ ଆସିଲେ । ଏମାନଙ୍କୁ ଦେଖୁଦେଖୁ ପରିଚୟ ପଚାରିବା ସହ ଡାକ୍ତରଙ୍କ ପାଖକୁ ଦଉଡ଼ିଲି । କହିଲି ସାର୍‌, ସମସ୍ୟାର ସମାଧାନ ହୋଇଯିବ । ପିଲାଟିର ମାଆ ଓ ଭଉଣୀ ଆସିଲେଣି, ୨ ଜଣଙ୍କ ରକ୍ତ ପରୀକ୍ଷା କରିବାକୁ ଡାକ୍ତରଙ୍କୁ କହିଲି । ଆଶା ନିଶ୍ଚିତ ବ୍ଲଡ ଗ୍ରୁପ ମ୍ୟାଚ କରିବ। ମନେମନେ ଭଗବାନଙ୍କୁ କୃତଜ୍ଞତା ଜଣାଉଥିଲି । ମୋ କଥା ଶୁଣି ଡାକ୍ତର ବି ତପତ୍ରତା ପ୍ରକାଶ କଲେ । ନର୍ସଙ୍କୁ କହି ୨ ଜଣଙ୍କ ରକ୍ତ ପରୀକ୍ଷା କରାଗଲା । କିଛିସମୟ ପରେ ନର୍ସ ଆସି ନିରାଶା ବାଣୀ ଶୁଣାଇଲେ, କହିଲେ ଆଜ୍ଞା ଗ୍ରୁପ୍‌ ମ୍ୟାଚ କରୁନି । ସେତେବେଳକୁ ମଁୁ ଭାଙ୍ଗିପଡିଥିଲି । ଡାକ୍ତରଖାନା ୱାର୍ଡ ବାହାରକୁ ଯାଇ ଶେଷ ଆଶା ସ୍ବେଚ୍ଛାସେବୀଙ୍କୁ ପୁଣି ଯୋଗାଯୋଗ କଲି । ସେପଟୁ ଉତ୍ତର ଆସିଲା, ଆଉ ୧୦ରୁ ୧୫ ମିନିଟ ଭିତରେ କିଛି ଗୋଟେ ଖବର ମିଳିଯିବ। ଆମେ ଆପଣଙ୍କୁ କଲ୍‌ ବ୍ୟାକ କରିବୁ ବୋଲି ସେ ମୋତେ କହିଲେ । ଡାକ୍ତର ଦେଇଥିବା ସମୟ ସରି ଆସିବା ସହ ପିଲାଟି ଧୀରେଧୀରେ ନିସ୍ତେଜ ହେଉଥିଲା । ଡାକ୍ତରଖାନା ବାରଣ୍ଡାରେ ମୁ ଏପାଖ ସେପାଖ ଚିନ୍ତାରେ ଚାଲୁଥାଏ । ଠିକ୍‌ ୫ ମିନିଟ୍‌ ପରେ କଲ୍‌ ବ୍ୟାକ କଲେ ଜଣେ ସ୍ବେଚ୍ଛାସେବୀ । କହିଲେ, ବେଙ୍ଗାଲୁରୁରେ ଥିବା ଜଣେ ଓଡ଼ିଆଙ୍କର ଏହି ବିରଳ ବ୍ଲଡ ଗ୍ରୁପ। ତାଙ୍କ ଘର କଟକ ଓ ସେ ଆଜି ଘରକୁ ଆସିଛନ୍ତି । ସେ ରକ୍ତ ଦେବାକୁ ରାଜି ଅଛନ୍ତି। ପିଲାଟିର ମେଡିକାଲ ବେଡ୍‌ ଠିକଣା ଦେଲେ ଆମେ ବ୍ୟବସ୍ଥା କରିବୁ ବୋଲି ସେ ଆଶ୍ୱାସନା ଦେଲେ। ଭଗବାନଙ୍କୁ ମନେ ମନେ କୃତଜ୍ଞତା ଜଣାଇ ମେଡିକାଲ ବେଡ୍‌ ପାଖକୁ ଆସିଲି । ଦେଖିଲି ବେଡ୍‌ ଉପରେ ପିଲାଟି ବସି କ’ଣ ଗୋଟେ କାଠିକୁ ଚୋବୋଉଛି। ପିଲାଟିର ମାଆକୁ ପଚାରିଲି ଏଇଟା କ’ଣ । ଆଦିବାସୀ ମିଶା ଓଡ଼ିଆରେ କହିଲେ ବାପରେ, ଏଇଟା ଔଷଧ ଦାନ୍ତ କାଠି । ଏଇଟା ଚୋବେଇଲେ ଦେହରେ ରକ୍ତ ହେବ । ଅସହାୟ ମାଆର ଦାନ୍ତକାଠି ଔଷଧ ବୋଧେ ପିଲାଟିକୁ ଅଧା ଭଲ କରିଦେଇଥିଲା । ସେପଟେ ରାତିସୁଦ୍ଧା ସ୍ବେଚ୍ଛାସେବୀଙ୍କ ଦ୍ୱାରା ଯୋଗାଡ଼ ସେହି ବିରଳ ଗ୍ରୁପ୍‌ର ରକ୍ତ ବି ପିଲାଟିର ଶରୀରକୁ ଯାଇସାରିଥିଲା ।

-ଅଜିତ କୁମାର ସାହୁ
-ତୁମୁଡିବନ୍ଧ, କନ୍ଧମାଳ, ମୋ: ୯୪୩୭୨୧୬୯୨୬


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri