ବର୍ଷା ନାହିଁ, ଶୁଖିଲା ପଡ଼ିଛି ଜମି

ସୋନପୁର, ୨।୮(ନି.ପ୍ର.)  ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାଭାବରୁ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଚାଷ ଜମି ଶୁଖିଲା ପଡିଛି। ଜିଲାର ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଚାଷ ଜମି ହୀରାକୁଦ କେନାଲ ଦ୍ୱାରା ଜଳସେଚିତ ହୋଇପାରୁଛି। କିନ୍ତୁ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଚାଷୀଙ୍କୁ ଏକମାତ୍ର ଭରସା ମୌସୁମୀ ବର୍ଷା। ଚଳିତ ବର୍ଷ ଜୁନ୍‌ ଓ ଜୁଲାଇରେ ତରଭା ବ୍ଲକରେ ସ୍ବାଭାବିକଠାରୁ ୭.୭୭ ମି.ମି. ଅଧିକ ବର୍ଷା ହୋଇଛି। ତେବେ ମୌସୁମୀ ଉଭାନ କାରଣରୁ ସୋନପୁର ବ୍ଲକ ଓ ବୀରମହାରାଜପୁର ଉପଖଣ୍ଡର ଚାଷୀ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ଚାଷୀ ଏବେ ଅପେକ୍ଷା କରିଛି ଲଘୁଚାପ ବର୍ଷାକୁ। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିତି ଗମ୍ଭୀର ହେବ ବୋଲି ଚାଷୀମାନେ ଆଶା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ସ୍ବଳ୍ପ ବୃଷ୍ଟିପାତ ହେତୁ ଅଧିକାଂଶ ଅଣଜଳସେଚିତ ଅଞ୍ଚଳରେ ଚାଷକାର୍ଯ୍ୟ ଆରମ୍ଭ ହୋଇନାହିଁ। କେତେକ ସ୍ଥାନରେ ତଳି ପକା ଯାଇଥିବା ଓ ବୁଣା ହୋଇଥିବା ଧାନ ମରିବାକୁ ବସିଲାଣି। ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି।
ଚଳିତ ଖରିଫ ଋତୁରେ ଜିଲାର ୧ଲକ୍ଷ ୨ହଜାର ୩୫ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୯୩୮୮୫ହେକ୍ଟର ଜମିରେ ଅଧିକ ଉତ୍ପାଦନକ୍ଷମ ଧାନ, ୭୭୫୦ହେକ୍ଟର ଜମିରେ ସଙ୍କର ଜାତୀୟ ଓ ୪୦୦ହେକ୍ଟରରେ ସ୍ଥାନୀୟ କିସମର ଧାନ ଚାଷ କରାଯିବାକୁ ଲକ୍ଷ୍ୟ ଥିଲା। ହେଲେ ଚାଷ ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ସବୁ କାର୍ଯ୍ୟ ପଛେଇ ଯାଇଛି । ଚଳିତ ବର୍ଷ ଜୁନରେ ହାରାହାରି ବୃଷ୍ଟିପାତ ୨୧୭.୪ ମିଲିମିଟର ହେବାକୁ ଥିବା ବେଳେ ୧୯୭.୨୨ ମିମି ବର୍ଷା ହୋଇଥିଲା। ଜୁଲାଇ ୩୦ ସୁଦ୍ଧା ଜିଲାରେ ହାରାହାରି ବୃଷ୍ଟିପାତ ୩୭୩.୮୨ ମିମି. ହେବାକୁ ଥିବା ବେଳେ ମାତ୍ର ୧୯୮.୨୮ ମିଲିମିଟର ବର୍ଷା ହୋଇଛି । ଚାଷ ପାଇଁ ଜୁଲାଇ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ୩୦ ତାରିଖ ସୁଦ୍ଧା ଜିଲାରେ ୪୬.୯୬% ମି.ମି. କମ୍‌ ବୃଷ୍ଟିପାତ ହେବା ଚିନ୍ତାର କାରଣ ହୋଇଛି । କେତେକ ଅଞ୍ଚଳରେ ଜଳାଶୟରୁ ପାଣି ପମ୍ପ ଦ୍ୱାରା ଜଳ ଉତ୍ତୋଳନ କରି ଚାଷୀ ତଳିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି। ଶତାଧିକ ହେକ୍ଟର ଚାଷ ଜମି ଏ ବର୍ଷ ପଡିଆ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ସ୍ବଳ୍ପ ବୃଷ୍ଟିପାତ ଜନିତ ମରୁଡିକୁ ଦୃଷ୍ଟିରେ ରଖି କୃଷି ସହ ଜଡିତ ସମସ୍ତ ବିଭାଗ ଜିଲାର ଚାଷୀଙ୍କ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ କୁହନ୍ତି, ଜୁଲାଇରେ ବହୁତ କମ୍‌ ବର୍ଷା ହୋଇଛି। ଅଣଜଳସେଚିତ ସୋନପୁର ବ୍ଲକ ଓ ବୀରମହାରାଜପୁର ଉପଖଣ୍ଡରେ ସମସ୍ୟା ଦେଖାଦେଇଛି। ହରିହରଯୋର ଡ୍ୟାମ୍‌ରୁ ପାଣି ଛଡାଯିବା ଦ୍ୱାରା ଉଲୁଣ୍ଡା ଓ ବୀରମହାରାଜପୁରର କେତେକ ଅଞ୍ଚଳରେ ଚାଷ ସ୍ବାଭାବିକ ହୋଇଛି। ଆସନ୍ତା ୭ଦିନ ମଧ୍ୟରେ ବର୍ଷା ନ ହେଲେ ଚାଷୀ କ୍ଷତି ସହିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri