ବର୍ଷା ନାହିଁ, ଶୁଖିଲା ପଡ଼ିଛି ଜମି

ସୋନପୁର, ୨।୮(ନି.ପ୍ର.)  ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାଭାବରୁ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଚାଷ ଜମି ଶୁଖିଲା ପଡିଛି। ଜିଲାର ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଚାଷ ଜମି ହୀରାକୁଦ କେନାଲ ଦ୍ୱାରା ଜଳସେଚିତ ହୋଇପାରୁଛି। କିନ୍ତୁ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଚାଷୀଙ୍କୁ ଏକମାତ୍ର ଭରସା ମୌସୁମୀ ବର୍ଷା। ଚଳିତ ବର୍ଷ ଜୁନ୍‌ ଓ ଜୁଲାଇରେ ତରଭା ବ୍ଲକରେ ସ୍ବାଭାବିକଠାରୁ ୭.୭୭ ମି.ମି. ଅଧିକ ବର୍ଷା ହୋଇଛି। ତେବେ ମୌସୁମୀ ଉଭାନ କାରଣରୁ ସୋନପୁର ବ୍ଲକ ଓ ବୀରମହାରାଜପୁର ଉପଖଣ୍ଡର ଚାଷୀ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ଚାଷୀ ଏବେ ଅପେକ୍ଷା କରିଛି ଲଘୁଚାପ ବର୍ଷାକୁ। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିତି ଗମ୍ଭୀର ହେବ ବୋଲି ଚାଷୀମାନେ ଆଶା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ସ୍ବଳ୍ପ ବୃଷ୍ଟିପାତ ହେତୁ ଅଧିକାଂଶ ଅଣଜଳସେଚିତ ଅଞ୍ଚଳରେ ଚାଷକାର୍ଯ୍ୟ ଆରମ୍ଭ ହୋଇନାହିଁ। କେତେକ ସ୍ଥାନରେ ତଳି ପକା ଯାଇଥିବା ଓ ବୁଣା ହୋଇଥିବା ଧାନ ମରିବାକୁ ବସିଲାଣି। ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି।
ଚଳିତ ଖରିଫ ଋତୁରେ ଜିଲାର ୧ଲକ୍ଷ ୨ହଜାର ୩୫ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୯୩୮୮୫ହେକ୍ଟର ଜମିରେ ଅଧିକ ଉତ୍ପାଦନକ୍ଷମ ଧାନ, ୭୭୫୦ହେକ୍ଟର ଜମିରେ ସଙ୍କର ଜାତୀୟ ଓ ୪୦୦ହେକ୍ଟରରେ ସ୍ଥାନୀୟ କିସମର ଧାନ ଚାଷ କରାଯିବାକୁ ଲକ୍ଷ୍ୟ ଥିଲା। ହେଲେ ଚାଷ ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ସବୁ କାର୍ଯ୍ୟ ପଛେଇ ଯାଇଛି । ଚଳିତ ବର୍ଷ ଜୁନରେ ହାରାହାରି ବୃଷ୍ଟିପାତ ୨୧୭.୪ ମିଲିମିଟର ହେବାକୁ ଥିବା ବେଳେ ୧୯୭.୨୨ ମିମି ବର୍ଷା ହୋଇଥିଲା। ଜୁଲାଇ ୩୦ ସୁଦ୍ଧା ଜିଲାରେ ହାରାହାରି ବୃଷ୍ଟିପାତ ୩୭୩.୮୨ ମିମି. ହେବାକୁ ଥିବା ବେଳେ ମାତ୍ର ୧୯୮.୨୮ ମିଲିମିଟର ବର୍ଷା ହୋଇଛି । ଚାଷ ପାଇଁ ଜୁଲାଇ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ୩୦ ତାରିଖ ସୁଦ୍ଧା ଜିଲାରେ ୪୬.୯୬% ମି.ମି. କମ୍‌ ବୃଷ୍ଟିପାତ ହେବା ଚିନ୍ତାର କାରଣ ହୋଇଛି । କେତେକ ଅଞ୍ଚଳରେ ଜଳାଶୟରୁ ପାଣି ପମ୍ପ ଦ୍ୱାରା ଜଳ ଉତ୍ତୋଳନ କରି ଚାଷୀ ତଳିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି। ଶତାଧିକ ହେକ୍ଟର ଚାଷ ଜମି ଏ ବର୍ଷ ପଡିଆ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ସ୍ବଳ୍ପ ବୃଷ୍ଟିପାତ ଜନିତ ମରୁଡିକୁ ଦୃଷ୍ଟିରେ ରଖି କୃଷି ସହ ଜଡିତ ସମସ୍ତ ବିଭାଗ ଜିଲାର ଚାଷୀଙ୍କ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ କୁହନ୍ତି, ଜୁଲାଇରେ ବହୁତ କମ୍‌ ବର୍ଷା ହୋଇଛି। ଅଣଜଳସେଚିତ ସୋନପୁର ବ୍ଲକ ଓ ବୀରମହାରାଜପୁର ଉପଖଣ୍ଡରେ ସମସ୍ୟା ଦେଖାଦେଇଛି। ହରିହରଯୋର ଡ୍ୟାମ୍‌ରୁ ପାଣି ଛଡାଯିବା ଦ୍ୱାରା ଉଲୁଣ୍ଡା ଓ ବୀରମହାରାଜପୁରର କେତେକ ଅଞ୍ଚଳରେ ଚାଷ ସ୍ବାଭାବିକ ହୋଇଛି। ଆସନ୍ତା ୭ଦିନ ମଧ୍ୟରେ ବର୍ଷା ନ ହେଲେ ଚାଷୀ କ୍ଷତି ସହିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri