ରଖେ ହରି ମାରେ କିଏ; ମୃତ ମା’ କୋଳରୁ ଉଦ୍ଧାର ହେଲା ଶିଶୁ

ଗାଜା ସିଟି,୧୯।୫: କଥାରେ ଅଛି ରଖେ ହରି ମାରେ କିଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଥିବା ଗାଜାର ଏକ ହସ୍ପିଟାଲରେ। ଶନିବାର ରାତି ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ମହମ୍ମଦ ଅଲ-ହାଦିଦି ପତ୍ନୀ ଓ ୪ ପୁଅଙ୍କୁ ହରାଇଛନ୍ତି। କିନ୍ତୁ ବର୍ତ୍ତୀ ଯାଇଛି ୫ ମାସର ପୁଅ ଓମାର।

ଷ୍ଟ୍ରାଇକ ପରେ ମୃତ ମା’ର ହାତରୁ ଶିଶୁକୁ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଦଳ। ୫ ମାସର ପୁଅର କୁନି ଗୋଡ଼ରେ ୩ ଯାଗାରେ ଫ୍ରାକଚର ହୋଇଛି।

ପୁଅକୁ ପାଇ ଦୁଃଖରେ ଜର୍ଜରିତ ୩୭ ବର୍ଷୀୟ ମହମ୍ମଦ କହିଛନ୍ତି, ” ତୋ ଛଡ଼ା ମୋର ଆଉ କେହି ନାହାନ୍ତି। ସେମାନେ ଭଗବାନଙ୍କ ନିକଟକୁ ଚାଲିଗଲେ। ଆମେ ମଧ୍ୟ ଏଠି ଅଧିକ ସମୟ ରହିବାକୁ ଚାହୁଁ ନାହିଁ। ସେମାନଙ୍କୁ ଆମେ ଶୀଘ୍ର ଭେଟିବା “। ଇସ୍ରାଏଲର ଆକ୍ରମଣରେ ତାଙ୍କ ପତ୍ନୀ ମହା ଆବୁ ହାତାବ (୩୬)ଙ୍କ ସମେତ ପୁଅ ସୁହାୟବ (୧୩), ୟାହୟା (୧୧), ଆବଡେରେହମାନ (୮) ଏବଂ ଓସାମା (୬)ଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେରୁ ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବାରୁ ଉଗ୍ର ପଦର୍ଶନ, ଲାଗିଲା ଏକ ସପ୍ତାହର ଏମରଜେନ୍ସି

ଲିମା,୧୫ ।୧୨: ପେରୁର ପ୍ରତିରକ୍ଷା ମନ୍ତ୍ରୀ ମହାଭିଯୋଗ ଆଣି ୭ ଡିସେମ୍ବରରେ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲେଙ୍କ୍‌ୁ ପଦରୁ ହଟାଇ ଦେଇଛନ୍ତି । ଏହାକୁ ବିରୋଧ କରି...

ଅଲ କାଏଦା ମୁଖ୍ୟଙ୍କ ମୃତ୍ୟୁ ସମ୍ପର୍କରେ ଭାରତ ପାଖରେ ରହିଥିଲା ସୂଚନା!

ନୂଆଦିଲ୍ଲୀ/ୱାଶିଂଟନ,୨ ।୮: କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣରେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ମୁଖ୍ୟ ଅଲ-ଜବାହିରିଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ଏହି ଅପରେଶନରେ...

ଅଢ଼େଇ ଦିନରେ ଦୁଇଗୁଣା ହେଉଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ଲଣ୍ଡନ, ୧୨।୧୨: ବ୍ରିଟେନ୍‌ରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାବୃଦ୍ଧି ପାଇବାରେ...

ପାକିସ୍ତାନ ବୋମା ବିସ୍ଫୋରଣ: ୩ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୧୯ ।୮: ପାକିସ୍ତାନର ବହୱଲନଗରରେ ଗୁରୁବାର ଶିୟା ମୁସଲମାନଙ୍କ ଏକ ଯାତ୍ରାରେ ବିସ୍ଫୋରଣ ହୋଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟ, ଶିୟା ମୁସଲମାନଙ୍କର ଅଶୁରା...

କୋଭିଡ ପଜିଟିଭ୍‌ ସତ୍ତ୍ୱେ ଟ୍ରେନରେ ଯାତ୍ରା କରିବା ପଡିଲା ମହଙ୍ଗା, ୩୦ ଦିନ ଯାଏ ସଂସଦରୁ ନିଲମ୍ବିତ

ଲଣ୍ଡନ,୩୦।୩: ବ୍ରିଟେନର ଏମ୍‌ପି ମାର୍ଗେଟ ଫେରିଅର୍‌ କରୋନାରେ ଆକ୍ରାନ୍ତ ଥିବା ସତ୍ତ୍ୱେ ଲଣ୍ଡନରୁ ଗ୍ଲାସ୍‌ଗୋକୁ ଟ୍ରେନରେ ଯାତ୍ରା କରିବା ପଡିଲା ମହଙ୍ଗା। ତାଙ୍କୁ ଲୋକ ସଭାରୁ...

୩ ବର୍ଷ ପରେ ପୁଣି ଥରିଲା ନେପାଳ

କାଠମାଣ୍ଡୁ,୨୪।୪: ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ସକାଳ ୬ଟା ୨୯ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା...

ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କହିଲେ…

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଟୁଇଟର୍‌ରେ ଏକ ପୋଷ୍ଟ କରି ଭେଟେରାନ ଅଭିନେତା ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି...

କରୋନା ପରେ ଚିନ୍ତା ବଢ଼ାଇଲା ମାରବର୍ଗ ସଂକ୍ରମଣ

କେପ୍‌ ଟାଉନ୍‌,୮।୭: ବିଶ୍ୱ ଗତ ୨ବର୍ଷରୁ ଉର୍ଦ୍ଧ୍ୱ ହେଲା କରୋନା ମହାମାରୀ ସହ ସଂଘର୍ଷ କରୁଛି। ଇତିମଧ୍ୟରେ ଆଉ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି।...

Advertisement
Archives

Model This Week