ବିଜୁଳି କାଟ୍‌ର ପ୍ରତିକାର କାହିଁ

ଗଙ୍ଗାଧର ସାମଲ

 

ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇ ଏବେ ଝାଞ୍ଜି ପବନ ଆରମ୍ଭ ହୋଇଯାଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଚଣ୍ଡ ଖରା ତାତିରେ ସିଝିବା ପରେ ଏବେ ଉପକୂଳ ଓଡ଼ିଶାରେ ତାତି ଅନୁଭବ ହେଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିଛ। ସୁତରାଂ ଜନଜୀବନ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି। ଏଭଳି ସ୍ଥିତିରେ କଂକ୍ରିଟ୍‌ ଜଙ୍ଗଲରେ ପରିପୂର୍ଣ୍ଣ ସହରାଞ୍ଚଳଗୁଡ଼ିକର ଜନଜୀବନ ଅସ୍ବାଭାବିକ ହୋଇପଡ଼ିଥିବା ବେଳେ ଏହା ଉପରେ ପୁଣି ବିଜୁଳି କାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ସହରୀ ଜୀବନକୁ ଦୁର୍ବିସହ କରିଦେଇଛି। ପାଣିପାଗର ଏହି ଅସ୍ବାଭାବିକତାର ଏକ ନିର୍ଦ୍ଦିଷ୍ଟ କାରଣ ରହିଛି, ଯାହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଯେଉଁ ଖରାଦିନିଆ ବର୍ଷା ଓ କାଳବୈଶାଖୀ ହୁଏ, ଏ ବର୍ଷ ତାହା ଏପର୍ଯ୍ୟନ୍ତ ଦେଖାଯାଇନାହିଁ। ଆହୁରି ମଧ୍ୟ ଦକ୍ଷିଣ ଦିଗରୁ ରାଜ୍ୟକୁ ଆସୁଥିବା ସାମୁଦ୍ରିକ ଶୀତଳ ପବନ ପ୍ରବାହ ମଧ୍ୟ କେତେକ ପ୍ରାକୃତିକ କାରଣରୁ ଦୁର୍ବଳ ହୋଇପଡ଼ିଛି। ତେଣୁ ତାପମାତ୍ରା ବଢ଼ିବାରେ ଲାଗିଛି। ଏଥିସହିତ ପଶ୍ଚିମା ଉତ୍ତପ୍ତ ବାୟୁର ଆଗୁଆ ପ୍ରବାହ ଓଡ଼ିଶାକୁ ଏକ ତତଲା କଡ଼େଇରେ ପରିଣତ କରିଛି। ଏକେତ ବିଶ୍ୱ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି। ପ୍ରାକୃତିକ ପରିବେଶର ଅବକ୍ଷୟ ମଧ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିବାରେ ଲାଗିଛି। ପ୍ରାୟ ଦୁଇ ଦଶନ୍ଧି ତଳର ଅଂଶୁଘାତ ମୃତ୍ୟୁ ବିଭୀଷିକା ଓଡ଼ିଶାବାସୀ ଭୁଲିନାହାନ୍ତି। ସେଥର ମଧ୍ୟ ଖରାଦିନେ ବର୍ଷା ଆଦୌ ନ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ତାପମାତ୍ରା ଏକ ସ୍ଥାନୀୟ ଘଟଣା। ଏହା ସ୍ଥଳବିଶେଷରେ କେତେକ ସ୍ଥାନରେ ଅଧିକ ତ ଆଉ କେତେକ ସ୍ଥାନରେ କମ୍‌ ଅନୁଭୂତ ହୁଏ। ଏବେ କିନ୍ତୁ ସମଗ୍ର ଓଡ଼ିଶାରେ ଅତ୍ୟଧିକ ତାତି ଓ ଝାଞ୍ଜି ଅନୁଭୂତ ହେବା ଆମ ଜଳବାୟୁ ଓ ପାଣିପାଗ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଏଭଳି ଅସ୍ବାଭାବିକ ଘଟଣା ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଓ ପ୍ରୟାସକୁ ତତ୍ପର କରିବ ବୋଲି ଆଶା। ତାପମାତ୍ରା ବୃଦ୍ଧି ସହିତ ଆଉ ଏକ ସମସ୍ୟା ହେଲା ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଏବେ ରାଜ୍ୟର ଅନେକ ଅଞ୍ଚଳରେ ଜଳକଷ୍ଟ ଉତ୍କଟ ହୋଇଛି। ଅନେକ ସ୍ଥାନରେ ପାନୀୟ ଜଳଯୋଗାଣ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଆଉ କେଉଁଠି ବିଜୁଳି ବିଭ୍ରାଟ ଯୋଗୁ ଜଳଯୋଗାଣ ବ୍ୟାହତ ହେଉଥିବା ଖବର ମିଳୁଛି। ଉଭୟ ଗ୍ରାମ ଓ ସହରାଞ୍ଚଳରେ ସମାନ ସମସ୍ୟା ଦେଖାଦେଇଛି। ପ୍ରାକୃତିକ ଜଳାଶୟ, ଜଳଉତ୍ସ ଆଦି ଶୁଖିଯିବାରୁ ସମସ୍ୟା ଗୁରୁତର ହେଉଛି। ତଥାପି ସ୍ବତନ୍ତ୍ର ପଦକ୍ଷେପ ଜରିଆରେ ଲୋକଙ୍କୁ ପାନୀୟଜଳ ଯୋଗାଇବା ପାଇଁ ପ୍ରଶାସନକୁ ଆଶୁ ପଦକ୍ଷେପ ନେବାକୁ ପଡ଼ିବ। ପରିସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ସବୁସ୍ତରରେ ପୂର୍ବପ୍ରସ୍ତୁତି ନିହାତି ଆବଶ୍ୟକ। ଏହି ପ୍ରଚଣ୍ଡ ଗ୍ରୀଷ୍ମରେ ବିଜୁଳିର ଗୁରୁତ୍ୱ କେତେ ଅଧିକ ତାହା କହିବା ନିଷ୍ପ୍ରୟୋଜନ। ବିଡ଼ମ୍ବନା ହେଉଛି ରାଜ୍ୟର ବିଦ୍ୟୁତ୍‌ ଆବଣ୍ଟନକାରୀ କମ୍ପାନୀ ଓ କର୍ତ୍ତୃପକ୍ଷ ଘୋଷିତ ବିଜୁଳି କାଟ୍‌ ଆରମ୍ଭ କରିଦେଇଛନ୍ତି।
ଅନେକ ସ୍ଥାନରେ ଦୀର୍ଘସମୟ ଧରି ଅଘୋଷିତ ବିଜୁଳି କାଟ୍‌ ହେଉଥିବା ଅଭିଯୋଗମାନ ଆସୁଛି। ଯେଉଁ ସମୟତକ ବିଜୁଳି ମିଳୁଛି ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର। ସେଥିରେ ପୁଣି ଲୋ-ଭୋଲ୍‌ଟେଜ୍‌ ସମସ୍ୟା ରହୁଛି। ବିଦ୍ୟୁତ୍‌ କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି ଯେ, ଚାହିଦା ମୁତାବକ ବିଜୁଳି ଉପତ୍ାଦନ ହେଉ ନ ଥିବାରୁ ସେମାନେ ବରାଦ ଅନୁସାରେ ତାହା ପାଉନାହାନ୍ତି। ତେଣୁ ବିଜୁଳି କାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ରହିବ। ଅବଶ୍ୟ ବର୍ଷା ଅଭାବ ଓ କୋଇଲା ସଙ୍କଟ ଯୋଗୁ ରାଜ୍ୟରେ ଉଭୟ ଜଳ ଓ ତାପଜ ବିଦ୍ୟୁତ୍‌ ଉପତ୍ାଦନ ହ୍ରାସ ପାଇଛି। ଅପରପକ୍ଷରେ ଖରାଦିନେ ବିଜୁଳି ଚାହିଦା ବଢ଼ିଛି। ତେଣୁ ବିଜୁଳି କାଟ୍‌ କରିବା ଅନୁଚିତ। ଏହା ବ୍ୟବସାୟିକ ସାଧୁତା ନୁହେଁ। ଚୁକ୍ତି ମୁତାବକ ସେମାନେ ଉପଭୋକ୍ତାଙ୍କୁ ଉତ୍ତମମାନର ବିଜୁଳି ନିରନ୍ତର ଯୋଗାଇବାକୁ ବାଧ୍ୟ। ଓଡ଼ିଶା ବିଜୁଳି ଉପତ୍ାଦନ କ୍ଷେତ୍ରରେ ବଳକା ରାଜ୍ୟ। ଜାତୀୟ ଗ୍ରୀଡ୍‌ ଓ ଅନ୍ୟ ରାଜ୍ୟକୁ ବିଜୁଳି ଦିଆଯାଉଥିବାବେଳେ ଓଡ଼ିଶାବାସୀ କାହିଁକି କଷ୍ଟ ଭୋଗିବେ? ବିଦ୍ୟୁତ୍‌ ସଂସ୍କାର ପାଇଁ ବିପୁଳ ଅର୍ଥ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି। ଏଥିରେ ଗ୍ରୀଡ୍‌ ସଂଯୋଗ, ସରବରାହ ଲାଇନ୍‌ର ରକ୍ଷଣାବେକ୍ଷଣ, ନୂଆ ଟ୍ରାନ୍ସଫର୍ମର ବସାଇବା ଏବଂ ପରିବହନ କ୍ଷତିକୁ ହ୍ରାସ କରିବା ଆଦି ଯୋଜନା ରହିଛି। କିନ୍ତୁ ସମ୍ପୃକ୍ତ ବିତରକ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କ ସ୍ବାର୍ଥପ୍ରତି ଆଖିବୁଜି ଦେଇ ମନଇଚ୍ଛା ବେପାର କରୁଛନ୍ତି। ଜଣେ ଖାଉଟିଠାରୁ ସମ୍ପୃକ୍ତ କମ୍ପାନୀ ବିଭିନ୍ନ ଶୁଳ୍କ ଆକାରରେ ଏବେ ପାଖାପାଖି ୧୦୦ ଟଙ୍କା ଏବଂ ମିଟର ବାବଦରେ ଚଢ଼ା ଭଡ଼ା ଆଦାୟ କରୁଛନ୍ତି। ଉପଭୋକ୍ତାଙ୍କ ଦାବି ସତ୍ତ୍ବେ ସେମାନଙ୍କୁ ଅନୁମୋଦିତ ନିଜସ୍ବ ମିଟର ବ୍ୟବହାର ପାଇଁ ସୁଯୋଗ ଦିଆଯାଉନାହିଁ।
ଗୋଟିଏ ବିଜୁଳି ମିଟରର ବଜାର ମୂଲ୍ୟ ସର୍ବାଧିକ ୧୫୦୦ ଟଙ୍କା। ଅଥଚ ବିଜୁଳି ବିତରକ ସଂସ୍ଥା ନିଜସ୍ବ ପୁରୁଣାକାଳିଆ ମିଟର ଦେଇ ବର୍ଷ ବର୍ଷ ଧରି ଗ୍ରାହକମାନଙ୍କ ଠାରୁ ମାସିକ ୪୦ ଟଙ୍କା ଲେଖାଏଁ ଭଡ଼ା ଆଦାୟ କରୁଛନ୍ତି। ଏହା ଖାଉଟିଙ୍କୁ ସିଧା ଶୋଷଣ କହିଲେ ଅତ୍ୟୁକ୍ତି ହେବନାହିଁ। ବିଜୁଳିର ଏହି ହୁଗୁଳା ଶାସନରେ ସରକାର ଓ ନିୟାମକ କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ପ୍ରତିକାର ବ୍ୟବସ୍ଥା କରିବା ଏକାନ୍ତ ଜରୁରୀ। ତା’ ନ ହେଲେ ଜନଅସନ୍ତୋଷ ତୀବ୍ର ହେବ। ଲୋକେ ଏହି ଅସୁବିଧା ପାଇଁ କମ୍ପାନୀ ଅପେକ୍ଷା ସରକାରଙ୍କୁ ଅଧିକ ଦୋଷ ଦେବେ। ସରକାର ଏଥିପ୍ରତି ସଚେତନ ରୁହନ୍ତୁ।
ମାଣିକପାଟଣା, ଆଳି, କେନ୍ଦ୍ରାପଡ଼ା
ମୋ: ୯୪୩୭୨୨୬୬୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri