ଉତ୍ତର ଘୁମୁସର ବନଖଣ୍ଡ ଜଳୁଛି

ଭଞ୍ଜନଗର,୩ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଦୁର୍ଗାପ୍ରସାଦ ଏବଂ ମୁଜାଗଡ ସେକ୍ସନର ଏକାଧିକ ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଗାପ୍ରସାଦ ଅଞ୍ଚଳ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ସମ୍ପୃକ୍ତ ସେକ୍ସନର କିଛି କର୍ମଚାରୀ ଲୋକଙ୍କ ସହ ସୁସମ୍ପର୍କ ରଖିବାରେ ବିଫଳ ଯୋଗୁଁ ନିଆଁକୁ ଆୟତ୍ତ କରିପାରୁନାହାନ୍ତି। କିଛି କର୍ମଚାରୀ କର୍ମକ୍ଷେତ୍ରରେ ରହିବା ବଦଳରେ ଭଞ୍ଜନଗର ସହର ନଚେତ ନିଜ ଘରେ ରହିବାକୁ ପସନ୍ଦ କରୁଛନ୍ତି। ତେଣୁ ଜଙ୍ଗଲରେ ନିଆଁ ଲାଗିଲେ ହଠାତ୍‌ କର୍ମଚାରୀମାନେ ଜାଣି ପାରୁନାହାନ୍ତି। ଫଳରେ ଜଙ୍ଗଲ ପୋଡି ବଢିଯାଉଛି। ବିଗତ ଦୁଇଦିନ ହେଲା କର୍ମଚାରୀମାନେ ଦୁର୍ଗାପ୍ରସାଦ ଅଞ୍ଚଳର ଲାଗିଥିବା ବିଭିନ୍ନ ଜଙ୍ଗଲ ନିଆଁକୁ ରୋକିପାରୁନାହାନ୍ତି। ଡିଏଫଓ ସୁଦର୍ଶନ ବେହେରା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ରେଞ୍ଜର କର୍ମଚାରୀମାନଙ୍କୁ ଏକାଠି କରି ଘଟଣା ସ୍ଥଳକୁ ଯାଇଛନ୍ତି। ସେହିଭଳି ମୁଜାଗଡ ନିକଟସ୍ଥ କୁଟୁଣିକୁମ୍ପା ପାହାଡ଼ର ଦୁଇଟି ସ୍ଥାନରେ ନିଆଁ ଲାଗିଛି। ବାପାଙ୍ଗୀ ନିକଟସ୍ଥ ପାହାଡ଼ ମଧ୍ୟ ଜଳୁଛି। ଗୋଟିଏ ପଟେ ହାତୀ ଭୟ, ଅନ୍ୟପଟେ ଜଙ୍ଗଲ ଜଳିବା ଯୋଗୁଁ ରାତିରେ ନିଆଁ କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି। ଏଥିସହ ଜଗନ୍ନାଥପ୍ରସାଦ, ତାରସିଂ ରେଞ୍ଜରେ ମଧ୍ୟ କେତେକ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି। ତାହାକୁ ନିୟନ୍ତ୍ରଣ କରାଯାଇଥିବା ଜଣାପଡିଛି। ଯେଉଁ କର୍ମଚାରୀମାନେ ନିଷ୍ଠାର ସହ କାମ କରୁଛନ୍ତି ସେଠାରେ ନିଆଁ ତୁରନ୍ତ ନିୟନ୍ତ୍ରଣ କରାଯାଇପାରୁଛି।
ଏନେଇ ଡିଏଫଓ ସୁଦର୍ଶନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ନିଆଁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ଭିଏସଏସ୍‌ କର୍ମକର୍ତ୍ତା ଏବଂ ବନ କର୍ମଚାରୀ ମିଳିମିଶି ନିଆଁକୁ ନିୟନ୍ତ୍ରଣ ପାଇଁ ଲାଗି ପଡ଼ିଛନ୍ତି। ଜଙ୍ଗଲ ପୋଡି ଯୋଗୁଁ ଜଙ୍ଗଲର ତିନୋଟି ସ୍ତର ମଧ୍ୟରୁ ପ୍ରଥମ ସ୍ତର ଜଙ୍ଗଲଟି ବିଶେଷ କ୍ଷତିଗ୍ରସ୍ତ ହେଉଛି। ଦ୍ୱିତୀୟସ୍ତର ମଧ୍ୟ କିଛିମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ବନ୍ୟପ୍ରାଣୀ ବିପଦରେ ପଡ଼ିବା ସହ ପରିବେଶ ପ୍ରଦୂଷିତ ହେଉଛି। ଏହିଭଳି ପରିସ୍ଥିତିରେ ସମସ୍ତେ ମିଳିମିଶି ଜଙ୍ଗଲ ପୋଡିକୁ ରୋକିବାର ଆବଶ୍ୟକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri