ନୋଜ୍‌ ରିଂ: କିଛି କଥା

ନୋଜ୍‌ ରିଂ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରେ ସେକଥା ନୁହେଁ, ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ ବୋଲି ହୁଏତ ଅନେକଙ୍କୁ ଜଣା ନଥିବ। ତା’ହେଲେ ଜାଣନ୍ତୁ ନୋଜ୍‌ ରିଂକୁ ନେଇ କ’ଣ ସବୁ ରହିଛି ରୋଚକ କଥା।

ହିନ୍ଦୁ ଧର୍ମରେ ଆଜକୁ ବହୁ ବର୍ଷ ତଳୁ ମହିଳାମାନେ ନୋଜ ରିଂ ବା ନାକଫୁଲ ଅଥବା ନୋଥ ପିନ୍ଧିବାର ପ୍ରଥା ଚାଲି ଆସିଛି। କିନ୍ତୁ ଏବେ ଏହାର ଓଲଟା ଦେଖିବାକୁ ମିଳୁଛି। ଆଉ ପ୍ରଥା ପାଇଁ ନୁହେଁ ବରଂ ଫ୍ୟାଶନ ପାଇଁ ଅନେକ ମହିଳା ତଥା ଯୁବତୀ ବିଭିନ୍ନ ଅକେଜନ୍‌ରେ ଲାଟେଷ୍ଟ ଡିଜାଇନର୍‌ ନୋଜ୍‌ ରିଂ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ତେବେ ସେ ପ୍ରଥା ହେଉ ଅବା ଫ୍ୟାଶନ ହେଉ, ନୋଜ୍‌ ରିଂ ପିନ୍ଧିବା ଦ୍ୱାରା ମହିଳାଙ୍କର କ’ଣ ସବୁ ଉପକାର ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…

ଖରାପ ନଜରରୁ ରକ୍ଷା କରେ
ମହିଳାଙ୍କର ଷୋହଳ ଶୃଙ୍ଗାର ମଧ୍ୟରୁ ନୋଜ୍‌ ରିଂ ବା ନୋଥ ହେଉଛି ଗୋଟିଏ। ଏହାକୁ ସୌଭାଗ୍ୟର ପ୍ରତୀକ ବୋଲି ବି କୁହାଯାଇଥାଏ। ଖାସ୍‌କରି ନବବଧୂ ପାଇଁ ଏହାକୁ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା କେବଳ ତା’ର ରୂପକୁ ସୁନ୍ଦର କରିଥାଏ ତାହା ନୁହେଁ ବରଂ ଅନେକ ଖରାପ ନଜରରୁ ତାକୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।

ପୀଡ଼ାରୁ ମୁକ୍ତି ଦିଏ
ମାସିକ ଋତୁସ୍ରାବବେଳେ ମହିଳାଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ। କିନ୍ତୁ ଆୟୂର୍ବେଦ ବିଜ୍ଞାନର ମାନ୍ୟତା ଅନୁସାରେ, ଯେଉଁ ମହିଳା ନାକର ଗୋଟିଏ ପୁଡ଼ାରେ ଛେଦ କରି ନୋଜ୍‌ ରିଂ ବା ନାକଫୁଲ ପିନ୍ଧିଥାନ୍ତି, ସେମାନଙ୍କୁ ଅନ୍ୟ ମହିଳାଙ୍କ ତୁଳନାରେ ଋତୁସ୍ରାବ ସମୟରେ କମ୍‌ କଷ୍ଟ ହୋଇଥାଏ। ସେହିପରି ଆୟୁର୍ବେଦ ବିଜ୍ଞାନ କହେ, ମହିଳାଙ୍କର ନାକରେ ହୋଇଥିବା ଛେଦ ସେମାନଙ୍କର ପ୍ରଜନନ ଅଙ୍ଗ ସହିତ ଜୋଡ଼ି ହୋଇ ରହିଥାଏ। ଯଦ୍ଦ୍ବାରା ନାକଫୁଲ ପିନ୍ଧୁଥିବା ମହିଳାମାନଙ୍କୁ ପ୍ରସବ ସମୟରେ ବି କମ୍‌ କଷ୍ଟ ସହିବାକୁ ପଡିଥାଏ। ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ତ ଜଣାନାହିଁ। ଏହା କେବଳ ଲୋକଙ୍କ ବିଶ୍ୱାସ ଓ ଅବିଶ୍ୱାସ ଉପରେ ହିଁ ନିର୍ଭର କରେ।

ସୌନ୍ଦର୍ଯ୍ୟ ବୃଦ୍ଧି କରେ
କୁହାଯାଏ, ନୋଜ୍‌ ରିଂ ପିନ୍ଧିବା ଦ୍ୱାରା ମହିଳାଙ୍କର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ସେଥିପାଇଁ ମାର୍କେଟ୍‌ରେ ଏହାର ବିଭିନ୍ନ ଭେରାଇଟି ଦେଖିବାକୁ ମିଳେ। କିନ୍ତୁ ସବୁ ଭେରାଇଟି ସବୁ ମହିଳାଙ୍କୁ ମାନେ ନାହିଁ। ଯେମିତିକି: ଯେଉଁ ମହିଳାଙ୍କର ନାକ ଲମ୍ବା ଓ ଶାର୍ପ, ସେମାନଙ୍କୁ ରିଂ ଷ୍ଟାଇଲ୍‌ର ନୋଜ୍‌ ରିଂ ମାନୁଥିବାବେଳେ ଯେଉଁ ମହିଳାଙ୍କର ନାକ ଟିକେ ଚଉଡ଼ା, ସେମାନଙ୍କୁ ଷ୍ଟଡ୍‌ ଷ୍ଟାଇଲ୍‌ ନୋଜ୍‌ ରିଂ ଭଲ ଦେଖାଯାଇଥାଏ। ସେହିପରି ହାର୍ଟ ଶେପ୍‌ ଫେସ୍‌ ଥିବା ମହିଳାଙ୍କୁ ଟିକେ ହେଭି ଷ୍ଟାଇଲ୍‌ର ନୋଜ୍‌ ରିଂ, ଡାଇମଣ୍ଡ ଶେପ୍‌ ଫେସ୍‌କୁ ଫ୍ଲୋରାଲ୍‌ ଡିଜାଇନ୍‌ ନୋଜ୍‌ ରିଂ, ରାଉଣ୍ଡ ଶେପ୍‌ ଫେସ୍‌କୁ ବିଡେଡ୍‌ ନୋଜ୍‌ ରିଂ ଏବଂ ଟିକେ ଚଉଡ଼ା ଫେସ୍‌ ଥିବା ମହିଳାଙ୍କୁ ହାଫ୍‌ ମୁନ୍‌ ଷ୍ଟାଇଲ୍‌ ନୋଜ୍‌ ରିଂ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ଆଉ ଯଦି ପରଫେକ୍ଟ ବ୍ରାଇଡାଲ୍‌ ଲୁକ୍‌ ପାଇଁ ନୋଜ୍‌ ରିଂ ଚୟନର କଥା ଉଠେ, ତା’ହେଲେ ତ ଏହାର ଅନେକ ଅପ୍ସନ ଆପଣଙ୍କ ହାତରେ ରହିଛି। କେବଳ ନିଜ ଲୁକ୍‌କୁ ମାନିଲା ଭଳି ନୋଜ୍‌ ରିଂ ଚୟନ କରିବା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri