Posted inଜାତୀୟ

‘ଆଗୁଆ ଜାମିନରେ ପ୍ରତିବନ୍ଧକ ନାହିଁ’

ନୂଆଦିଲ୍ଲୀ, ୩।୧(ପି.ଟି.): ୨୦୧୯ରେ କାର୍ଯ୍ୟକାରୀ ହୋଇଥିବା ଆଇନର ବ୍ୟବସ୍ଥା ଅନୁଯାୟୀ ଜଣେ ମୁସଲମାନ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଏକସଙ୍ଗେ ତିନିଥର ତଲାକ୍‌ କହିଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ମିଳିପାରେ। ତେବେ ଏହି ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନରେ ସମ୍ପୃକ୍ତ ସ୍ବାମୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଇନର ଧାରା ୭(ସି) ଏବଂ ସିଆର୍‌ପିସିର ଧାରା ୪୩୮ ବ୍ୟବସ୍ଥାକୁ ଦର୍ଶାଇ ଗିରଫ ବ୍ୟକ୍ତିଙ୍କୁ ଜାମିନ ଦେବା ଲାଗି ନିର୍ଦ୍ଦେଶ ଥିବା ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ତେବେ ଅନ୍ତରୀଣ ଜାମିନ ଦେବା ପୂର୍ବରୁ ଅଦାଲତଙ୍କୁ ମୁସଲମାନ ମହିଳାଙ୍କ ଅଭିଯୋଗ ଶୁଣିବାକୁ ହେବ। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତିନି ତଲାକ୍‌ ଦେଇଥିବାବେଳେ ଶାଶୁ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତା ଶାଶୁଙ୍କୁ ଜାମିନ ପ୍ରଦାନ କଲାବେଳେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ରାୟ ଦେଇଛନ୍ତି। ମହିଳାଙ୍କୁ ଜାମିନ ଦେବା ଲାଗି କେରଳ ହାଇକୋର୍ଟ ମନା କରିଥିବାବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ନିୟମ: ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀଙ୍କୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଥିବା ୧୪ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ଏଥିଯୋଗୁ ସେହି ଦେଶରୁ ଆସୁଥିବା...

୪୦ ରାଲି ୧୪୪ ଆସନ, ଭାଜପାର ସ୍ବତନ୍ତ୍ର ମିଶନ…

ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ମର୍ମରେ ୨୦୧୯ ନିର୍ବାଚନରେ ଯେଉଁ ୧୪୪ ଲୋକସଭା...

ଭାରତ ପାଖରେ କମ୍‌ ଆଣବିକ ଅସ୍ତ୍ର: ତେବେ ବି ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସକ୍ଷମ…

ନୂଆଦିଲ୍ଲୀ,୧୫।୬: ଭାରତ ପାଖରେ ଚାଇନା ଏବଂ ପାକିସ୍ତାନ ତୁଳନାରେ କମ୍‌ ଆଣବିକ ଅସ୍ତ୍ର ରହିଛି। ତେବେ ବି ଭାରତ ଉଭୟ ଚାଇନା ଏବଂ ପାକିସ୍ତାନକୁ କଡ଼ା...

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପରେ ଅଙ୍କିତାଙ୍କ ଅନ୍ତିମ ସଂସ୍କାର ପାଇଁ ରାଜି ହେଲେ ପରିବାର

ଡେରାଡୁନ,୨୫।୯: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଆଶ୍ୱାସନା ପରେ ଅଙ୍କିତା ଭଣ୍ଡାରୀଙ୍କ ପରିବାର ତାଙ୍କର ଅନ୍ତିମ ସଂସ୍କାର କରିବାକୁ ରାଜି ହୋଇଛନ୍ତି। ଅଙ୍କିତାଙ୍କ ଅନ୍ତିମ ସଂସ୍କାର...

ତେଜସ୍ବୀଙ୍କୁ ଭେଟିଲେ ଆଦିତ୍ୟ ଠାକରେ: ଭାଜପା ବିରୋଧରେ ଏକଜୁଟ ହେବା ଲକ୍ଷ୍ୟ

ପାଟନା,୨୩।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବୁଧବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି।...

ପ୍ରଦୂଷଣ ରୋକୁଛନ୍ତି ଏହି ଗଣେଶ

ଅକୋଲା: ଗଣେଶ ବିସର୍ଜନ ଏବେ ଦେଶରେ ଧୁମଧାମରେ ଚାଲିଛି। ମୃଣ୍ମୟ ମୂର୍ତ୍ତିକୁ ବିସର୍ଜନ କରିବା ପରେ ଜଳ ପ୍ରଦୂଷଣ ବୃଦ୍ଧି ହେଉଥିବାରୁ ଏଥିପାଇଁ ସବୁ ସ୍ତରରେ...

ପୁଣି ମମତାଙ୍କୁ ଝଟ୍‌କା: ଦଳ ଛାଡିଲେ ଆଉ ଜଣେ ବିଧାୟକ

କୋଲକତା,୧୮।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଝଟ୍‌କା ପରେ ଝଟ୍‌କା ଲାଗିଚାଲିଛି। ଜଣେ ପରେ ଜଣେ ବିଧାୟକ ଦଳରୁ ଇସ୍ତଫଶ ଦେଉଛନ୍ତି। ଶୁକ୍ରବାର...

ନମାଜ ପଢିବାକୁ ବାହାରକୁ ଯିବାକୁ ଫାରୁକଙ୍କୁ ମିଳିଲା ନାହିଁ ଅନୁମତି

ଶ୍ରୀନଗର,୩୦ ।୧୦: ନ୍ୟାଶନାଲ କନଫରେନ୍ସ ଦାବି କରିଛି ଯେ ପାର୍ଟି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଘରୁ ବାହାରକୁ ବାହାରିବାକୁ ଦିଆଯାଉ ନାହିଁ । ଦଳ କହିଛି...

Advertisement
Archives

Model This Week