ସୁରକ୍ଷା ପାଇଁ ସାମଗ୍ରୀ ନାହିଁ

ଅନୁଗୋଳ ଅଫିସ, ୧୨।୧୦:  କରୋନା ବିରୋଧୀ ଯୁଦ୍ଧରେ ଆଗ ଧାଡ଼ିରେ ଅଛନ୍ତି ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ। ଏମାନଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା କହୁଛନ୍ତି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦେଖିଲେ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା କେତେ ଦୁର୍ବଳ ତାହା ସାଧାରଣ ଲୋକଙ୍କୁ ବେଶ୍‌ ବୁଝାପଡ଼ୁଛି। ଏଠାରେ ଏହି କରୋନା ଯୋଦ୍ଧାଙ୍କ ପାଇଁ ଜରୁରୀ ଆବଶ୍ୟକତା ଗ୍ଲୋବ୍ସ ଓ ସାନିଟାଇଜର ମିଳୁନାହିଁ। ଫଳରେ ସଂକ୍ରମିତଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ଏହି ଯୋଦ୍ଧାମାନଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ବଢ଼ିଯାଉଛି। ଦେଢ଼ ମାସ ହେଲା ଏପରି ଅବ୍ୟବସ୍ଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ବାଧ୍ୟହୋଇ ଡାକ୍ତର ଓ କର୍ମଚାରୀମାନେ ବ୍ୟବହୃତ ଗ୍ଲୋବ୍ସକୁ ଧୋଇ ଶୁଖାଇ ପୁନଃ ବ୍ୟବହାର କରୁଥିବା ସୂଚନା ମିଳିଛି।
ଅନୁଗୋଳ ପାଇଁ ଅର୍ଥର ଅଭାବ ନ ଥିବା କୁହାଯାଉଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌ ଯୋଦ୍ଧା ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଜରୁରୀ ଗ୍ଲୋବ୍ସ ଓ ସାନିଟାଇଜର ଅଭାବକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସହରବାସୀ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ମାସକୁ ୫୦ ହଜାର ଗ୍ଲୋବ୍ସ ଆବଶ୍ୟକ। କରୋନା କାରଣରୁ ବର୍ତ୍ତମାନ ଆଉ ଅଧିକ ୨୦ ହଜାର ଗ୍ଲୋବ୍ସ ଜରୁରୀ ହୋଇପଡ଼ିଛି। ଏହାକୁ ଯୋଗାଇବା ପାଇଁ ଟେଣ୍ଡର ସରିଛି। କିନ୍ତୁ ସଂକ୍ରମଣକୁ ଦୃଷ୍ଟିରେ ରଖି ହଠାତ୍‌ ଦର ବଢ଼ିଯିବାରୁ ଟେଣ୍ଡର ନେଇଥିବା ସଂସ୍ଥା ପୁରୁଣା ଦରରେ ଏହା ଯୋଗାଇବାକୁ ଅକ୍ଷମତା ପ୍ରକାଶ କରୁଛି। ଏ ନେଇ ବାରମ୍ବାର ଡାକ୍ତର ଓ କର୍ମଚାରୀମାନେ ସିଡିଏମ୍‌ଓଙ୍କ ନିକଟରେ ଫେରାଦ ହେଉଥିଲେ ମଧ୍ୟ ସୁଫଳ ମିଳିପାରୁ ନାହିଁ। ଫଳରେ ନିରାଶ ହୋଇ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଡାକ୍ତର ଓ କର୍ମଚାରୀ। ଅନ୍ୟପକ୍ଷରେ ଗତ ଦୁଇ ଦିନରେ ଜିଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ମନରେ ନାନା ଆଶଙ୍କା ସୃଷ୍ଟି କରୁଛି। ରକ୍ତ ଭଣ୍ଡାରରେ ମଧ୍ୟ ଏହି ଗ୍ଲୋବ୍ସ ସମସ୍ୟା ଅଧିକ ରହିଛି। ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିରଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଉଛି। କିନ୍ତୁ ଗ୍ଲୋବ୍ସ ଅଭାବ ପଡ଼ୁଥିବାରୁ ବ୍ୟବହୃତ ଗ୍ଲୋବ୍ସକୁ ଧୋଇ ଶୁଖାଇ ବ୍ୟବହାର କରାଯାଉଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି।

ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ଗ୍ଲୋବ୍ସ ନାହିଁ। ଏହି ସମସ୍ୟା ଦୀର୍ଘ ଦିନ ହେବ ଲାଗିରହିଛି। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ଓଡ଼ିଶା ଔଷଧ ନିଗମକୁ ବାରମ୍ବାର ଅବଗତ କରାଯିବା ପରେ ବି କୌଣସି ସୁବିଧା କରାଯାଉ ନାହିଁ।
– ଡାକ୍ତର ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ

ସର୍ବଦା ପିପିଇ କିଟ୍‌ ପିନ୍ଧିବା ସମ୍ଭବ ନୁହେଁ
ମେଡିକାଲରେ ଗ୍ଲୋବ୍ସର ଅଭାବ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି। କିନ୍ତୁ କେହି ଧ୍ୟାନ ଦେଉନାହାନ୍ତି। କର୍ତ୍ତୃପକ୍ଷ ଦେଉଥିବା ପିପିଇ କିଟ୍‌ରେ କାମ ଚଳାଉଛୁ। ମାତ୍ର ସବୁ ସମୟରେ ପିପିଇ କିଟ୍‌ ପିନ୍ଧି ରୋଗୀ ସେବା ଯୋଗାଇବା ସମ୍ଭବ ନୁହେଁ।
– ଡାକ୍ତର ଜ୍ଞାନ ରଞ୍ଜନ ବିଶ୍ୱାଳ, ଅସ୍ଥିଶଲ୍ୟ ବିଭାଗ

ଗୋଟିଏକୁ ବାରମ୍ବାର ବ୍ୟବହାର କରୁଛୁ
ଗ୍ଲୋବ୍ସ ଓ ସାନିଟାଇଜର ମିଳୁ ନ ଥିବାରୁ ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ବିକଳ୍ପ ରାସ୍ତା ବାଛିଛୁ। ଏପରି କି ଗୋଟିଏ ଗ୍ଲୋବ୍ସକୁ ବାରମ୍ବାର ଧୋଇ ଶୁଖାଇ ବ୍ୟବହାର କରୁଛୁ। ଏ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗକୁ ରୋଗୀ ସେବା ବ୍ୟାହତ ହେବା ସୁନିଶ୍ଚିତ।
– ଡାକ୍ତର ବିଶ୍ୱଜିତ୍‌ ସାମଲ, ଚର୍ମରୋଗ ଓ ରକ୍ତ ଭଣ୍ଡାର ଅଧିକାରୀ

ପଦକ୍ଷେପ ନିଆ ନ ଗଲେ ସଂକଟ ବଢ଼ିବ
ଦୁଇଦିନ ମଧ୍ୟରେ ମେଡିକାଲ ଦୁଇଜଣ କରୋନା ଯୋଦ୍ଧାଙ୍କୁ ହରାଇଲାଣି। ତଥାପି ଗ୍ଲୋବ୍ସ ଓ ସାନିଟାଇଜର ଅଭାବ ପୂରଣ ନେଇ ସିଡିଏମ୍‌ଓ ପଦକ୍ଷେପ ନେଉନାହାନ୍ତି। ମେଡିକାଲର ବିଭିନ୍ନ ୱାର୍ଡକୁ କରୋନା ସଂକ୍ରମିତ ଆସୁଥିବାରୁ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।
– ବିଶ୍ୱରଞ୍ଜନ ପଟ୍ଟନାୟକ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri