ପାଣି ନାହିଁ: ଜମି ପଡ଼ିଆ, ମରୁଡ଼ି ଆଶଙ୍କା

ରଣପୁର,୨୫ା୮(ସୁକାନ୍ତ କିଶୋର ଡ଼ାକୁଆ): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ସହ ବ୍ଲକର ୩୭ଟି ପଞ୍ଚାୟତରେ ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣର ବର୍ଷା ନ ହେବାରୁ ଜମି ପଡ଼ିଆ ପଡ଼ିଥିବା ବେଳେ ମରୁଡ଼ି ହେବା ନେଇ ଚାଷୀ ଆଶା ଆଶଙ୍କାରେ ରହିଛନ୍ତି।
ଜୁନଠାରୁ ରାଜ୍ୟରେ ମୌସୁମୀ ଆସିଥିଲାବେଳେ ରଣପୁର ଅଞ୍ଚଳରେ ସେମିତି ବର୍ଷା ହୋଇନାହିଁ। ଯାହା ବର୍ଷା ହୋଇଛି ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନେ ଚାଷ କାର୍ଯ୍ୟ ପାଇ ମୁଖ୍ୟତଃ ଏଠାରେ ବର୍ଷା ଜଳ ଉପରେ ନିଭୟ କରିଥାନ୍ତି। ହେଲେ ସରକାରଙ୍କ ପକ୍ଷରୁ ଜଳସେଚନ ପାଇ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ତାହା ଚାଷୀମାନଙ୍କ କାର୍ଯ୍ୟରେ ଲାଗିପାରୁନାହିଁ। ଯାହାକୁ ନେଇ ଯେଉଁ ବର୍ଷ ଭଲ ବର୍ଷା ହୋଇଥାଏ ଚାଷୀମାନେ ଭଲ ଫସଲ ଅମଳ କରିଥାନ୍ତି। ଏହା ନ ହେଲେ ମରୁଡି ହୋଇଥାଏ। ସେଥିପାଇଁ ଏହି ଅଞ୍ଚଳର ଚାଷୀମାନେ ଦିନକୁ ଦିନ ଚାଷ କାମ ପାଇ ପାଇଁ ବିମୁଖ ହେଉଥିବା ପ୍ରମାଣ ମିଳିଛି। ବର୍ଷା ହେଉ ନ ଥିବାରୁ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତିର ହେବାର ସମ୍ଭାବନା ଦେଖାଦେଇଛି। ବର୍ଷା ନ ହେବାରୁ କେଉଁଠି ଚାଷ ଜମି ଫାଟି ଅଁା କରିଛି ତ କେଉଁଠାରେ ବିଲ୍‌ ପଡ଼ିଆ ପଡିଛି। ଦେଶୀ କିଶ୍ମୀରଠାରୁ ହାଇବ୍ରିଡ଼ ଧାନ ଓ ସରକାରୀ ଧାନ ଗୁଣାତ୍ମକ ଭାବେ ଅଧିକ ଅମଳ ହୋଇଥାଏ। ସେଥିପାଇଁ ଶତାଧିକ ସଂଖ୍ୟାରେ ଚାଷୀ ସମବାୟ ସମିତି ଓ କୃଷି ବିଭାଗଠାରୁ ଧାନ ବିହନ କିଣି ଆଣି ଧାନ ଚାଷ କରିଥିଲେ। ହେଲେ ଠିକ୍‌ ପରିମାଣରେ ବର୍ଷା ନ ହେବାରୁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରଣପୁର ଏନ୍‌ଏସି ଏବଂ ବ୍ଲକର ୩୭ ପଞ୍ଚାୟତରେ ୧୯,୯୨୫ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ଧାନ ଚାଷ ୧୭,୩୨୫ ହେକ୍ଟର ଜମିରେ ହେଉଥିବା ବେଳେ ୨୬ ହଜାର ହେକ୍ଟର ଚାଷ ଜମିରେ ଅଣ ଧାନ ଚାଷ କରାଯାଏ। ସେଥି ମଧ୍ୟରୁ ବିରି, ମୁଗ, ଆଖୁ, ପନିପରିବା ଉପାଦାନ ହୋଇଥାଏ। ଚାଷ ଦୃଷ୍ଟିରୁ ଏହି ୩୭ ପଞ୍ଚାୟତକୁ ୨ ଭାଗରେ ବିଭକ୍ତ କରାଯାଏ। ଜଳ ସେଚିତ, ଅଣ ଜଳ ସେଚିତ ଜମି ଥିଲା ବେଳେ ଚାଷ କାର୍ଯ୍ୟ କେବଳ ବର୍ଷା ପାଣି ପାଗ ଉପରେ ଚାଷୀମାନେ ନିର୍ଭର କରିଥାନ୍ତି। ୧୫% ଜମି ଜଳ ସେଚିତ ଥିଲା ବେଳେ ଅବଶିଷ୍ଟ ୮୫% ପାଖାପାଖି ହେଉଥିବା ବେଳେ କେବଳ ମୌସୁମୀ ବର୍ଷାକୁ ଭରସା କରି ଚାଷୀମାନେ ଚାଷ କାର୍ଯ୍ୟ କରିଥାନ୍ତି। ଚାଷୀଙ୍କ ସମସ୍ୟା ବହୁତ, କିନ୍ତୁ ସମାଧାନ ନାହିଁ। ସରକାର ଚାଷୀମାନଙ୍କ ପାଇଁ ଜମିରେ କରାଯାଇଥିବା ବୋରୱେଲ ଗୁଡ଼ିକ ଠିକ୍‌ ସମୟରେ କାମ ନ କରିବା, ବିଭିନ୍ନ ନଦୀ ଓ ବନ୍ଧ ଦ୍ୱାରା କରାଯାଇଥିବା ଚେକ୍‌ ଡ୍ୟାମଗୁଡ଼ିକର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ଖରାଦିନେ ସେଥିରେ ଜଳ ରୁହେ ନାହିଁ। କେନାଲ ଖୋଲା ଯାଇଥିଲେ ମଧ୍ୟ ତାହା ଚାଷ କାମରେ ଲାଗେନାହିଁ। ଯାହା ଫଳରେ ଏହି ଅଞ୍ଚଳରେ ଚାଷ କାର୍ଯ୍ୟ ବାରମ୍ବାର ବାଘାତ ହୋଇଥାଏ। ଅପରପକ୍ଷେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ପର୍ବ ପାଳନ ପୂର୍ବରୁ ଚାଷୀମାନେ ଅଧିକ ଉପାଦାନ ନେଇ ଆକଳନ କରିଥାନ୍ତି। ୩ ବର୍ଷ ତଳେ ମରୁଡି ଲଗାଣ ବର୍ଷାକୁ ଚାଷୀମାନେ ଭୁଲି ନାହାନ୍ତି। ଏଣୁ ଏ ବର୍ଷ ମଧ୍ୟ ସରକାର ବା ପ୍ରଶାସନକୁ ଦୋଷ ଦେଇ ନୁହେଁ ପରନ୍ତୁ ନିଜ ଭାଗ୍ୟକୁ ନେଇ ଚାଷ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri