କେହି ନାହିଁ କିଛି ନାହିଁ

ପ୍ରାଚୀନଠାରୁ ବର୍ତ୍ତମାନ, ପୁରାଣଠାରୁ ବିଜ୍ଞାନ, ଗର୍ଭଠାରୁ ସ୍ବର୍ଗ, ପ୍ରତି ମଣିଷ ହିଁ ଏକାକୀ ବୋଲି ପ୍ରମାଣିତ। ଏଠି ଗୋଷ୍ଠୀ, କୁଟୁମ୍ବ, ଗ୍ରାମ ଏକ ମାଧ୍ୟମ। ମାୟାର ଆୟାମ। ସାମାଜିକ, ଅର୍ଥନୈତିକ ଚଳଣିକୁ ନେଇ ମଣିଷ ସବୁ କିଛି ପାଏ ବୋଲି ଉପଲବ୍ଧିକରେ। ସେହି ଆଶାକୁ ତା’ର ଉତ୍ତରପିଢିି ବଜାୟ ରଖନ୍ତି। ଚାରିପାଖରେ ଥିବା ପରିବେଶ, ଲୋକ, ଚାରିତ୍ର, ବ୍ୟବହାର, ସହଯୋଗ, ମଣିଷର ଏକାକିତ୍ୱକୁ ଅନୁଭବ କରିବାକୁ ଦିଏନା। ଏକ ସାମାଜିକ ପ୍ରାଣୀ ଭାବରେ ଏପରି ଅନୁଭବ କରିବା ଓ ଅଭିଜ୍ଞତା ରହିବା ସ୍ବାଭାବିକ। ତେବେ ଯେତେବେଳେ ଏକ ପରିସ୍ଥିତିରେ ମଣିଷ ଆଉ ଗୋଟିଏ ମଣିଷକୁ ନିଜର ଭାବିନିଏ ଓ ସେହି ମଣିଷ ଦ୍ୱୟ କୌଣସି କାରଣରୁ ପରସ୍ପରଠାରୁ ଦୂରେଇଯାଆନ୍ତି ସେତେବେଳେ ଏକାକୀପଣର ଅନୁଭବ ହୁଏ। ସେହି ଏକକୀପଣ ମଣିଷକୁ ଅସୁଖୀ ବା ଉଦାସ କରିପାରେ। ତେବେ ଏହା ଜରୁରୀ ନୁହେଁ ଯେ, ଜଣେ ଏକାକୀପଣରେ ନିଜକୁ ବଦଳାଇଦିଏ। କହିବାକୁ ଗଲେ ଏକାକୀପଣ ଏମିତି ଏକ ଅବସ୍ଥା ଯେତେବେଳେ କାହାରି ସହଯୋଗ, ସଙ୍ଗ ଖୋଜିଥାଉ କିନ୍ତୁ ମିଳି ନ ଥାଏ। ଆଉ ଏକାନ୍ତ ହେଉଛି ନିଜର ଅନ୍ତରାମତ୍ା ଉପରେ ଦୃଷ୍ଟି ନିକ୍ଷେପ କରିବା। ଏହାକୁ ବୁଝିବାକୁ ହେଲେ ବାସ୍ତବରେ କେଉଁ ଜିନିଷ ବା ଆବଶ୍ୟକତା ମଣିଷ ପାଇଁ ମୂଲ୍ୟବାନ୍‌ ତାହାର ମୂଲ୍ୟାଙ୍କନକରି ସେହି ଅନୁସାରେ ନିଜର ଦୈନିକ ଗତିବିଧିକୁ ବ୍ୟବସ୍ଥିତ କରିବା ଜରୁରୀ। ଏଣୁ ଶ୍ରୀମଦ୍‌ ଭାଗବଦ୍‌ ଗୀତାରେ କୁହାଯାଇଛି ଯେ, ଏକାନ୍ତ ହେଉଛି ଜ୍ଞାନର ଏକ ବିଶେଷଣ। ଏକାନ୍ତ ଆମକୁ ସେହି ଜୀବନପାଠର ନିକଟତର ହେବାକୁ ଶିଖାଏ ଯାହା ଭିତରେ ଆମର ଦୈନନ୍ଦିନ ଅନୁଭବ ଲୁଚି ରହିଥାଏ। ଏହି ପାଠ ନିକଟରେ ଆମେ ସେତେବେଳେ ପହଞ୍ଚତ୍ପାରିବା, ଯେତେବେଳେ ଆମତ୍ନୁଭବ କରିବାକୁ ଚେଷ୍ଟା କରିବା। ଏହା କଲେ ନିଜକୁ ନିରନ୍ତର ପାରିପାଶ୍ୱିକ, ସାମାଜିକ ଯୋଗାଯୋଗ ଓ କଥାବାର୍ତ୍ତାରୁ ଛୁଟି ମିଳିବ।
ଅପରପକ୍ଷରେ ଅଭିଜ୍ଞତା କୁହେ ସୁଖ ବେଳେ ସାଥୀ ବେଶି, ଦୁଃଖ ବେଳେ କେହି ନାହିଁ କିଛି ନାହିଁ। ଦୁଃଖର ସହଭାଗୀ ଯେ ପ୍ରକୃତ ସାଥୀ ଏକଥା ସୁଖବେଳରେ ମଣିଷ ଭୁଲିଯାଇଥାଏ। ଦୁଃଖସୁଖର ସାଥୀକୁ ନେଇ ମଣିଷ ଭୌତିକ ଜୀବନରେ ସାମାଜିକ ପ୍ରାଣୀ ଭାବରେ ବଞ୍ଚିବାର ବାଟକୁ ବାଛିନିଏ ସତ, ବାସ୍ତବରେ ଦୁଃଖବେଳେ ସେହି ସାଥୀ, ସାଙ୍ଗରେ ରହିବ କି ନା ତା’ର ନିଶ୍ଚିତ ପୂର୍ବରୁ କରିବା କଷ୍ଟକର ବ୍ୟାପାର। ମଣିଷର ପରିବାର ହେଉଛି ତା’ର ଆପଣାର ସ୍ଥାନ ଏବଂ ସେଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ତା’ର ଆମତ୍ୀୟ। ସମ୍ପ୍ରତି ମଣିଷ ଏକକ ପରିବାରକୁ ସୁବିଧାଜନକ କହି ଯାୈଥ ପରିବାରକୁ ଖଣ୍ଡବିଖଣ୍ଡ କରୁଛି। ପରିଣତ ବୟସରେ ବୃଦ୍ଧାବୃଦ୍ଧଙ୍କ ହାତ ଛାଡ଼ି ଦେଉଛନ୍ତି ଅଧିକାଂଶ ପୁଅଝିଅ କିମ୍ବା ପରିବେଶ ପରିସ୍ଥିତି ସହିତ ଖାପ ନ ଖୁଆଇ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି। ପସନ୍ଦ ଅନୁସାରେ କାର୍ଯ୍ୟ କରୁଥିବା ମଣିଷ କେବେ ନିଜର ଦିବ୍ୟାଙ୍ଗ ଶିଶୁ, ଅବିବାହିତ ମାତୃତ୍ୱର ସନ୍ତକକୁ ପରିତ୍ୟକ୍ତ କରୁଛି ତ ଆଉ କେବେ ଜନ୍ମ ଦେଇଥିବା ନିଜର ବୃଦ୍ଧ ପିତାମାତାଙ୍କୁ। ଦେଖାଯାଏ ପାଖରେ ସର୍ବବିଧ ସୁବିଧା ଥାଇ ମଧ୍ୟ ପରମ୍ପରାର ବା ସେବା ଆବଶ୍ୟକତାର ସୁଯୋଗ ନେଇ ଛଳନାମତ୍କ ଭାବେ ତୀର୍ଥସ୍ଥାନରେ କିମ୍ବା ଡାକ୍ତରଖାନାରେ ଛାଡ଼ିଦେଇଆସନ୍ତି ଏମାନଙ୍କୁ। ତା’ଛଡ଼ା ସାଙ୍ଗସାଥୀ ନାଁରେ ଧୋକାର ଖବର ପୃଷ୍ଠାମଣ୍ଡନ କରୁଛି ଖବରକାଗଜ। ଏ ଘଟଣା ସବୁ ଗୋଷ୍ଠୀର ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସ୍ବାର୍ଥ ପାଇଁ ଲଢ଼େଇ କରିବାକୁ ଯାଇ ଏମିତିକା ପଥକୁ ଅନୁସରଣ କରୁଛି ମଣିଷ। ସ୍ବାମୀ ସ୍ତ୍ରୀ, ପିତାମାତା ସନ୍ତାନ ଆଦି ସ୍ବର୍ଗୀୟ ସମ୍ପର୍କକୁ ଭୁଲିଯାଉଛି। ଭୁଲିଯାଉଛି ସହଯୋଗକୁ, ଉପକାରକୁ, ବନ୍ଧୁତ୍ୱକୁ ଓ ବସୁଧୈବ କୁଟୁମ୍ବକମ୍‌ର ପରିଭାଷାକୁ। ରକ୍ତଗତ ସମ୍ପର୍କକୁ ପରିତ୍ୟକ୍ତ କରୁଥିବା ବ୍ୟକ୍ତି କେବେ କାହାର ହୋଇପାରେନା। ସେ ବିପରୀତ ପରିସ୍ଥିତିରେ ଆଗରୁ ଏକାକୀ ଥିଲା ଆଉ ଆଜିବି ଏକାକୀ। କିଛି ନାହିଁ କେହି ନାହିଁ।
ମାଉସୀ ଜଣକ ସେଦିନ ମିଡିଆବାଲାଙ୍କ ପ୍ରଶ୍ନର ଉତ୍ତର ଦେଉଦେଉ କହିିପକାଇଲେ, ଆମ ପାଇଁ କେହି ନାହିଁ କିଛି ନାହିଁ। ତା’ପରେ ମାଉସୀଙ୍କ ଏହି ଖଣ୍ଡ ବାକ୍ୟ ହେଲା ଭାଇରାଲ। ବିଜୁଳିବେଗରେ ସାମାଜିକ ଗଣମାଧ୍ୟମରେ ଘୂରିବୁଲିଲା ରାପ୍‌ ସଙ୍ଗୀତର ରୂପ ନେଇ। ଏହି ଅଭିମାନ ଆପ୍ତବାକ୍ୟର ସାରମର୍ମକୁ କିଛି ଲୋକ ବୁଝନ୍ତୁ ବା ନ ବୁଝନ୍ତୁ ଏବେ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। ଆଉ କେହି କେହି ସେହି ଭାଇରାଲ ହେଉଥିବା ଭିଡିଓଟିର ମଜା ନେଉଛନ୍ତି ଓ ତାହାକୁ ବିଭିନ୍ନ ଢଙ୍ଗରେ ପରିବେଷଣ କରୁଛନ୍ତି। ବାସ୍ତବରେ ମାଉସୀ କହିଥିବା ଏହି ପଦକ କଥାରେ ଜୀବନ ଦର୍ଶନ ଭରି ହୋଇରହିଛି। ବିଭିନ୍ନ ପ୍ରଲୋଭନ, ଆଶା ଦେଇ ବାନ୍ଧି ରଖୁଥିବା ମଣିଷ ସମ୍ପର୍କର ଭାଷା ବୁଝେନା। ସଭିଁଏ ଜାଣନ୍ତି ଏହି ପ୍ରକ୍ରିୟା ସାମୟିକ। ସେହି ସାମୟିକ ଫାଇଦା ହିଁ ତା’ ପାଇଁ ସମ୍ପର୍କର ମୂଲ୍ୟବୋଧ। ସେମାନେ ସ୍ବାର୍ଥ ପାଇଁ ଅଭିନୟ କରନ୍ତି। ଏଣୁ ଏ ମାନସିକତାସମ୍ପନ୍ନ ଲୋକଙ୍କର କେହି ନିଜର ନୁହନ୍ତି। ତାଙ୍କ ପାଇ କୌଣସି ଜିନିଷର କିଛି ମୂଲ୍ୟ ନାହିଁ। ଏପରି ସମ୍ପର୍କ ସହ ଜଡ଼ିତ ବ୍ୟକ୍ତି ଶେଷରେ କହିଥାଏ, ମୁଁ କାହାରି ନୁହେଁ କି ମୋର କେହି ନାହାନ୍ତି। ମନେପଡ଼େ ମଧୁସୂଦନ ରାଓଙ୍କ କାବ୍ୟୋକ୍ତି ‘କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ’। ବାସ୍ତବ ଜୀବନର ଏ ହେଉଛି ସମ୍ପର୍କ ମାୟାଜାଲ। ଏ ମାୟାଜାଲରେ ଛନ୍ଦିହୋଇଥିବା ପ୍ରତ୍ୟେକ ମଣିଷ ଜଣେ ଜଣେ ଅଭିନେତା। ତା’ ଭିତରେ ପୁଣି ଛଳନା ହେଉଛି ହାସ୍ୟାସ୍ପଦ। କ୍ଷମତା, ଶକ୍ତି, ପ୍ରତିପତି ସାମୟିକ। କାଳର ଗତିରେ କବଳିତ ମଣିଷ କାଳକୁ ନିୟନ୍ତ୍ରଣ କରିବା ଏକ ବୃଥା ପ୍ରୟାସ। ଏଣୁ ଯଥାର୍ଥରେ କୁହାଯାଇଛି ‘ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳ ହସ୍ତେ ବନ୍ଧା ପକାନ୍ତି ହେଲେ ପାସୋରି’। କାଳର ଗତିରେ ପ୍ରତ୍ୟେକ ମଣିଷ ସାମାଜିକ ସନ୍ତୁଳନ, ଆତ୍ମିକ ଅନୁଶୀଳନ କରିବା ଜରୁରୀ। ସ୍ଥିର ଚିତ୍ତରେ ଅନ୍ତରର ଶତ୍ରୁ ସହ ଲଢ଼ିଲେ ନିଜ ଉପରେ ନିୟନ୍ତ୍ରଣ ପ୍ରାପ୍ତି ହେବ ଓ ଦିବ୍ୟ ଅନୁଭୂତି ପ୍ରାପ୍ତହେବ। ଅଭିମାନ ଛାଡ଼ି ସ୍ବାଭିମାନକୁ ଆପଣାଇଲେ ମଣିଷ ବୁଝିପାରିବ ବାସ୍ତବରେ ‘କେହି ନାହିଁ କିଛି ନାହିଁ ’ର ସାରମର୍ମକୁ।

  • ଶୁଭନାରାୟଣ ଶତପଥୀ
    ବିଜିପୁର, ବ୍ରହ୍ମଗିରି, ପୁରୀ
    ମୋ-୯୪୩୮୪୩୨୦୨୩

Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri