ଶହୀଦଙ୍କୁ ମିଳୁନି ସମ୍ମାନ

ଢେଙ୍କାନାଳ ଅଫିସ, ୧୧।୧୨: ଶହୀଦ ଶବ୍ଦ କାନରେ ବାଜିବା ମାତ୍ରକେ ସମ୍ମାନରେ ନଇଁଯାଏ ମଥା। ଭାରତ ମାତାର ସୁରକ୍ଷା ପାଇଁ ଜୀବନ ବଳିଦାନ ଦେଇଥିବା ଏପରି ବୀର ଜନ୍ମମାଟିକୁ କରିଛନ୍ତି ଗୌରବାନ୍ବିତ। ସେମାନଙ୍କ ତ୍ୟାଗ, ବୀରତ୍ୱର ଗାଥାକୁ ଝୁରି ହେଉଛନ୍ତି ଦେଶବାସୀ। ହେଲେ ଦେଶମାତୃକାର ସୁରକ୍ଷାରେ ଜୀବନ ଉତ୍ସର୍ଗ କରିଥିବା ଯବାନଙ୍କୁ ମିଳୁନି ସମ୍ମାନ। ସେମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଶହୀଦ ସ୍ମାରକୀର ଅବସ୍ଥା କେମିତି ଅଛି, ତାକୁ ଦେଖିବାକୁ ପ୍ରଶାସନ କି ଜନପ୍ରତିନିଧିଙ୍କ ପାଖରେ ସମୟ ନାହିଁ। ସ୍ବତନ୍ତ୍ର ଦିବସରେ ଫୁଲମାଳ ଚଢ଼ାଇ ଫଟୋଟେ ଉଠାଇ ଦେବା ପରେ ସରିଯାଉଛି ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଶହୀଦ ବୀରଙ୍କ ପ୍ରତି ଏଭଳି ଅବହେଳାର ନମୁନା ଦେଖିବାକୁ ମିଳିଛି ଢେଙ୍କାନାଳରେ। ସ୍ଥାନୀୟ ବସ୍‌ଷ୍ଟାଣ୍ଡରେ ଥିବା ଶହୀଦ ସ୍ମାରକୀକୁ ଦେଖିଲେ ପ୍ରଶାସନିକ ଅବହେଳା ଜଳଜଳ ହୋଇ ଦିଶୁଛି।
ସଂଗ୍ରାମ ଏବଂ ସଂଗ୍ରାମୀଙ୍କ ମାଟି ଢେଙ୍କାନାଳ। ନିଷ୍ଠୁର ରାଜତନ୍ତ୍ର ବିରୋଧରେ ଏଠାରେ ଆରମ୍ଭ ହୋଇଥିବା ଗଡ଼ଜାତ ଆନ୍ଦୋଳନ ଆଜି ବି ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଜିଲାର ଅନେକ ଯବାନ ଦେଶ ସୁରକ୍ଷାରେ ପ୍ରାଣବଳି ଦେଇଛନ୍ତି। ରକ୍ତରଞ୍ଜିତ ଏଭଳି ସଂଗ୍ରାମୀଙ୍କୁ ମନେପକାଇବା ଏବଂ ସେମାନଙ୍କ ବୀରତ୍ୱର ଗାଥାକୁ ଜନମାନସରେ ପହଞ୍ଚାଇବାକୁ ୨୦୦୧ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସରେ ବସ୍‌ଷ୍ଟାଣ୍ଡ ନିକଟରେ ସ୍ଥାପନ କରାଯାଇଥିଲା ‘ଅମର ଯବାନ ସ୍ମୃତି ଶହୀଦ ସ୍ତମ୍ଭ’। କାର୍‌ଗିଲ ଯୁଦ୍ଧ ସମେତ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଜୀବନ ଦେଇଥିବା ଶହୀଦଙ୍କ ନାମ, ଠିକଣା ଏହି ସ୍ତମ୍ଭରେ ଲେଖାଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ଶହୀଦ ହୋଇଥିବା ଯବାନଙ୍କ ନାମ ଲେଖିବା ଲାଗି ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ। ଫଳରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଛି। ତଥାପି ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଶହୀଦ ଦିବସ, କାର୍‌ଗିଲ ବିଜୟ ଦିବସ, ସ୍ବାୟତ୍ତ ଶାସନ ଦିବସରେ ‘ଅମର ଯବାନ ସ୍ମୃତି ଶହୀଦ ସ୍ତମ୍ଭ’ରେ ଜିଲା ପ୍ରଶାସନ, ପୌରସଂସ୍ଥା ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ସ୍ମାରକୀ ଅବହେଳିତ। ଉପରେ ଲାଗିଥିବା ଫଳକ ନଇଁଗଲାଣି। କେତେବେଳେ ଭାଙ୍ଗିପଡ଼ିବ କହିହେଉନାହିଁ। ସବୁଠାରୁ ବଡ଼କଥା, ବସ୍‌ଷ୍ଟାଣ୍ଡ ଭଳି ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହା ରହିଛି। ପ୍ରତିଦିନ ଉକ୍ତ ରାସ୍ତା ଦେଇ ପ୍ରଶାସନିକ ଅଧିକାରୀମାନେ ଯିବାଆସିବା କରୁଛନ୍ତି। ତଥାପି ସ୍ମାରକୀର ଦୁରବସ୍ଥା ଉପରକୁ କାହାରି ନଜର ନ ଯିବା ପ୍ରଶାସନିକ ଅବହେଳା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏହାକୁ ତୁରନ୍ତ ମରାମତି କରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିଲା। ପୌରସଂସ୍ଥା ପକ୍ଷରୁ ଏହାର ମରାମତି ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri