Posted inଖେଳ

କୋଭିଡ୍‌ ମାମଲା ବୃଦ୍ଧି ପାଉଛି; ହେଲେ ଇଲଂଣ୍ଡକୁ ବିକଳ୍ପ ଖେଳାଳି ପଠାଇବାକୁ ମନା କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୭: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇ ନ ଥିବା ବେଳେ ଟିମ୍‌ ଇଣ୍ଡିଆର ୨ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପରେ କୋଚିଂ ଷ୍ଟାଫ୍‌ ଧ୍ୟାନଚାନ୍ଦ ଗରାନି ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ସମ୍ପର୍କରେ ଆସିଥିବା ଯୋଗୁ ରିଦ୍ଧିମାନ ଶାହା, ଅଭିମନ୍ୟୁ ଈଶ୍ୱରନ୍‌ ଏବଂ ବୋଲିଂ କୋଚ୍‌ ଭରତ ଅରୁଣ ଏବେ ଆଇସୋଲେଶନରେ। ଏଭଳି ଚିନ୍ତାଜନକ ପରିସ୍ଥିତିରେ ବିସିସିଆଇ ବିକଳ୍ପ ପାଇଁ ଖେଳାଳିଙ୍କୁ ଇଲଂଣ୍ଡକୁ ପଠାଇବାକୁ ମନା କରିଦେଇଛି।

ଇଂଲଣ୍ଡକୁ ୨୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍‌ ପଠାଯାଇଛି। ଏଥିସହ ୪ ଖେଳାଳି ଷ୍ଟାଣ୍ଡବାଇରେ ଅଛନ୍ତି। ଯଦି କିଛି ହେଲା ତେବେ ରିଜର୍ଭ ଥିବା ଖେଳାଳିଙ୍କୁ ପ୍ରମୁଖ ଟିମ୍‌ରେ ସାମିଲ କରାଯିବ ବୋଲି ଯୋଜନା କରାଯାଇଥିଲା। ସମସ୍ତ ବିଭାଗରେ ବିକଳ୍ପ ଖେଳାଳି ଥିବାରୁ ଆବଶ୍ୟକତା ପଡ଼ିବ ନାହିଁ ବୋଲି ବିସିସିଆଇ କହିଛି।

ପୂର୍ବରୁ ଶୁଭମନ ଗିଲ ଆହତ ହେବା ପରେ ଭାରତୀୟ ଟିମ୍‌ରେ ବିକଳ୍ପର ଆବଶ୍ୟକତା ପଡ଼ିଥିଲା। ପୃଥ୍ବୀ ଶ ଏବଂ ଦେବଦତ୍ତ ପଡିକ୍କଲଙ୍କୁ ତାଙ୍କ ସ୍ଥାନରେ ପଠାଇବା ଲାଗି ଚର୍ଚ୍ଚା ହୋଇଥିଲା। ହେଲେ ଚୟନକର୍ତ୍ତା ଏହାକୁ ଗ୍ରହଣ କରି ନ ଥିଲେ। ଯେଉଁ ଖେଳାଳି ଅଛନ୍ତି, ସେମାନଙ୍କୁ ହିଁ ଖେଳାଯାଉ ବୋଲି କହିଥିଲେ। ଏଣୁ ଗିଲଙ୍କ ସ୍ଥାନରେ ଈଶ୍ୱରନ୍‌ଙ୍କୁ ସାମିଲ କରାଯାଉ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?