କରୋନା ଭୂତାଣୁ ରୋକିବା ଲାଗି ଗୁଳି: ଉତ୍ତରକୋରିଆ

ଓ୍ବାଶିଂଟନ,୧୧।୯-ଚାଇନାରୁ କୋରନା ଭାଇରସ ଯେପରି ଦେଶ ଭିତରକୁ ପ୍ରବେଶ ନ କରିବ ସେଥିଲାଗି ଉତ୍ତରକୋରିଆ କର୍ତ୍ତୃପକ୍ଷ ଗୁଳି ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣରେ ଥିବା ଆମେରିକା ସେନାର କମାଣ୍ଡର ପକ୍ଷରୁ ଏହା କୁହାଯାଇଛି। ଦୁର୍ବଳ ସ୍ବାସ୍ଥ୍ୟସେବା ଦେଇ ଗତି କରୁଥିବା ଉତ୍ତରକୋରିଆରେ ଅଦ୍ୟାବିଧି ଯାଏ କରୋନା ଭୂତାଣୁ ଦେଖିଯାଇ ନାହିଁ। ସଂକ୍ରମଣ ରୋକିବା ଲାଗି ଗତ ଜାନୁୟାରୀରୁ ପୟଙ୍ଗୟାଙ୍ଗ ଚାଇନା ସୀମାକୁ ବନ୍ଦ କରି ରଖିଛି। ସେବାଠାରୁ ଏହା ଦେଶରେ ବିଭିନ୍ନସ୍ତରରେ ସ୍ବାସ୍ଥ୍ୟଜନିତ ଜରୁରୀ ପରିସ୍ଥିତି ଜାରି କରି ଆସିଛି।
କୋରିଆରେ ଥିବା ଆମେରିକା ସେନା (ୟୁଏସଏସକେ) କମାଣ୍ଡର ରବର୍ଟ ଆବ୍ରାହିମ କହିଛନ୍ତି, ଚାଇନା ସୀମା ବନ୍ଦ କରି ଦିଆଯାଇଥିବାରୁ ସାମଗ୍ରୀ ଚୋରାଚାଲାଣ କରାଯାଉଛି। ସେଥିପାଇଁ ଉତ୍ତରକୋରିଆ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିଛି। ଚାଇନା ସୀମାନ୍ତ ୧ ବା ୨ କିଲୋମିଟର ଅଞ୍ଚଳକୁ ଉତ୍ତରକୋରିଆ ବଫର ଜୋନ ଭାବେ ଚିହ୍ନଟ କରିଛି ବୋଲି ସେ କହିଛନ୍ତି। ସେଠାରେ ଉତ୍ତରକୋରିଆର ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବାହିନୀ (ଏସଓଏସ) ମୁତୟନ କରାଯାଇଛି। ଫଳରେ ଆବଶ୍ୟକସ୍ଥଳେ ଗୁଳି ନିର୍ଦ୍ଦେଶ ଦେବା ଲାଗି ସେମାନଙ୍କୁ କ୍ଷମତା ଦିଆଯାଇଛି। ତେବେ ପୟଙ୍ଗୟାଙ୍ଗ ପକ୍ଷରୁ ସେଭଳି କୌଣସି ଆକ୍ରମଣ ହେବା ନେଇ ଆଭାସ ପରିଲକ୍ଷିତ ହେଉନାହିଁ ବୋଲି ଆବ୍ରାହିମ କହିଛନ୍ତି। ଆସନ୍ତା ମାସ କିମ ଜଙ୍ଗ ଉନଙ୍କ ପାର୍ଟି ୭୫ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବା ପରିପେକ୍ଷ୍ରୀରେ ଦେଶ ପକ୍ଷରୁ ନୂଆ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ତେବେ ଏହା ସତ୍ତ୍ୱେ କୋଭିଡ-୧୯ ମୁକାବିଲା ଲାଗି ଉତ୍ତରକୋରିଆ ସମସ୍ତ ପ୍ରସ୍ତୁତି ଚଳାଇଛି ବୋଲି ଆବ୍ରାହିମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଞ୍ଚରେ ନିଆଁ,ଚାଲିଗଲା ୩୨ ଜୀବନ

ଢାକା,୨୪।୧୨: ଦକ୍ଷିଣ ବାଂଲାଦେଶରେ ଏକ ଲଞ୍ଚରେ ନିଆଁ ଲାଗି ଶୁକ୍ରବାର ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ରାଜଧାନୀ ଢାକା ଠାରୁ ୨୫୦ କିଲୋମିଟର...

ଫୋବର୍‌ସରେ ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା: ନିର୍ମଳା ସୀତାରାମନ ବି ସାମିଲ

ନୂଆଦିଲ୍ଲୀ,୧୩।୧୨: ଫୋବର୍‌ସ ପକ୍ଷରୁ ବିଶ୍ୱର ସବୁଠାରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ସ୍ଥାନ ମିଳିଛି।...

ବଢୁଛି ଯାଆଁଳାଙ୍କ ଜନ୍ମ

ଲଣ୍ଡନ, ୧୭।୩: ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଯାଆଁଳା ଶିଶୁଙ୍କ ସଂଖ୍ୟା। ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ ଓ ଅନ୍ୟାନ୍ୟ କୃତ୍ରିମ ପ୍ରଜନନ କୌଶଳ ଦ୍ୱାରା...

ମକାକ୍ଷେତରେ ବିମାନ ଅବତରଣ

ମସ୍କୋ, ୧୭ା୮(ପି.ଟି.): ରୁଷିଆର ୟୁରାଲ ଏୟାରଲାଇନ୍ସ ଏ୩୨୧ ବିମାନ ୨୨୬ ଯାତ୍ରୀ ଓ ୭ କର୍ମଚାରୀଙ୍କୁ ନେଇ ଗୁରୁବାର ମସ୍କୋର ଝୁକୋଭସ୍କାୟା ବିମାନବନ୍ଦରରୁ କ୍ରିମିଆ ଅଭିମୁଖେ ଉଡ଼ାଣ...

ନେଟ୍‌ ସ୍ବାଧୀନତା ସଙ୍କୁଚିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ବିଶ୍ୱର ବହୁ ରାଷ୍ଟ୍ରରେ ଇଣ୍ଟରନେଟ୍‌ ବ୍ୟବହାରକାରୀମାନଙ୍କୁ ଜେଲ ଯିବାକୁ ପଡ଼ୁଛି। କେତେକ ଦେଶରେ ୟୁଜର୍ସ ନିଜ ପୋଷ୍ଟକୁ ନେଇ ଆକ୍ରମଣର ଶିକାର ହେଉଛନ୍ତି। ବିଶେଷକରି...

ଇଣ୍ଡୋନେସିଆରେ ଆସିପାରେ ସୁନାମି

ଜାକର୍ତ୍ତା,୨।୮: ଇଣ୍ଡୋନେସିଆର ସୁମାତ୍ରା ଓ ଜାଭା ଉପକୂଳରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୮। ସ୍ଥାନୀୟ...

ନିଖୋଜର ୨ ବର୍ଷ ପରେ ଗୁପ୍ତ କୋଠରିରୁ ଶିଶୁ ଉଦ୍ଧାର

ନ୍ୟୁୟର୍କ, ୧୮ା୨: ନ୍ୟୁୟର୍କରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଖବର ସାମ୍‌ନାକୁ ଆସିଛି। ୨ ବର୍ଷ ହେଲା ଜଣେ ୬ ବର୍ଷର ଶିଶୁ କନ୍ୟା ନିଖୋଜ...

ପ୍ରତି ୩ରେ ଜଣେ ମହିଳା ପୀଡ଼ିତା

ନୂଆଦିଲ୍ଲୀ, ୧୧ା୩: ପୁରୁଷ ପ୍ରଧାନ ସମାଜରେ ନିର୍ଯାତନାରୁ ନିସ୍ତାର ପାଇନାହାନ୍ତି ମହିଳା। ଗୋଟିଏ କି ଦୁଇଟି ଦେଶ ନୁହେଁ, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହିଂସା...

Advertisement
Archives

Model This Week