ଆବର୍ଜନା ପାଇଁ ମିଳୁନି ଜାଗା

କେନ୍ଦୁଝର, ୧୮।୧୧ (ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନାରେ କେନ୍ଦୁଝରଗଡ଼ ପୌରପାଳିକା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସଦର ବିଧାୟକ ମୋହନ ମାଝି ଅଭିଯୋଗ କରିଛନ୍ତି। ବୁଧବାର ସହରର ବିଭିନ୍ନ ମଇଳା ଆବର୍ଜନା ଜମା କରାଯାଉଥିବା ଅଞ୍ଚଳ ପରିଦର୍ଶନ କରି ସେ ଏହା କହିଛନ୍ତି। ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଜମି ମିଳିଯାଉଛି। କିନ୍ତୁ ସ୍ବଚ୍ଛ ଭାରତ ଅଭିଯାନ ଭଳି କାର୍ଯ୍ୟକ୍ରମରେ ମଇଳା ଆବର୍ଜନା ପରିଚାଳନା ପାଇଁ ଦୀର୍ଘ ବର୍ଷ ଧରି ଜମି ମିଳୁ ନ ଥିବା ଆଳରେ ଏଣେ ତେଣେ ମଇଳା ଆବର୍ଜନା ଫିଙ୍ଗା ଯାଉଥିବା ସେ ପ୍ରକାଶ କରିଛନ୍ତି।
ଦୀର୍ଘ ବର୍ଷ ପରେ ମଧ୍ୟ କେନ୍ଦୁଝରଗଡ଼ ପୌରପାଳିକା ଡମ୍ପିଂୟାର୍ଡ ପାଇଁ ଜାଗା ଚିହ୍ନଟ କରିପାରି ନ ଥିବାରୁ ଏଣେ ତେଣେ ରାସ୍ତାକଡରେ ମଇଳା ଆବର୍ଜନା ପକାଯାଉଛି। ଫଳରେ ସହର ସାୈନ୍ଦର୍ଯ୍ୟହାନୀ ହେବା ସହ ପରିବେଶ ବହୁମାତ୍ରାରେ ପ୍ରଦୂଷିତ ହେଉଛି। କିଛି ଦିନ ତଳେ ଏଭଳି ଏନ୍‌ଏଚ୍‌ ୪୯ ପାର୍ଶ୍ୱ ଜୁଡ଼ିଆ ଘାଟିରେ ପକାଯାଉଥିବା ଆବର୍ଜନାକୁ ପୋଡ଼ିବା ବେଳେ ପାଖ ଜଙ୍ଗଲରେ ନିଅଁା ଲାଗିବା ସହ ପରିବେଶ ପ୍ରଦୂଷଣ ହୋଇଥିଲା। ଏନେଇ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ପରେ ପୌରପାଳିକା ପକ୍ଷରୁ ଧାଙ୍ଗରପଡ଼ା ଜାତୀୟ ରାଜପଥ ୪୯ ପାର୍ଶ୍ୱ ଏବଂ ପୌରପାଳିକା ପକ୍ଷରୁ ନିର୍ମିତ ଗୋଦାମ ଗୃହ ଏବଂ ମାଛମାଂସ ଦୋକାନ ସମ୍ମୁଖରେ ଆବର୍ଜନା ପକାଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ମଇଳା ଆବର୍ଜନା ସ୍ଥଳରେ କୁକୁର, ଗୋରୁଗାଈ ଆଦି ଖାଦ୍ୟ ପାଇଁ ବୁଲୁଥିବାରୁ ସେମାନଙ୍କ ପାଇଁ ବିପଦ ଆଶଙ୍କା ରହିଛି। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ସହରରେ ମ୍ୟାଲେରିଆ, ଡେଙ୍ଗୁ ଆଦି ଭଳି ରୋଗ ବ୍ୟାପିବା ଆଶଙ୍କା ରହୁଛି ବୋଲି ପୂର୍ବତନ ପାୈରପାଳିକା ଅଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି ା ଏନେଇ ପଦକ୍ଷେପ ନିଆ ନ ଗଲେ ଭାଜପା ପକ୍ଷରୁ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ବିଧାୟକ ମାଝୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

ଘର ଭାଙ୍ଗିଲା, ଧାନ ଚାଉଳ ଖାଇ ନଷ୍ଟ କଲା ଗୋଠଛଡ଼ା ଦନ୍ତା

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡ଼ା ଦନ୍ତା ହାତୀ ପ୍ରବେଶ କରିଛି। ମଲ୍ଲୀପଶି...

ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ବାହାରିଲେ ଅଖିଳ

କେନ୍ଦୁଝର,୨୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ରବିବାର ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ...

ଓଲଟିଲା ଆଶ୍‌ ବୋଝେଇ ଟ୍ରକ୍‌

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଗୁଲୁଦୀ ପଶି ଡ଼ିମିରିଡିହା ରାସ୍ତାର ବୁଲାଣି ନିକଟରେ ରବିବାର ଏକ ଆଶ୍‌ ବୋଝେଇ ୧୪ ଚକିଆ ଟ୍ରକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri