ଉତ୍ତର କୋରିଆକୁ ଘାରିଛି ଏକଛତ୍ରବାଦୀ ଶାସକଙ୍କ ସ୍ବାସ୍ଥ୍ୟ ଚିନ୍ତା…

ପ୍ୟୋଙ୍ଗୟାଙ୍ଗ,୩୧।୭: ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟ ଚିନ୍ତା ଏବେ ଉତ୍ତର କୋରିଆକୁ ଘାରିଛି। ଇତିମଧ୍ୟରେ କିମ୍‌ଙ୍କ ଓଜନ ୨୦ କିଲୋଗ୍ରାମ କମିଯାଇଛି। ନିକଟରେ ସାମରିକ ଅଧିକାରୀମାନଙ୍କୁ ଅଭିବାଦନ କରୁଥିବା ତାଙ୍କ ଫଟୋ ପ୍ରକାଶ ପାଇଥିଲା। ଫଟୋରେ କିମ୍‌ ଦୁର୍ବଳ ଦେଖାଯାଉଥିଲେ। ଏକ ମାସ ପୂର୍ବରୁ କିମଙ୍କ ସ୍ବାସ୍ଥ୍ୟକୁ ନେଇ ଗଣମାଧ୍ୟମରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସାଧାରଣତ କିମଙ୍କ ସ୍ବାସ୍ଥ୍ୟ ଉପରେ ଆଲୋଚନା କରାଯାଇ ନ ଥାଏ ଏବଂ ଏହା ସହ ଜଡିତ ସୂଚନା ମଧ୍ୟ ଗୁପ୍ତ ରଖାଯାଇଥାଏ। କୋରିଆନ ପିପୁଲ୍ସ ଆର୍ମି କମାଣ୍ଡର ଏବଂ ପୋଲିସ ଅଧିକାରୀଙ୍କ ପ୍ରଥମ କର୍ମଶାଳାରେ କିମ୍‌ ବହୁତ ପତଳା ଦେଖାଯାଉଛନ୍ତି। ଏହି କାରଣରୁ ସେ ଅସୁସ୍ଥ ଥିବା ମଧ୍ୟ ଅନୁମାନ କରାଯାଉଛି।
ଗତ ମାସରେ, ଦେଶର କେସି ଟିଭି ପକ୍ଷରୁ କୁହାଯାଇଥିଲା ଯେ କିମଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବା ପରେ ଦେଶର ଲୋକେ ଭାଙ୍ଗି ପଡିଛନ୍ତି। ଉତ୍ତର କୋରିଆର ଆର୍ଥିକ ଅବସ୍ଥା ପୂର୍ବରୁ ବିଗିଡି ଯାଇଥିଲା ଏବଂ କରୋନା ମହାମାରୀ ଯୋଗୁଁ ଦେଶ ଏବେ ସଙ୍କଟ ଦେଇ ଗତି କରୁଛି। ଦେଶରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି ଏବଂ ସୀମା ସହ ଜଡିତ ନିୟମ ଯୋଗୁଁ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି।
ସୂଚନାଯୋଗ୍ୟ, ଅତୀତରେ, କିମଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଖବର ଆସିଛି ଏବଂ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଦାବି କରାଯାଇଛି। କିନ୍ତୁ କିଛି ସପ୍ତାହ କିମ୍ବା ମାସ ଅଦୃଶ୍ୟ ହେବା ପରେ କିମ ପୁଣି ସାମ୍ନାକୁ ଆସିଛନ୍ତି। ତେବେ ଏହି ସମୟ ମଧ୍ୟରେ ସେ କେଉଁଆଡେ ଯାଇଥିଲେ ଅବା କେଉଁଠି ଥିଲେ ତାହାର ରହସ୍ୟ କେହି ବି ଜାଣି ନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ...

ତବଲିଗ୍‌ ଜମାତ୍‌ ଯୋଗୁ ଏସିଆରେ ବ୍ୟାପିଲା କରୋନା: ପାକିସ୍ତାନ-ମାଲେସିଆ ପରେ ଏବେ ଭାରତରେ ସୃଷ୍ଟି କଲା ସଙ୍କଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।...

ନୂଆ ମାନଚିତ୍ର ସଂଶୋଧନ ପ୍ରସ୍ତାବ ନେପାଳର ନିମ୍ନସଦନ ପ୍ରତିନିଧି ସଭାରେ ପାରିତ

କାଠମାଣ୍ଡୁ, ୧୦।୬: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନେପାଳ ସରକାରଙ୍କ ପକ୍ଷରୁ ରାଜନୈତିକ ମାନଚିତ୍ର ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦର...

କେରୋନା ମୁକାବିଲା: ଫୁଟବଲ ପଡ଼ିଆ ହେଲା ହସ୍ପିଟାଲ

ଓ୍ବାଶିଂଟନ,୧୯।୩: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ୨ଜଣ ସାଂସଦ ମାରିଆ ଡିଆଜ୍‌ ଏବଂ ବେନ୍‌ ମ୍ୟାକ୍‌୍‌ଆଦମ୍ସ୍‌ଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି।...

ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା

ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ...

ପାକିସ୍ତାନରେ ବିଗୁଡିଛି ରାଜନୈତିକ ସ୍ଥିତି: ମରିୟମଙ୍କ ସ୍ୱାମୀ ଗିରଫ

ଇସ୍‌ଲାମାବାଦ,୧୯ ।୧୦: ପାକିସ୍ତାନରେ ବିଗିଡି ଚାଲିଛି ରାଜନୈତିକ ସ୍ଥିତି । ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ବିରୋଧି ଏକ ବଡ ରାଲି ବାହାର କରିଥିବା...

୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କଲେ ଏହି ବ୍ୟକ୍ତି

କାଠମାଣ୍ଡୁ, ୧୫।୫: ୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କରିଛନ୍ତି ନେପାଳର ୪୯ବର୍ଷୀୟ କାମି ରୀତା ଶେରପ୍ପା। ବୁଧବାର ସକାଳ ୭.୫୦ରେ ଏଭରେଷ୍ଟର...

ଆଜି ଇୟୁ ଛାଡ଼ିବ ବ୍ରିଟେନ

ଲଣ୍ଡନ,୩୧-୧:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ...

Advertisement


Archives

Model This Week