ଶହୀଦଙ୍କୁ ମିଳୁନି ସମ୍ମାନ

ଢେଙ୍କାନାଳ ଅଫିସ, ୧୧।୧୨: ଶହୀଦ ଶବ୍ଦ କାନରେ ବାଜିବା ମାତ୍ରକେ ସମ୍ମାନରେ ନଇଁଯାଏ ମଥା। ଭାରତ ମାତାର ସୁରକ୍ଷା ପାଇଁ ଜୀବନ ବଳିଦାନ ଦେଇଥିବା ଏପରି ବୀର ଜନ୍ମମାଟିକୁ କରିଛନ୍ତି ଗୌରବାନ୍ବିତ। ସେମାନଙ୍କ ତ୍ୟାଗ, ବୀରତ୍ୱର ଗାଥାକୁ ଝୁରି ହେଉଛନ୍ତି ଦେଶବାସୀ। ହେଲେ ଦେଶମାତୃକାର ସୁରକ୍ଷାରେ ଜୀବନ ଉତ୍ସର୍ଗ କରିଥିବା ଯବାନଙ୍କୁ ମିଳୁନି ସମ୍ମାନ। ସେମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଶହୀଦ ସ୍ମାରକୀର ଅବସ୍ଥା କେମିତି ଅଛି, ତାକୁ ଦେଖିବାକୁ ପ୍ରଶାସନ କି ଜନପ୍ରତିନିଧିଙ୍କ ପାଖରେ ସମୟ ନାହିଁ। ସ୍ବତନ୍ତ୍ର ଦିବସରେ ଫୁଲମାଳ ଚଢ଼ାଇ ଫଟୋଟେ ଉଠାଇ ଦେବା ପରେ ସରିଯାଉଛି ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଶହୀଦ ବୀରଙ୍କ ପ୍ରତି ଏଭଳି ଅବହେଳାର ନମୁନା ଦେଖିବାକୁ ମିଳିଛି ଢେଙ୍କାନାଳରେ। ସ୍ଥାନୀୟ ବସ୍‌ଷ୍ଟାଣ୍ଡରେ ଥିବା ଶହୀଦ ସ୍ମାରକୀକୁ ଦେଖିଲେ ପ୍ରଶାସନିକ ଅବହେଳା ଜଳଜଳ ହୋଇ ଦିଶୁଛି।
ସଂଗ୍ରାମ ଏବଂ ସଂଗ୍ରାମୀଙ୍କ ମାଟି ଢେଙ୍କାନାଳ। ନିଷ୍ଠୁର ରାଜତନ୍ତ୍ର ବିରୋଧରେ ଏଠାରେ ଆରମ୍ଭ ହୋଇଥିବା ଗଡ଼ଜାତ ଆନ୍ଦୋଳନ ଆଜି ବି ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଜିଲାର ଅନେକ ଯବାନ ଦେଶ ସୁରକ୍ଷାରେ ପ୍ରାଣବଳି ଦେଇଛନ୍ତି। ରକ୍ତରଞ୍ଜିତ ଏଭଳି ସଂଗ୍ରାମୀଙ୍କୁ ମନେପକାଇବା ଏବଂ ସେମାନଙ୍କ ବୀରତ୍ୱର ଗାଥାକୁ ଜନମାନସରେ ପହଞ୍ଚାଇବାକୁ ୨୦୦୧ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସରେ ବସ୍‌ଷ୍ଟାଣ୍ଡ ନିକଟରେ ସ୍ଥାପନ କରାଯାଇଥିଲା ‘ଅମର ଯବାନ ସ୍ମୃତି ଶହୀଦ ସ୍ତମ୍ଭ’। କାର୍‌ଗିଲ ଯୁଦ୍ଧ ସମେତ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଜୀବନ ଦେଇଥିବା ଶହୀଦଙ୍କ ନାମ, ଠିକଣା ଏହି ସ୍ତମ୍ଭରେ ଲେଖାଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ଶହୀଦ ହୋଇଥିବା ଯବାନଙ୍କ ନାମ ଲେଖିବା ଲାଗି ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ। ଫଳରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଛି। ତଥାପି ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଶହୀଦ ଦିବସ, କାର୍‌ଗିଲ ବିଜୟ ଦିବସ, ସ୍ବାୟତ୍ତ ଶାସନ ଦିବସରେ ‘ଅମର ଯବାନ ସ୍ମୃତି ଶହୀଦ ସ୍ତମ୍ଭ’ରେ ଜିଲା ପ୍ରଶାସନ, ପୌରସଂସ୍ଥା ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ସ୍ମାରକୀ ଅବହେଳିତ। ଉପରେ ଲାଗିଥିବା ଫଳକ ନଇଁଗଲାଣି। କେତେବେଳେ ଭାଙ୍ଗିପଡ଼ିବ କହିହେଉନାହିଁ। ସବୁଠାରୁ ବଡ଼କଥା, ବସ୍‌ଷ୍ଟାଣ୍ଡ ଭଳି ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହା ରହିଛି। ପ୍ରତିଦିନ ଉକ୍ତ ରାସ୍ତା ଦେଇ ପ୍ରଶାସନିକ ଅଧିକାରୀମାନେ ଯିବାଆସିବା କରୁଛନ୍ତି। ତଥାପି ସ୍ମାରକୀର ଦୁରବସ୍ଥା ଉପରକୁ କାହାରି ନଜର ନ ଯିବା ପ୍ରଶାସନିକ ଅବହେଳା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏହାକୁ ତୁରନ୍ତ ମରାମତି କରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିଲା। ପୌରସଂସ୍ଥା ପକ୍ଷରୁ ଏହାର ମରାମତି ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?