ନୋବେଲ ଚିନ୍ତା

Dillip Cherian

ତିନି କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ଏକ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିବା ପରେ ଏବେ ତାହାକୁ ଶେଷ କରିଛନ୍ତି। ସରକାର କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏଥିରେ କୃଷକମାନଙ୍କର ବିଜୟ ହୋଇଛି ଓ ଏକ ବିଜୟୀ ମନୋଭାବ ନେଇ ସେମାନେ ଘରକୁ ଫେରୁଛନ୍ତି। ଅହିଂସାମତ୍କ ଆନ୍ଦୋଳନ ଦ୍ୱାରା ସେମାନେ ହୁଏତ ଲୋକମାନଙ୍କ ହୃଦୟ ଜିତିପାରିଥାଆନ୍ତି, ହେଲେ ସରକାର ଏବଂ ପ୍ରଶାସନିକ ସଂସ୍ଥା ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ସକ୍ଷମ ହୋଇନାହାନ୍ତି। ତେବେ କୃଷକ ସଂଗଠନଗୁଡ଼ିକର ମେଣ୍ଟ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ସଂଯୋଜିତ କରୁଥିଲା ଓ ଆଗକୁ ବଢ଼ାଉଥିଲା। ଏବେ ମୋର୍ଚ୍ଚା ସପକ୍ଷରେ ପୂର୍ବତନ ଆଇଏଏସ୍‌ ଅଧିକାରୀମାନଙ୍କ ଏକ ଫୋରମ୍‌ ଆଗକୁ ବାହାରିଛି ଓ ଏହାକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ୍‌ କରିବାକୁ ପ୍ରସ୍ତାବ ଦେଇଛି। ଯଦିଓ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଘୋଷଣା ସରିଯାଇଛି, ସେଥିପାଇଁ ଆସନ୍ତା ବର୍ଷ ନୋମିନେଶନ ପାଇଁ ପଠାଇବାକୁ ବାବୁମାନେ ଆଶା କରୁଛନ୍ତି। କୌତୂହଳର ବିଷୟ, ବାବୁମାନଙ୍କର ଆଉ ଏକ ଫୋରମ୍‌ ସେମାନଙ୍କୁ ନକଲ କରି ପାଗଳାମୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନୋମିନେଟ କରିବାକୁ ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏବେ ସୁଦ୍ଧା ମୋର୍ଚ୍ଚା ସପକ୍ଷରେ ଥିବା ଫୋରମକୁ ପୂର୍ବତନ ଆଇଏଏସ୍‌ ଅଧିକାରୀ ଏସ୍‌.ଏସ୍‌. ବୋପାରାଇ ଏବଂ ରମେଶିନ୍ଦର ସିଂ ସବୁ ପ୍ରକାର ସହଯୋଗ ଦେଇ ଚଳାଉଛନ୍ତି। ସେମାନେ କହିଛନ୍ତି, ଦେଶର କୃଷକଙ୍କ ସ୍ବାର୍ଥ ରକ୍ଷା କରିବାରେ ପ୍ରମୁଖ ଭୂମିକା ନେଇଥିବା କିଷାନ ମୋର୍ଚ୍ଚା ଏହି ନିଆରା କାର୍ଯ୍ୟ ଲାଗି ପୁରସ୍କାର ପାଇବା ପାଇଁ ହକ୍‌ଦାର । ବୋପାରାଇ ୨୦୦୨ରେ ଆଇଏଏସ୍‌ ଚାକିରିରୁ ଅବସର ନେଇଥିଲେ। ସେ ମଧ୍ୟ ପଞ୍ଜାବୀ ୟୁନିଭର୍ସିଟି, ପଟିଆଲାର ପୂର୍ବତନ କୁଳପତି। ସେ ହିଁ ଏକମାତ୍ର ବାବୁ ଯିଏ କି ସମ୍ମାନଜନକ କୀର୍ତ୍ତିଚକ୍ରରେ ସମ୍ମାନିତ ହୋଇଛନ୍ତି। କ୍ୟାରିୟରରେ ସେ ପଞ୍ଜାବରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହ କେନ୍ଦ୍ରରେ କୋଇଲା ସଚିବ ଦାୟିତ୍ୱ ତୁଲାଇଥିଲେ। କୃଷକ ଆନ୍ଦୋଳନକୁ ବୋପାରଇ ଓ ରମେଶିନ୍ଦର ସହଯୋଗ କରୁଥିଲେ ଓ ଆନ୍ଦୋଳନକାରୀ କୃଷକଙ୍କୁ ନିୟମିତ ଭାବେ ରେଜେଇ, କମ୍ବଳ, ତକିଆ ଏବଂ ତାର୍‌ପୋଲିନ ଯୋଗାଇ ଆସୁଥିଲେ।
ନୂଆ ନିଯୁକ୍ତି ନୀତି
ଅନେକ ବର୍ଷ ହେବ ଦେଶରେ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଆସିଛି ଓ ଏଭଳି ସ୍ଥିତିରେ ସରକାର ବି ଚାଲିଛି। ପ୍ରତିବର୍ଷ ୧୮୦ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦେବାର କଟକଣା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ସୂତ୍ରରୁ ପ୍ରକାଶ ଯେ, ଏବେ ଅତି କମ୍‌ରେ ୧,୫୦୦ ଆଇଏଏସ୍‌ ଅଧିତ୍କାରୀଙ୍କ ଅଭାବ ରହିଛି। ଦେଶରେ ଆଇଏଏସ୍‌ ଅଧିକାରୀଙ୍କ ନିର୍ଦ୍ଧାରିତ ସଂଖ୍ୟା ୬,୬୯୯ ରହିଥିବାବେଳେ ବର୍ତ୍ତମାନ କେବଳ ୫,୨୦୫ ଅଧିକାରୀ ରହିଛନ୍ତି। ଏବେ ପାର୍ଲାମେଣ୍ଟାରି କମିଟି ଅନ୍‌ ପର୍ସନାଲ, ପବ୍ଲିକ ଗ୍ରିଭାନ୍ସେସ୍‌, ଲ’ ଆଣ୍ଡ୍‌ ଜଷ୍ଟିସ୍‌ ପଦବୀ ପୂରଣ କରିବାକୁ ଜୋର୍‌ ଦେବାରୁ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ୍‌ ଟ୍ରେନିଂ( ଡିଓପିଟି) ଏଥିପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ଡିଓପିଟି ସଚିବ ପ୍ରଦୀପ କୁମାର ତ୍ରିପାଠୀ ଦେଶରେ କମ୍‌ ଥିବା ଆଇଏଏସ୍‌ ସଂଖ୍ୟା ଜାଣିବାକୁ ଏକ କମିଟି ଗଠନ କରିଛନ୍ତି ଓ ଆସନ୍ତାବର୍ଷରୁ ଏକ ନିଯୁକ୍ତି ନୀତି ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। କମିଟିର ସବିଶେଷ ବିବରଣୀ ପ୍ରକାଶ ପାଇବାକୁ ବାକିଥିବାବେଳେ, ଆଗାମୀ ଦଶନ୍ଧିରେ ବିଭିନ୍ନ ପଦକୁ ବିଚାରକୁ ନେଇ ଆବଶ୍ୟକ ହେଉଥିବା ଅଧିକାରୀଙ୍କ ସଂଖ୍ୟା ଉପରେ ଏହା ଅନୁଧ୍ୟାନ କରିବ ବୋଲି ବିଶ୍ୱାସ କରାଯାଉଛି । ଆଇଏଏସ୍‌ ଅଧିକାରୀଙ୍କ ବାର୍ଷିକ ନିଯୁକ୍ତି କଟକଣା ହଟାଇ ଦେବା ଲାଗି ଏହା ମଧ୍ୟ ସୁପାରିସ କରିପାରେ। ନିକଟରେ ଶେଷ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ ପାର୍ଲାମେଣ୍ଟାରି କମିଟି ତା’ରିର୍ପୋଟ ଉପସ୍ଥାପନ କରିଥିଲା। ଆଇଏଏସ୍‌ ଅଧିକାରୀଙ୍କ ନିର୍ଦ୍ଧାରିତ ସଂଖ୍ୟା ଏବଂ ଏବକାର କାର୍ଯ୍ୟରତ ଅଧିକାରୀଙ୍କ ମଧ୍ୟରେ ବର୍ଦ୍ଧିତ ଅନ୍ତର ଅତ୍ୟନ୍ତ ଚିନ୍ତାଜନକ ବୋଲି ଏଥିରେ ଉଲ୍ଲେଖ କରିଥିଲା।
ଏନ୍‌ଏଚ୍‌ଏଆଇରେ ଆର୍‌ବିଆଇ କ୍ୟାଡର
ଶେଷରେ ଦୁଇ ବର୍ଷ ପରେ ନ୍ୟାଶ୍‌ନାଲ ହାଇଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ)ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ତା’ ମେମ୍ବର
(ଫାଇନାନ୍ସ) ପାଇଛି। ଏହା ଏକ ଉଚିତ ପଦକ୍ଷେପ। ବରିଷ୍ଠ ଆର୍‌ବିଆଇ କ୍ୟାଡର ଅଧିକାରୀ ଏନ୍‌.ଆର୍‌. ଭି.ଭି.ଏମ୍‌.କେ. ରାଜେନ୍ଦ୍ର କୁମାରଙ୍କୁ ତିନି ବର୍ଷ ପାଇଁ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଉଲ୍ଲେଖନୀୟ ଯେ, ବାବୁମାନଙ୍କ କ୍ୟାଡର୍‌ରେ କମ୍‌ ଜଣାଶୁଣା ଆର୍‌ବିଆଇ କ୍ୟାଡରରୁ ଜଣେ ଅଧିକାରୀଙ୍କୁ ଏକ ବଡ଼ ପଦବୀରେ ନିଯୁକ୍ତି ଦିଆଯାଇଛି, ଯାହାକୁ ନେଇ ଆଇଏଏସ୍‌ ପରିସରରେ କିଛି ବିଚାର ବିମର୍ଶ ବା ଚର୍ଚ୍ଚା ହୋଇପାରେ। ସୂତ୍ରରୁ ପ୍ରକାଶ ଯେ, ଆର୍‌ବିଆଇର ଚିଫ୍‌ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ ରାଜେନ୍ଦ୍ର କୁମାର ଏହି ପଦବୀ ସକାଶେ ୯ ଜଣିଆ ପ୍ରାର୍ଥୀଙ୍କ ତାଲିକାରୁ ବଛାଯାଇଥିବା ୫ ଜଣ ଅଧିକାରୀଙ୍କ ମଧ୍ୟରେ ରହିଥିଲେ। କୁମାରଙ୍କ ନିଯୁକ୍ତିକୁ ନେଇ ବାବୁ ବିଶେଷଜ୍ଞମାନେ ଆଶା କରୁଛନ୍ତି ଯେ, ସରକାର ଏନ୍‌ଏଚ୍‌ଏଆଇ ପାଇଁ ଜଣେ ନୂଆ ଚେୟାର୍‌ମ୍ୟାନ ଅବସ୍ଥାପିତ କରିବା ସକାଶେ ତକତ୍ାଳୀକ ପଦକ୍ଷେପ ନେବେ। ସରକାରଙ୍କ ରାଜନୈତିକ ଗଣନାରେ ଏନ୍‌ଏଚ୍‌ଏଆଇ ହେଉଛି ଏକ ପ୍ରମୁଖ ଅଂଶ ଯେଉଁଥିରେ ରାଜପଥର ଦ୍ରୁତ ନିର୍ମାଣର ସଫଳତା ସରକାରଙ୍କ ପାରଦର୍ଶିତାକୁ ପ୍ରଦର୍ଶିତ କରିବ। ଆହୁରି ମଧ୍ୟ ଜଣାପଡ଼ିଛି ଯେ,ଏନ୍‌ଏଚ୍‌ଏଆଇର ମେମ୍ବର (ପିପିପି) ମଧ୍ୟ ଦୁଇ ବର୍ଷ ହେବ ଖାଲି ପଡ଼ିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?