Posted inଜାତୀୟ

ଉତ୍ତର-ପୂର୍ବ ଆମର ସୁରକ୍ଷା ସମୃଦ୍ଧିର ଦ୍ୱାର: ପ୍ରଧାନମନ୍ତ୍ରୀ…

ଶିଲଂ,୧୮।୧୨ : ଉତ୍ତର ପୂର୍ବ ହେଉଛି ଆମର ଦେଶର ସୀମା ଅଞ୍ଚଳ। ଏହା ଦେଶର ଏକ ଶେଷ ପଏଣ୍ଟ ନୁହେଁ ବରଂ ସୁରକ୍ଷା ଏବଂ ସମୃଦ୍ଧିର ଦ୍ୱାର। ଦେଶର ସୁରକ୍ଷା ଏଠାରୁ ସୁନିଶ୍ଚିତ ହୋଇଥାଏ ଏବଂ ଅନ୍ୟ ଦେଶ ସହିତ ବାଣିଜ୍ୟ ମଧ୍ୟ ଏଠାରୁ ହୋଇଥାଏ । ମେଘାଳୟର ଶିଲଂରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏଭଳି କହିଛନ୍ତି। ଆଜି କେନ୍ଦ୍ର ସରକାର କ୍ରୀଡ଼ା ସମ୍ବନ୍ଧରେ ଏକ ନୂତନ ଆଭିମୁଖ୍ୟ ନେଇ ଆଗକୁ ବଢୁଛନ୍ତି।

ଏଥିରୁ ଉତ୍ତର ପୂର୍ବର ଯୁବକମାନେ ଉପକୃତ ହୋଇଛନ୍ତି। ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ଉତ୍ତର ପୂର୍ବରେ ଅଛି। ଡିଜିଟାଲ ସଂଯୋଗ କେବଳ ବାର୍ତ୍ତାଳାପ ଏବଂ ସଂଳାପରେ ଉନ୍ନତି କରେ ନାହିଁ। ବରଂ ପର୍ଯ୍ୟଟନ ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗକୁ ବୃଦ୍ଧି କରିବାକୁ ସକ୍ଷମ।

ଗତ ୮ ବର୍ଷ ମଧ୍ୟରେ ଆମେ ଉତ୍ତର-ପୂର୍ବର ବିକାଶ ସହ ଜଡିତ ଅନେକ ବାଧାବିଘ୍ନକୁ ହଟାଇଛୁ। ଦୁର୍ନୀତି, ଭେଦଭାବ, ବଂଶବାଦ, ହିଂସା, ପ୍ରକଳ୍ପକୁ ଅଟକାଇ ରଖିବା, ପଥଭ୍ରଷ୍ଟ କରାଇବା ଏବଂ ଭୋଟ ବ୍ୟାଙ୍କ ରାଜନୀତିକୁ ଆମେ ବାଦ ଦେବାକୁ ଆନ୍ତରିକତାର ସହିତ ଚେଷ୍ଟା କରୁଛୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ଦିନ ଧରି କ୍ଷମତାରେ ଥିବା ଦଳଗୁଡିକ ଉତ୍ତର ପୂର୍ବ ପାଇଁ ଏକ ବିଭାଜନ ଚିନ୍ତାଧାରା ରଖିଥିଲେ ଏବଂ ଆମେ ବିଭାଜନ ହଟାଇବା ଉଦ୍ଦେଶ୍ୟରେ ଆସିଛୁ। ବିଭିନ୍ନ ସମ୍ପ୍ରଦାୟ ହେଉ କିମ୍ବା ବିଭିନ୍ନ ଅଞ୍ଚଳ ହେଉ, ଆମେ ସମସ୍ତ ପ୍ରକାରର ବିଭାଜନ ହଟାଉଛୁ।

ଦୀର୍ଘ ସମୟ ଧରି ଦେଶରେ ଏକ ଚିନ୍ତାଧାରା ରହିଛି ଯେ ସୀମା ଅଞ୍ଚଳରେ ବିକାଶ ହେବ, ଯଦି ସଂଯୋଗ ବୃଦ୍ଧି ହୁଏ ତେବେ ଶତ୍ରୁ ଉପକୃତ ହେବେ। ପୂର୍ବ ସରକାରଙ୍କ ଏହି ଚିନ୍ତାଧାରା ଯୋଗୁ ଉତ୍ତର ପୂର୍ବ ସମେତ ଦେଶର ସମସ୍ତ ସୀମାନ୍ତ ଅଞ୍ଚଳରେ ସଂଯୋଗରେ ଉନ୍ନତି ହୋଇପାରି ନାହିଁ। ଆଜି ସୀମାରେ ଦ୍ରୁତ ଗତିରେ ନୂତନ ରାସ୍ତା, ନୂତନ ଟନେଲ, ନୂତନ ସେତୁ, ନୂତନ ରେଳ ଲାଇନ, ନୂତନ ଏୟାରଷ୍ଟ୍ରିପ ର୍ନିମାଣ କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri