ନାହିଁ ଆବେଗ ନା ଅଛି ଆକର୍ଷଣ

ଠିକ୍‌ ଧର୍ମାନ୍ତର ଗ୍ରହଣ କରିବା ପରେ ଆହାର, ବେଶଭୂଷା, ଭଜନକୀର୍ତ୍ତନ ଇତ୍ୟାଦି ବଦଳେଇ ଦେଇଥାଏ ବ୍ୟକ୍ତିବିଶେଷ। ଆଜିର ସମସ୍ୟା ଠିକ୍‌ ସେହିଭଳି ଶିକ୍ଷା ସମାପନ ପରେ ପାସୋର ପଡୁଛି ମନରୁ ପଲ୍ଲୀଭୂମି, ଯାହାର ଶାକ ତଣ୍ଡୁଳରେ ପୁଷ୍ଟ ହୋଇଥିଲା ଶରୀର, ଯାହାର ଛାତି ଉପରେ ଥରକୁ ଥର କଚାଡ଼ି ହୋଇ ପଡ଼ି ଚାଲିବା ଶିଖାଇଥିଲା ଶୈଶବର ବିଗତ ଦିନ। ତାହାରି ସହ ସମ୍ପର୍କ ରଜୁ ଧୀରେ ଧୀରେ ଦୁର୍ବଳ ହୋଇ ଛିନ୍ନ ପ୍ରାୟ। ଏହା ଆଜି କୌଣସି ଜଣେ ବ୍ୟକ୍ତିର ସମସ୍ୟା ନୁହେଁ, ସମଗ୍ର ଶିକ୍ଷିତ ସମାଜର ସମସ୍ୟା।
ଶିକ୍ଷାଲାଭ ସମୟରେ ମନରେ ଅନେକ ଆଶା ଥିଲା ଯେ, ମୋ ଜନ୍ମଭୂମି ମୋ ଗାଁ ପାଇଁ ଅନେକ କିଛି କରିବି, କେବଳ ଅପେକ୍ଷା ମୁଁ ରୋଜଗାରକ୍ଷମ ହୋଇଯାଏ, ହେଲେ ଯେତେବେଳେ ରୋଜଗାର କରେ ମୁଁ ସେତେବେଳକୁ ମୋ ବ୍ୟକ୍ତିଗତ ଜୀବନର ଦାୟିତ୍ୱ ବୋଧତା ଓ ଧନ ଅର୍ଜନର ଲୋଭ ଏତେ କଲବଲ କରିପକାଏ ଯେ ମୁଁ ଭାବିପାରେନି ଗାଁ ଭୂଇଁର ଉନ୍ନତି କଥା। ଘଟି ସାରିଥାଏ ମୋର ପୁନର୍ଜନ୍ମ। ମାଳ ମାଳ ଗଛଲତା ଜଙ୍ଗଲିଆ ପରିବେଶ ନଈ ନାଳ ବଦଳରେ ମୁଁ ଦେଖେ ଉଚ୍ଚ ଉଚ୍ଚ ପ୍ରାସାଦ, ପକ୍କା ସଡ଼କ ଆଉ ଅତ୍ୟାଧୁନିକ ଆସବାବପତ୍ର ସହ ମୋ ଆଭିଜାତ୍ୟପୂର୍ଣ୍ଣ ସହରୀ ଜୀବନ।
ଥରେ ଜଣେ ସ୍କୁଲ ପଢ଼ିବା ବେଳର ବନ୍ଧୁଙ୍କ ସହ ଅକସ୍ମାତ ଦେଖାହେଲା, ସେ ପୁଣି ରେଳ ଷ୍ଟେଶନରେ। ବନ୍ଧୁ ଜଣକୁ ଅନେକ ଦିନ ପରେ ପାଇ ପାଖକୁ ଦୌଡ଼ି ଯାଇ ଆଲିଙ୍ଗନ କରି ପକାଇଲି। ଓହୋ! କି ଆତ୍ମଶାନ୍ତି। ମନେପଡିଗଲା ତା’ ସହ ସ୍କୁଲ ପଛପାଖ ବଣରୁ ପତ୍ର ସଂଗ୍ରହ କରି ଠୁଙ୍ଗା ତିଆରି କରିବା କଥା। ବଡ଼ ହେଲେ ୟାକୁ ନେଇ ଢେର୍‌ ପଇସା କମେଇବାର ଯୋଉ ସ୍ବପ୍ନ ଆଉ ମିଛ ଗପ। ଆଖିରୁ ବୋହି ଆସିବା ପୂର୍ବରୁ ଆବେଗ ଗୁଡାକ ଲୁହ ହୋଇ ଅଟକାଇ ଦେଲେ ଅତି ପରିଚିତ ବନ୍ଧୁ ମୋର। ଏତେ ଭଲ ପଢ଼ୁଥିଲୁ ସେଇ ଗାଁରେ ରହି ବେକାର ହୋଇଗଲି ବୋଲି ମନ୍ତବ୍ୟ ଦେଇ ଗୁଞ୍ଜିଦେଲେ ପାଞ୍ଚଶହ ଟଙ୍କିଆ ନୋଟ ଦୁଇଖଣ୍ଡ।
ତାଙ୍କ ଆବେଗ ଓ ମୋ ପ୍ରତି ଥିବା ଭଲପାଇବା ପରିବର୍ତ୍ତିତ ହୋଇଥିଲା ପ୍ରଦର୍ଶିତ ଦୟାରେ।
ସେଦିନ ଅତି ପ୍ରିୟ ବନ୍ଧୁ ପବିତ୍ର ବନ୍ଧୁମିଳନ ଉତ୍ସବରେ ଯୋଗ ଦେବାପାଇଁ ଆସି କାର୍ଯ୍ୟକ୍ରମ ସାରିଦେଇ ଚାଲିଗଲା। ପରିବାର ସହ ଆସିଲୁ ନାହିଁ ପଚାରିବାରୁ କହି ପକାଇଲା ବିନା ଦ୍ବିଧାରେ, ମୋ ପିଲାମାନେ କେଇଘଣ୍ଟା ଏ ଗାଉଁଲି ଜାଗାରେ ଚଳିବା ମୁସ୍କିଲ। ବିଦାରି ହୋଇଗଲା ଛାତି। ତେବେ ପବିତ୍ର ଆଜି ଉଚ୍ଚ ପାହ୍ୟା ଅଫିସର୍‌ କ’ଣ ଏ ଗାଉଁଲି ପରିବେଶରେ ଶିକ୍ଷା ଲାଭ କରି ହୋଇ ନ ଥିଲା? ପ୍ରଶ୍ନଟି ମନରେ ଉଙ୍କି ମାରି ମନ ଭିତରେ ହିଁ ମିଳେଇ ଗଲା।
ପାଶ୍ଚାତ୍ୟ ସଭ୍ୟତା, ପାଶ୍ଚାତ୍ୟ ଶିକ୍ଷା ଆମକୁ ଶିଖେଇ ସାରିଛି ଯେ, ଆଭିଜାତ୍ୟପୂର୍ଣ୍ଣ ଜୀବନ ବିତାଇବାକୁ ହେବ ଆମକୁ। ଯିଏ ଯେତେ ବେଶି ଊର୍ଦ୍ଧ୍ୱମୁଖୀ ହୋଇ ସମୟର ଚବିଶ ଘଣ୍ଟିଆ ବିନିଯୋଗ କରି ଟଙ୍କା ପ୍ରତିପତ୍ତି ସାଉଁଟି ପାରିଲା, ସେ ସେତିକି ଆଗରେ। ଏସବୁ ଠିକ ହେଲେ ଏଥିପାଇଁ ଯେ, ଶୈଶବର ଅଫେରା ଅଭୁଲା ଦିନ ଗ୍ରାମ୍ୟ ପରିବେଶକୁ ଅଣଦେଖା କରିବା ଅନିବାର୍ଯ୍ୟ ଏକଥା ଭାବିବା ସମ୍ପୂର୍ଣ୍ଣ ଭୁଲ୍‌।
ସେଦିନ ପଡ଼ୋଶୀ ବିଶୁ ଦାଦା ନିଜ ସଦ୍ୟାବିଧବା ଝିଅର ଦୁଃଖ ଜଣାଇଥିଲେ ସହରରୁ ଗାଁକୁ କେଇଘଣ୍ଟା ବୁଲିବା ଉଦ୍ଦେଶ୍ୟରେ ଆସିଥିବା ବିଭୁପ୍ରସାଦ ବାବୁଙ୍କୁ।
ଆଶା ଓ ବିଶ୍ବାସ ଥିଲା ଝିଅର ପିଲାଦିନର ସାଙ୍ଗ ବିଭୁପ୍ରସାଦ ବାବୁ ଛୋଟମୋଟ କିଛି ଗୋଟାଏ ବ୍ୟବସ୍ଥା କରିଦେବେ, ହେଲେ ଶୁଣୁଶୁଣୁ କହିପକେଇଲେ ବିଭୁବାବୁ ଯେ, ତାଙ୍କ ବ୍ୟସ୍ତତା ପୂର୍ଣ୍ଣ ଜୀବନରେ କେତେ କାହା ସମସ୍ୟା ବୁଝିବେ ତଥାପି ସେ ଚେଷ୍ଟା କରିବେ। ପ୍ରଥମେ କୋଟିନିଧି ପାଇବା ଭଳି ବିଶୁ ଦାଦା କହି ପକାଇଥିଲେ ”ବାପା ବିଭୁ! ମୋ ବାପା ମୋ ପାଇଁ କିଛି ଗୋଟାଏ ବ୍ୟବସ୍ଥା କରିବ ବୋଲି ମୁଁ ଜାଣିଛି“। ହେଲେ କଥା ଶେଷରେ ଡ. ବିଭୁପ୍ରସାଦଙ୍କୁ ଆଜ୍ଞା ବାବୁ ସମ୍ବୋଧନ କରି ମୁହଁ ଶୁଖାଇ ପଛକୁ ଘୁଞ୍ଚିଗଲେ ବିଶୁଦାଦା। ମୁଁ ବାରି ସାରିଥିଲି ଆପଣାପଣ ବାପା ବିଭୁ ଓ ଡ. ବିଭୁପ୍ରସାଦ ସମ୍ବୋଧନ ଭିତରେ ଥିବା ଫରକକୁ।
ସହରୀ ଧୂଆଁରେ ଅସ୍ପଷ୍ଟ ଜୀବନ ଯାତ୍ରାରେ କେବଳ ଆଭିଜାତ୍ୟ ଓ ଟଙ୍କାର ପ୍ରଲୋଭନ। ଆକର୍ଷଣ କରୁନି ପଲ୍ଲୀଶୋଭା, ଗ୍ରାମୀଣ ଜୀବନ, ପକ୍ବ ଧାନ କିଆରିର ମନକିଣା ବାସ୍ନା କି’ ବାରମାସର ତେର ପର୍ବ। ପାଠ ପଢ଼ିବା ବେଳେ କେବଳ ବାପା ମାଆ କାହିଁକି ପାଖ ପଡ଼ୋଶୀ ସମସ୍ତେ ଉଦାହରଣ ଦେଉଥାନ୍ତି ଆମ ଅମୁକ ବଡ ହେଲେ ବଡ଼ ଚାକିରି କରି ଆମ ଗାଁର ନାଁ ରଖିବ। ନିଶ୍ଚେ ଅନେକ କିଛି ପରିବର୍ତ୍ତନ କରିବ ଆମ ପରିବେଶରେ। ଭାଗ୍ୟ ବଦଳିବ ଆମ ଗାଁର। ହେଲେ ସମୟ ଆସିଲା ବେଳକୁ ସ୍ବପ୍ନ ମରିଯାଏ ଅମୁକ ବାବୁଙ୍କ ପାଦ ଗାଁ ମାଟିରେ ପଡ଼ି ପାରେନି। ଯେଉଁ ଗ୍ରାମବାସୀମାନେ ଦିନେ ସ୍ବପ୍ନ ଦେଖୁଥିଲେ ସେମାନେ ଆଉ ଅମୁକ ବାବୁଙ୍କୁ ଆଖି ପୂରେଇ ଦେଖିବାର ସୌଭାଗ୍ୟ ହରାଇଥାନ୍ତି। ସବୁ ମାୟା ମମତା ବନ୍ଧନ ମଧୁର ସମ୍ପର୍କକୁ ଛିନ୍ନ କରି ସବୁଦିନ ପାଇଁ ଗାଁ ପରିବେଶକୁ ତ୍ୟାଗ କରିଥାନ୍ତି। ସେଇଠି ଭାଙ୍ଗି ଦେଇ ଚାଲିଆସନ୍ତି ବସୁଧୈବ କୁଟୁମ୍ବକମ୍‌ ଭାବନା। ପଛରେ ପକାଇ ଚାଲିଆସନ୍ତି ଏକ ପରିବାରର ପରମ୍ପରା।
ଆମ୍ଭେମାନେ ଅତ୍ୟାଧୁନିକ ଯୁଗର ମାନବ। ସହରୀକରଣ, ବ୍ୟବସାୟ ମନୋବୃତ୍ତି, ଅର୍ଥନୈତିକ ସମୃଦ୍ଧି ନିହାତି ଆବଶ୍ୟକ। ତଥାପି ସମସ୍ତ ବାହାନା ବ୍ୟସ୍ତତାର ପ୍ରବଞ୍ଚନାକୁ ଏଡ଼ାଇ ଦେଇ ଭଲ ଉଚ୍ଚଶିକ୍ଷିତ ଗ୍ରାମବାସୀ ହେବାପାଇଁ ଚେଷ୍ଟାକରିବା। ଭାରତୀୟ ଅର୍ଥନୈତିକ ସମୃଦ୍ଧି ପାଇଁ ପାଶ୍ଚାତ୍ୟ ଶିକ୍ଷାପଦ୍ଧତିକୁ ଆପଣେଇବାକୁ ପଡ଼ିବ। ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହୋଇ ଜୀବନଧାରଣର ମାନ ବୃଦ୍ଧି ସହ ମହାନୁଭବତାର ପରିଧିକୁ ଗାଁରୁ ସହର ପର୍ଯ୍ୟନ୍ତ ବିସୃତ କରିବା ନିହାତି ଆବଶ୍ୟକ।
ଶିକ୍ଷୟିତ୍ରୀ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଙ୍କରାନ୍ତିପୁର, ଢେଙ୍କାନାଳ
ମୋ-୮୨୪୯୬୮୬୦୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri