ଆବର୍ଜନା ପାଇଁ ମିଳୁନି ଜାଗା

କେନ୍ଦୁଝର, ୧୮।୧୧ (ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନାରେ କେନ୍ଦୁଝରଗଡ଼ ପୌରପାଳିକା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସଦର ବିଧାୟକ ମୋହନ ମାଝି ଅଭିଯୋଗ କରିଛନ୍ତି। ବୁଧବାର ସହରର ବିଭିନ୍ନ ମଇଳା ଆବର୍ଜନା ଜମା କରାଯାଉଥିବା ଅଞ୍ଚଳ ପରିଦର୍ଶନ କରି ସେ ଏହା କହିଛନ୍ତି। ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଜମି ମିଳିଯାଉଛି। କିନ୍ତୁ ସ୍ବଚ୍ଛ ଭାରତ ଅଭିଯାନ ଭଳି କାର୍ଯ୍ୟକ୍ରମରେ ମଇଳା ଆବର୍ଜନା ପରିଚାଳନା ପାଇଁ ଦୀର୍ଘ ବର୍ଷ ଧରି ଜମି ମିଳୁ ନ ଥିବା ଆଳରେ ଏଣେ ତେଣେ ମଇଳା ଆବର୍ଜନା ଫିଙ୍ଗା ଯାଉଥିବା ସେ ପ୍ରକାଶ କରିଛନ୍ତି।
ଦୀର୍ଘ ବର୍ଷ ପରେ ମଧ୍ୟ କେନ୍ଦୁଝରଗଡ଼ ପୌରପାଳିକା ଡମ୍ପିଂୟାର୍ଡ ପାଇଁ ଜାଗା ଚିହ୍ନଟ କରିପାରି ନ ଥିବାରୁ ଏଣେ ତେଣେ ରାସ୍ତାକଡରେ ମଇଳା ଆବର୍ଜନା ପକାଯାଉଛି। ଫଳରେ ସହର ସାୈନ୍ଦର୍ଯ୍ୟହାନୀ ହେବା ସହ ପରିବେଶ ବହୁମାତ୍ରାରେ ପ୍ରଦୂଷିତ ହେଉଛି। କିଛି ଦିନ ତଳେ ଏଭଳି ଏନ୍‌ଏଚ୍‌ ୪୯ ପାର୍ଶ୍ୱ ଜୁଡ଼ିଆ ଘାଟିରେ ପକାଯାଉଥିବା ଆବର୍ଜନାକୁ ପୋଡ଼ିବା ବେଳେ ପାଖ ଜଙ୍ଗଲରେ ନିଅଁା ଲାଗିବା ସହ ପରିବେଶ ପ୍ରଦୂଷଣ ହୋଇଥିଲା। ଏନେଇ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ପରେ ପୌରପାଳିକା ପକ୍ଷରୁ ଧାଙ୍ଗରପଡ଼ା ଜାତୀୟ ରାଜପଥ ୪୯ ପାର୍ଶ୍ୱ ଏବଂ ପୌରପାଳିକା ପକ୍ଷରୁ ନିର୍ମିତ ଗୋଦାମ ଗୃହ ଏବଂ ମାଛମାଂସ ଦୋକାନ ସମ୍ମୁଖରେ ଆବର୍ଜନା ପକାଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ମଇଳା ଆବର୍ଜନା ସ୍ଥଳରେ କୁକୁର, ଗୋରୁଗାଈ ଆଦି ଖାଦ୍ୟ ପାଇଁ ବୁଲୁଥିବାରୁ ସେମାନଙ୍କ ପାଇଁ ବିପଦ ଆଶଙ୍କା ରହିଛି। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ସହରରେ ମ୍ୟାଲେରିଆ, ଡେଙ୍ଗୁ ଆଦି ଭଳି ରୋଗ ବ୍ୟାପିବା ଆଶଙ୍କା ରହୁଛି ବୋଲି ପୂର୍ବତନ ପାୈରପାଳିକା ଅଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି ା ଏନେଇ ପଦକ୍ଷେପ ନିଆ ନ ଗଲେ ଭାଜପା ପକ୍ଷରୁ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ବିଧାୟକ ମାଝୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ…

ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri