ଜୀବନକୁ ବାଜି ଲଗାଇ ସୁରକ୍ଷିତ ରଖିବାକୁ ପଡିବ କିମଙ୍କ ଫଟୋ, ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ!

ପୋଙ୍ଗୟାଙ୍ଗ,୧୨।୮: ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଦେବାକୁ ବା ସାଇତି ରଖିବାକୁ ପଡିବ। ଘୂର୍ଣ୍ଣିଝଡ଼ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ ପ୍ରବଳ ବର୍ଷା ଏବଂ ଖୁବ ଜୋରରେ ପବନ ହେଉଛ। ବାତ୍ୟା ଯୋଗୁଁ ଘରଗୁଡିକ ନଷ୍ଟ ହେବାକୁ ଯାଉଛି, ଯେଉଁ କାରଣରୁ ଲୋକମାନେ ଘରୁ ବାହାରକୁ ଯିବାବେଳେ କିମ ରାଜବଂଶର ଫଟୋକୁ ବି ସାଙ୍ଗରେ ସୁରକ୍ଷିତ ଭାବେ ନେଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାସ୍ତବରେ, କିମ ରାଜବଂଶର ଚିତ୍ରକୁ ସୁରକ୍ଷିତ ରଖିବା ପ୍ରତ୍ୟେକ କୋରିଆନଙ୍କ କର୍ତ୍ତବ୍ୟ ବୋଲି ବିବେଚନା କରାଯାଏ। ସମସ୍ତଙ୍କୁ ତାଙ୍କ ଘରର ଗୁରୁତ୍ୱପୂର୍ଣ୍ଣ କାନ୍ଥରେ କିମ ଜୋଙ୍ଗ ଉନଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଛବି ଟାଙ୍ଗିବାକୁ ପଡ଼ିଥାଏ। ସେହି କାନ୍ଥରେ କିମ ପରିବାରଙ୍କ ଫଟୋ ବ୍ୟତୀତ ଅନ୍ୟ କିଛି ରହିବା ଉଚିତ ନୁହେଁ। ଏହି ଫଟୋଗୁଡ଼ିକୁ ପ୍ରତିଦିନ ସଫା କରିବାକୁ ପଡେ, ବେଳେବେଳେ କୋରିଆ ପୋଲିସ ଘର ଭିତରକୁ ପ୍ରବେଶ କରି ଫଟୋଟି ସଫା ଅଛି କି ନାହିଁ ତାହା ଯାଞ୍ଚ କରିଥାଏ।

ଦ ଗାର୍ଡିୟନର ରିପୋର୍ଟ ଅନୁଯାୟୀ, ଶାସକ କୋରିଆ ୱାର୍କର୍ସ ପାର୍ଟିର ମୁଖପାତ୍ର ରୋଡୋଙ୍ଗ ସିନମୁନ କହିଛନ୍ତି ଯେ ଝଡ଼ ସମୟରେ ସେମାନଙ୍କି ନେତା କିଙ୍ଗ ଜୋଙ୍ଗ ଉନ, ତାଙ୍କ ପିତା କିମ ଜୋଙ୍ଗ-ଇଲ ଏବଂ ତାଙ୍କ ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ ଇଲ-ସୁଙ୍ଗଙ୍କ ଫଟୋ ଗୁଡିକୁ ସୁରକ୍ଷିତ ରଖିବେ। କିମ ରାଜବଂଶର ମୂର୍ତ୍ତି, ଫଟୋଗ୍ରାଫ ଏବଂ ଅନ୍ୟାନ୍ୟ ସ୍ମାରକୀକୁ ସୁରକ୍ଷିତ ରଖିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରଙ୍କଠାରୁ ମିଳିଥିବା ଏହି ଆଦେଶରେ ଜଣେ ଶାସକ କିମ ଜୋଙ୍ଗ କେତେ ବଡ଼ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି। କିମ ଜୋଙ୍ଗ-ଇଲ ଏବଂ କିମ ଇଲ-ସୁଙ୍ଗଙ୍କ ଫଟୋ ଦେଶର ପ୍ରତ୍ୟେକ ଘର ଏବଂ କାର୍ଯ୍ୟାଳୟରେ ଲଗାଯାଇଛି। ଯଦି କେହି ଫଟୋକୁ ନଷ୍ଟ କରନ୍ତି କିମ୍ବା ସେଗୁଡ଼ିକୁ ସୁରକ୍ଷିତ ରଖିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିବ। ଭୁଲ ବଶତଃ ଫଟୋଟି ନଷ୍ଟ ହୋଇଥିଲେ ମଧ୍ୟ ମୃତ୍ୟୁଦଣ୍ଡ ଦେବାକୁ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?