ନା ଅଛି ବର୍ଷା ନା ଅଛି ପବନ, ଭାଙ୍ଗିଲା ବିରାଟକାୟ ଗଛ, ୬ ଘଣ୍ଟା ଅନ୍ଧାରରେ ରହିଲେ ଲୋକେ

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): ନା ଅଛି ବର୍ଷା ନା ଅଛି ପବନ। କିନ୍ତୁ ବିରାଟକାୟ ଗଛ ପଡ଼ି ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୧୭ଟି ପଞ୍ଚାୟତର ୧୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ସଂଯୋଗ ହୋଇଥିବା ୩୩ କେଭି ବିଦ୍ୟୁତ୍‌।
ପ୍ରକାଶ ଯେ, ଅଞ୍ଚଳରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଉଥିବା ବେଳେ ବୁଧବାର ଅପରାହ୍ନରେ ୩୩ କେଭି ବିଦ୍ୟୁତ ତାର ଉପରେ ବିରାଟକାୟ ଗଛ ପଡ଼ି ବିଦ୍ୟୁତ ସରବରାହ ଅଚଳ ହୋଇପଡ଼ିଛି। ଯେଉଁ ଗଛ ବିଦ୍ୟୁତ ତାର ଉପରେ ପଡ଼ିଛି ତାକୁ କଟାଯାଇ ହଟାଇବାକୁ ବିଦ୍ୟୁତ ବିଭାଗ ନିକଟରେ ଯନ୍ତ୍ର ଚାଳିତ କଟର ନ ଥିବାରୁ ବିଭାଗର କର୍ମଚାରୀ ଗଛ ହଟାଇବାରେ ଅସମର୍ଥ ହୋଇଛି। ଖବର ଲେଖିବା ସୁଦ୍ଧା ଏଭଳି ଘଟଣା ଘଟିବାର ୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବିଭାଗ ଗଛ କାଟିବାରେ ଅସମର୍ଥ ହେବା ସହ ଅଗ୍ନିଶମ ବିଭାଗକୁ ସହଯୋଗ କରିବାକୁ ସହକାରୀ ଯନ୍ତ୍ରୀ ଶିବପ୍ରସାଦ ନାୟକ ନିବେଦନ କରି ବିଫଳ ହୋଇଛନ୍ତି ଏବେ ଅଞ୍ଚଳର ଲୋକଙ୍କ ସହାୟତାରେ ଗଛ ହଟାଇବାକୁ ବିଦ୍ୟୁତ ବିଭାଗ ଗଛ କଟାଳିମାନଙ୍କ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି। ସେପଟେ ବିଦ୍ୟୁତ ବାରମ୍ବାର ଅଚଳ ଯୋଗୁ ସ୍ଥାନୀୟ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ବିଦ୍ୟୁତ ବିଭାଗ ନିକଟରେ ମରାମତି ପାଇଁ ଅନୁସାଙ୍ଗିକ ଆବଶ୍ୟକ ଯନ୍ତ୍ରପାତି ଓ ଏକ୍ସପାର୍ଟ ଅଭାବ ଯୋଗୁ ବିଦ୍ୟୁତ ମରାମତିରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛ। ଏନେଇ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ବ୍ୟାଟେରୀ ଚାଳିତ କଟର ଗୋଟିଏ ହିଁ ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟରେ ରହିଛି ଯାହାକି ୫ଟି ବ୍ଲକ ପାଇଁ ରହିଛି। ତେଣୁ ବଡ଼ ଗଛ କାଟିବା ପାଇଁ ଟାଙ୍ଗିଆ ହିଁ ଏକମାତ୍ର ଭରସା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ...

୨ ଦିନ ହାଇକୋର୍ଟ ଛୁଟି

କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ,...

ଏଟିଏମ୍‌ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍‌…

ହିଞ୍ଜିଳିକାଟୁ,୨୩ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଏଟିଏମ୍‌ରେ ଚତୁରତାର ସହ କାର୍ଡ ବଦଳାଇ ଟଙ୍କା ଲୁଟ୍‌ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ବଡ଼ସାହିର ଉଦୟନାଥ...

ନିଖୋଜର ୧୬ ଦିନ ପରେ ନାଳରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଝରିଗାଁ,୨୩ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାା ଝରିଗାଁ ଥାନା ଅର୍ନ୍ତଗତ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ ରହିଥିବା ଶୁଷ୍କ ନାଳ ମଧ୍ୟରୁ ସ୍ଥାନୀୟ ପୋଲିସ ଏକ ଗଳିତ...

ଅଫ୍‌ଲାଇନ୍‌ରେ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ ସ୍ଥଗିତ

କଟକ,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି...

ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର...

ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୦: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri