ଟିକା ନ ନେଲେ ଦରମା ବନ୍ଦ…

ପାଟନା,୨୪।୫: ବିହାରର ସାରନରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସାରନ ଜିଲାପାଳ ଏକ ଅଜବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ କୋଭିଡ ଟିକା ନେବେ ନାହିଁ, ସେମାନଙ୍କୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଦରମା ଦିଆଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଗୋଟିଏ ପଟେ ଟିକା ଅଭାବରୁ ଦେଶରେ ହାହାକାର ଦେଖାଯାଇଥିବା ବେଳେ ଏପରି ସ୍ଥିଳେ ଜିଲାପାଳ ଡା. ନିଲେଶ ରାମଚନ୍ଦ୍ରଙ୍କ ଏଭଳି ନିର୍ଦ୍ଦେଶନାମା ସମସ୍ତଙ୍କୁ ଚିନ୍ତିତ କରିପକାଇଛି। କର୍ମଚାରୀଙ୍କ କହିବା କଥା, ଭାକ୍ସିନ ଉପଲବ୍ଧ ହେଲେ ତ ଟିକା ନେବୁ। ଯେଉଁମାନେ ୧୮ରୁ ୪୫ବର୍ଷର ରହିଛନ୍ତି ସେହି କର୍ମଚାରୀଙ୍କ ପାଇଁ ଭାକ୍ସିନ ସ୍ଲଟ ଖାଲି ନାହିଁ। ଯାହା ଏବେ ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ସୂଚନାଯୋଗ୍ୟ, ମେ’୯ରେ ଜିଲା ବିପର୍ଯ୍ୟୟ ବିଭାଗରେ କାମ କରୁଥିବା ୪୦ବର୍ଷୀୟ ଅଫିସ୍‌ ଆସିଷ୍ଟାଣ୍ଟ ପ୍ରକାଶ କୁମାର ପାଣ୍ଡେଙ୍କ କରୋନାଜନିତ ମୃତ୍ୟୁ ହୋଇଥିଲା। ଯେତେବେଳେ ଜିଲାପାଳଙ୍କୁ ଜଣାପଡ଼ିଥିଲା ଯେ, ମୃତ ପ୍ରକାଶ କୁମାର ଟିକା ନେଇ ନ ଥିଲେ। ସେତେବେଳେ ସେ ଏକ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ। କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଟିକା ନେବେ ଓ ଯେଉଁମାନେ ଟିକା ନେବେ ନାହିଁ ସେମାନଙ୍କୁ ଦରମା ଦିଆଯିବ ନାହିଁ ବୋଲି ଜିଲାପାଳ ରାମଚନ୍ଦ୍ର କହିଥିଲେ। କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶ ଜିଲାପାଳ ମଧ୍ୟ ଏଭଳି ଆଦେଶ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିଗ୍ରାମରେ ଦିଦି ଆଗରେ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ କ୍ଲିନ୍‌ ସ୍ବିପ୍‌ କରିଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ ଭାଜପା ୭୭ ଆସନରେ...

କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନାମରେ ନାବାଳିକା ବଳାତ୍କାର ମାମଲା

ଜୟପୁର,୨୭।୩: କଂଗ୍ରେସ ବିଧାୟକଙ୍କ ପୁଅଙ୍କ ସମେତ ୫ ଜଣ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ରାଜସ୍ଥାନର ଦାଉସା ଜିଲାରେ ଏଭଳି ଘଟଣା ଘଟିଥିବା ପୋଲିସ...

ଟୁଇଟ୍‌ କରି ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ, ୪।୮: ଦକ୍ଷିଣ-ପଶ୍ଚିମ ନୂଆଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଏରିଆରେ ରବିବାର ରାତିରେ ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ବିବାଦ ବଢ଼ିବାରେ...

ଝାରସୁଗୁଡାରୁ ଗୋଟିଏ ଦିନରେ ସର୍ବାଧିକ ୬୭ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲାରୁ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ...

ଅଗଷ୍ଟ ୨୩ରେ ଜେଇଇ ଆଡ୍‌ଭାନ୍ସଡ୍‌

ନୂଆଦିଲ୍ଲୀ,୮।୫: ଆଇଆଇଟିରେ ନାମଲେଖା ଲାଗି ମିଳିତ ପ୍ରବେଶିକ ପରୀକ୍ଷା (ଜେଇଇ ଆଡ୍‌ଭାନ୍ସଡ୍‌) ଅଗଷ୍ଟ ୨୩ରେ ଅନୁଷ୍ଠିତ ହେବ। ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରୀ ରମେଶ...

ସିବିଆଇ ଜାଲରେ ରିୟା ଚକ୍ରବର୍ତ୍ତୀ, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୬।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ସିବିଆଇ ଏହି ଘଟଣାରେ ତଦନ୍ତ ଆରମ୍ଭ...

ସ୍ବପ୍ନ ଦେଖି କୋଟିଏ ମୂଲ୍ୟର ମୂର୍ତ୍ତି ଫେରାଇଦେଲେ ଚୋର

ଲକ୍ଷ୍ନୌ,୧୮।୫: ଚୋର ଲୁଟ୍‌ କରିଥିବା ଜିନିଷ ଫେରାଇବା କଥା ବିରଳ। ତା’ ପୁଣି ଚୋର ଯଦି ସ୍ବପ୍ନ ଦେଖି ଏପରି କରିଛି ତେବେ ଏହା ଆଦୌ...

୨% ପିଉଛନ୍ତି ଟ୍ୟାପ୍‌ ପାଣି

ନୂଆଦିଲ୍ଳୀ, ୩।୧୧: ଦେଶର ମୋଟ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଲୋକଙ୍କ ଘରେ ଟ୍ୟାପ୍‌ଯୋଗେ ପାନୀୟ ଜଳ ସୁବିଧା ଉପଲବ୍ଧ ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମର...

Advertisement
Archives

Model This Week