ନର୍ଲା ଡାକ୍ତରଖାନାରେ ନାହାନ୍ତି ବିଶେଷଜ୍ଞ ଡାକ୍ତର

ପଲମ,୬।୫ (ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ନର୍ଲା ସରକାରୀ ଡାକ୍ତରଖାନାରେ ନାହଁ।ନ୍ତି ବିଶେଷଜ୍ଞ ଡାକ୍ତର। ରାଜ୍ୟ ସରକାର ସବୁବେଳେ ମହିଳା ଓ ସେବା ପ୍ରତି ସବୁ ସମୟରେ ପ୍ରାଥମିକତା ଦେଇ ଆସୁଥିବାବେଳେ ସ୍ଥାନୀୟ ନେତୃତ୍ୱ ଓ ପ୍ରଶାସନିକ ଅଧିକାରୀଙ୍କ ଯୋଗଁ ଏହାର ଗୁରୁତ୍ୱ ରହୁନାହିଁ। ନର୍ଲା ବ୍ଲକରେ ସମନ୍ବିତ ଶିଶୁ ବିକାଶ ଅଧିନରେ ୭ଟି ସେଣ୍ଟର ରହିଛି। ନର୍ଲା ସେଣ୍ଟରରେ ଗର୍ଭବତୀଙ୍କ ସଂଖ୍ୟା୧୮୧ ରହିଥିବାବେଳେ ଭାନପୁର ୧୧୫, ପଲମ ୯୮, ରୁପ୍ରା ୧୩୫, ରୁପ୍ରାରୋଡ ୧୧୭, ଶାତପୁର ୧୩୨ ଓ ତୁଲାପଡ଼ା ୧୨୩। ସମୁଦାୟ ୭ କେନ୍ଦ୍ରରେ ୯୦୧ ଗର୍ଭବତୀ ମହିଳା ଅଛନ୍ତି। ସେହିପରି ନର୍ଲାରେ ପ୍ରସବ କରିଛନ୍ତି ୧୮୧, ଭାନପୁର ୯୪, ପଲମ ୯୩, ରୁପ୍ରା ୧୩୪, ରୁପ୍ରାରୋଡ ୧୧୩, ଶାତପୁର ୧୩୭ ଓ ତୁଲାପଡା ୧୨୭। ଏହା ବ୍ୟତୀତ ଜନ୍ମରୁ ୬ ବର୍ଷର ଶିଶୁ ସଂଖ୍ୟା ଉପରୋକ୍ତ ହିସାବ ଅନୁଯାୟୀ ୭ କେନ୍ଦ୍ରରେ ୧୧୨୮୧ଜଣ ରହିଛନ୍ତି। ହେଲେ ପରିତାପର ବିଷୟ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଯାଏଁ ଜଣେ ପ୍ରସୂତୀ ବିଶେଷଜ୍ଞ ଓ ଶିଶୁରୋଗ ବିଶେଷଜ୍ଞଙ୍କୁ ଜିଲା ସ୍ବାସ୍ଥ୍ୟ ବିଭାଗ ନିଯୁକ୍ତି ଦେଇପାରିନାହିଁ। ଫଳରେ ମହିଳା ଓ ଶିଶୁ କିପରି ସେବା ପାଉଥିବେ ତାହା ଅନୁମେୟ ହେଉଛି। ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ଭବାନିପାଟଣା, ବିଷମକଟକ, ବୁର୍ଲା, ବରଗଡ,ବଲାଙ୍ଗିର, ଭୁବନେଶ୍ୱର, କଟକ, ବିଶାଖାପାଟଣା ଭଳି ଦୁରଦୁରାନ୍ତର ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ୯ଟି ଡାକ୍ତର ପଦବୀ ଥିଲେ ହେଁ କେହି ଜଣେ ହେଲେ ଡାକ୍ତର ସ୍ଥାୟୀ ଭାବରେ ରହିନାହଁ।ନ୍ତି। ବିଶ୍ୱନାଥପୁର ଗୋଷ୍ଠୀ କେନ୍ଦ୍ରରୁ ଡେପୁଟେସନରେ ଆସି ରୋଗୀଙ୍କ ସେବା ଯୋଗାଉଛନ୍ତି ଡ. ଅକ୍ଷୟକୁମାର ଗୋଚ୍ଛାୟତ  ଅନ୍ୟ ୨ଜଣ ଡାକ୍ତର ସ୍ନାତକୋତ୍ତର ଶିକ୍ଷା ପାଇଁ ଯାଉଥିବାବେଳେ ନର୍ଲାରେ ନିଯୁକ୍ତି ପାଇଥିବା ଜଣେ ଡାକ୍ତର ଚପରିଆରେ ଡେପୁଟସନରେ କାମ କରୁଛନ୍ତି। ସେହିପରି ୨ଜଣ ଚୁକ୍ତିଭିତ୍ତିକ ଭାବରେ କାମ କରୁଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ର ବାହାରକୁ ଚକାଚକ ଦେଖାଯାଉଥିବା ବେଳେ ଭିତରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଜଳଜଳ ହୋଇ ଦେଖାଯାଉଛି। ଏଣୁ ସ୍ବାସ୍ଥ୍ୟ ବିଭାଗ ଏ ଉପରେ ବିଶେଷ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ସିଡିପିଓ ନିବାସିନୀ ବିଶ୍ୱାଳଙ୍କୁ ପଚାରିବାରୁ ଆମକୁ ବିଶେଷଜ୍ଞ ଡାକ୍ତର ନିହାତି ଦରକାର। ଏ ନେଇ ସ୍ବାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri