କାମ ମିଳୁନି, ଗାଁ ଛାଡୁଛନ୍ତି ଦିନମଜୁରିଆ

ଖଇରା, ୪।୮(ଡି.ଏନ.ଏ.)-ରାତି ପାହିଲେ ପରିବାର ପୋଷଣ ଚିନ୍ତା। ଅନିଶ୍ଚିତ ବର୍ଷା ପାଇଁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନ ଥିବା ବେଳେ କୌଳିକ ବୃତ୍ତି ଉପରେ ମଧ୍ୟ ଭରସା କରି ହେଉନାହିଁ । ସରକାରଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରହସନ ପାଲଟିଛି । ବାଧ୍ୟ ହୋଇ ପ୍ରତ୍ୟେକ ଦିନ ଖଇରା ବ୍ଲକର ୩୭ ପଞ୍ଚାୟତରୁ ଶହ ଶହ ଲୋକ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ପଳାଇଯିବାକୁ ବାଧ୍ୟ ହେଉଛନ୍ତି । ସରକାର ଏ ଦିଗରେ ଦୃଷ୍ଟି ନ ଦେଲେ ଏହାର କୁପ୍ରଭାବ ସମାଜ ଉପରେ ପଡିବ ଏଥିରେ ସନ୍ଦେହ ନାହିଁ।
ବାହାର ରାଜ୍ୟ କଳକାରଖାନାରେ କାମ କରୁଥିବା ଶ୍ରମିକମାନେ ପ୍ରଥମବର୍ଷ ଲକ୍‌ଡାଉନରେ ଘରକୁ ପଳାଇ ଆସିଥିଲେ। ବିଭିନ୍ନ ପଞ୍ଚାୟତରୁ ମିଳିଥିବା ତଥ୍ୟକୁ ଏକଜୁଟ କଲେ ୩୭ ପଞ୍ଚାୟତରୁ ପାଖାପାଖି ୧୧ହଜାର ପ୍ରବାସୀ ଘରକୁ ଫେରିଆସିଥିଲେ । ଭାବିଥିଲେ ଘରେ ରହି କୌଣସି ପ୍ରକାରେ କାମଧନ୍ଦା କରି ଚଳିଯିବେ । ହେଲେ ସରକାରୀ ସ୍ତରରେ ହେଉ କି ବେସରକାରୀ ସ୍ତରରେ ହେଉ କାମଧନ୍ଦା ନ ମିଳିବାରୁ ଏବେ ଦ୍ୱିତୀୟ ଲହର ସମୟରେ ଭିଟାଛାଡି ପେଟ ପାଇଁ ତାମିଲନାଡୁ, କର୍ନାଟକ, ଗୁଜୁରାଟ ଆଦି ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳୁଛି। ଏବେ ଯେତିକି ଆସିଥିଲେ ଏଥରକ ୨ଗୁଣା ଲୋକ ଅର୍ଥାତ ପାଖାପାଖି ୨୫ହଜାରରୁ ଊର୍ଦ୍ଧ୍ୱ ଲୋକ ଗାଁ ଛାଡିଲେଣି । ବାହାର ରାଜ୍ୟର କମ୍ପାନୀଗୁଡିକ ଦଲାଲଙ୍କ ଜରିଆରେ ବସ୍‌ ପଠାଇ ହରିପୁର, ରଟିଣା, ରପେୟା, ଗଗନଧୂଳି ଆଦି ପଞ୍ଚାୟତଗୁଡିକରୁ ଲୋକ ନେଉଥିବା କୁହାଯାଉଛି। ଏଭଳିକି ବାପା ଜେଜେବାପା ଅମଳରୁ କୌଳିକ ବୃତ୍ତିକୁ ଜାବୁଡି ଧରିଥିବା ବୃଦ୍ଧାବୃଦ୍ଧମାନେ କାମ ଧନ୍ଦା ପାଇଁ ପିଲାଛୁଆଙ୍କୁ ଧରି ଦାଦନ ଖଟିବାକୁ ଯିବା ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାରଡାଙ୍ଗ ପଞ୍ଚାୟତର ହନ୍ନାବାବୀ ଗ୍ରାମର ଡମସାହିରେ ଗାଁ ଛାଡିଥିବା ପରିବାର ଏହାର ସଦ୍ୟତମ ଉଦାହରଣ। ଉକ୍ତ ସାହିର ଏହି ଡମ ସମ୍ପ୍ରଦାୟ ଗତ ୪୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବାଉଁଶରୁ ତିଆରି ସାମଗ୍ରୀ କୁଲା, ଡଲା ଓ ବୋଝ ଆଦି ତିଆରି କରି ଗାଁରେ ବିକ୍ରି କରି ଚଳୁଥିଲେ । ଲକଡାଉନରେ ଆଉ ସାମଗ୍ରୀ ବିକ୍ରି ନ ହେବାରୁ ସାହିର ରାମଚନ୍ଦ୍ର ମହାରଣା, ଶୁକଦେବ କୁଅଁର, ସନ୍ତୋଷ ବେହେରା ପ୍ରମୁଖ ନିଜର ପରିବାର ସଦସ୍ୟଙ୍କୁ ସାଥୀରେ ନେଇ ଦାଦନ ଖଟିବାକୁ ତାମିଲନାଡୁ ପଳାଇଛନ୍ତି । ୨ ଓଳି ପେଟକୁ ଦାନା ନ ମିଳିବାରୁ ପୁଅ ବୋହୂ ଘର ଛାଡିଥିବା ନେଇ ରାମଚନ୍ଦ୍ରଙ୍କ ମା’ କୌଶଲ୍ୟା ମହାରଣା ଦୁଃଖର ସହ କହିଛନ୍ତି । ଏଭଳି ଘଟଣା ଗାଁ ଗାଁରେ ଘଟୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲି ମାନବ ଅଧିକାର ମିଶନର ସଂଯୋଜକ କାହ୍ନୁ ଚରଣ ପାକଳ କହିଛନ୍ତି । ଲୋକଙ୍କୁ ରୋଜଗାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ରୋଜଗାର ଯୋଜନା ପ୍ରଣୟନ କରୁଥିଲେ ହେଁ ଜଙ୍ଗଲ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ପଞ୍ଚାୟତିରାଜ, ମତ୍ସ୍ୟ ବିଭାଗରେ ୨ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଏ ପର୍ଯ୍ୟନ୍ତ ମଜୁରି ପାଇନାହାନ୍ତି। ଖାଲି ସେତିକି ନୁହେଁ ଶ୍ରମିକମାନଙ୍କ ପାଇଁ ଧାର୍ଯ୍ୟ ମଜୁରୀ ୨୧୫ ଟଙ୍କା ପର୍ଯ୍ୟାପ୍ତ ନ ହେବା, ଧାନଚାଷରେ ଅନିଶ୍ଚିତତା ଯୋଗୁ ଲୋକମାନେ ଗାଁ ଛାଡୁଥିବା ଝିଙ୍କିରିଆ ପଞ୍ଚାୟତର ସମିତିସଭ୍ୟ କୈଳାସ ମାଝୀ ଓ ରପେୟା ସରପଞ୍ଚ ଅଜୟ ସାମଲ କହିଛନ୍ତି । ଏ ସମ୍ପର୍କରେ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଯୋଗାଯୋଗ କରିବାରେ ଶ୍ରମିକ ମିଳୁ ନ ଥିବାରୁ ଚାରାରୋପଣ ଓ ଲ୍ୟାଣ୍ଡ ଡେଭଲପମେଣ୍ଟ ଭଳି ବହୁତ କାମ ବାକି ପଡୁଥିବା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri