ଜଗାକୁ ଘରୁ ଦର୍ଶନ କରିବାର ଅଧିକାର କେହି ଛଡ଼ାଇ ନେଇପାରିବେନି

‘ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ’
ପ୍ରଶାସନ କୌଣସି ଅଶ୍ଳୀଳ ଭିଡିଓ ଦେଖିବାକୁ ମନା କରିପାରିବ। ମାତ୍ର ଘରେ ରହି ଦାଣ୍ଡକୁ ଚାହିଁବାର ଅଧିକାର କିଭଳି ଛଡ଼ାଇ ନିଆଯିବ। ନିଜ ଘରେ ଚଳପ୍ରଚଳ କରିବା ଓ ଦେଖିବାର ଅଧିକାର କେହି ଛଡ଼ାଇ ନେଇପାରିବେ ନାହିଁ। ତେବେ ପୁରୀ ସହରବାସୀ ନିଜ ଘର ଛାତ ଉପରେ ରଥଯାତ୍ରା ଦେଖିବା ଉପରେ ପ୍ରଶାସନ ରୋକ ଲଗାଇବା ନିଷ୍ପତ୍ତି ପାଇଁ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରଶାସନର ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ। ଛାତ ଉପର ଓ ବାଲକୋନିକୁ ଯିବାକୁ କାହାରି ଅନୁମତି ନେବାକୁ ପଡ଼ିବ ଏକଥା ବିଶ୍ୱାସ କରିହେଉନି। ଏଭଳି ସ୍ଥିତିକୁ ଗଣତନ୍ତ୍ରରେ ସବୁଠାରୁ ଖରାପ ସ୍ଥିତି ବୋଲି ବିଚାର କରାଯାଇପାରିବ।
– ପ୍ରଶାନ୍ତ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ
‘ଛାତକୁ ଆସିବାକୁ ଅନୁମତି ଦିଆଯିବ ନାହିଁ କାହିଁକି’
ଘରେ ପରିବାର ସଦସ୍ୟ ଏକାଠି ରହୁଛନ୍ତି। ଏଣୁ କଟକଣା ଭାଙ୍ଗିବାର ପ୍ରଶ୍ନ ଉଠୁଛି କାହିଁକି। ତା’ଛଡା ପ୍ରଶାସନ ବଡଦାଣ୍ଡ ସହ ସଂଶ୍ଳିଷ୍ଟ ୨୩୦ ଘର ସର୍ଭେ କରିଥିବା କହୁଛି। ସେଠାରେ କେତେ ଲୋକ ରହୁଛନ୍ତି ସେ ସଂକ୍ରାନ୍ତ ତଥ୍ୟ ପ୍ରଶାସନ ପାଖରେ ଥିବ। କଟକଣା ଲାଗିବା ପରେ ପୋଲିସର ବିନା ଅନୁମତିରେ କାହାରି ଘରକୁ ବାହାର ଲୋକ ମଧ୍ୟ ଆସିବା ସମ୍ଭବ ନୁହେଁ। ତେବେ ବଡ଼ଦାଣ୍ଡ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଛାତକୁ ଆସିବାକୁ ଅନୁମତି ଦିଆଯିବ ନାହିଁ କାହିଁକି ବୋଲି ମହାନ୍ତି ପ୍ରଶ୍ନ କରିଛନ୍ତି।
– ବିଶ୍ୱଜିତ୍‌ ମହାନ୍ତି, ସୂଚନା ଅଧିକାର କର୍ମୀ
‘ଲୋକେ ଘରେ ରହି ବାହାରକୁ ଦେଖିବେ ନାହିଁ’
ପୁରୀ ସହରବାସୀ ଘରେ ରହି ବାହାରକୁ ଦେଖିପାରିବେ ନାହିଁ। ଏଭଳି ଆଇନ କିଭଳି ଭାବେ ଯଥାର୍ଥ ତାହା ମୋତେ ବୁଝାପଡୁନାହିଁ। ବ୍ୟକ୍ତିଗତ ସମ୍ପତ୍ତି ଭିତରେ କଟକଣା ରହିବ କିଭଳି। କଟକଣା ବେଳେ ଘରୋଇ ସମ୍ପତ୍ତି ମଧ୍ୟକୁ ପ୍ରବେଶ ମନା କରିବା କଥା ଗ୍ରହଣୀୟ। ମାତ୍ର ମୁଁ ମୋ ନିଜ ଘରେ ଚଳପ୍ରଚଳ କରିବା ପାଇଁ ଛାତ ଓ ବାଲକୋନିକୁ ଯିବା ଲାଗି ଅନ୍ୟର ଅନୁମତି ନେବାକୁ ଉଚିତ୍‌ ମନେ କରିବି ନାହିଁ। ସେହିଭଳି ୧୪୪ ଧାରାରେ ୨ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ମାତ୍ର ଜଣଙ୍କ ଘର ଭିତରେ ପ୍ରଶାସନ କଟକଣା ଲଗାଇପାରିବ ନାହିଁ।
– ପ୍ରିୟଦର୍ଶନ ପଟ୍ଟନାୟକ, ଆଇନଜୀବୀ
‘ହିଟଲର ଶାସନ ଭଳି ମନେ ହେଉଛି’
ମୋ ଘର ଉପରେ ମୋର ଅଧିକାର ରହିଛି। ଧରିନିଅନ୍ତୁ ମୋର କିଛି ବ୍ୟକ୍ତିଗତ କାର୍ଯ୍ୟରେ ମୋତେ ଛାତ କିମ୍ବା ବାଲକୋନିକୁ ଯିବାର ଥିବ, ତେବେ ମୁଁ ଯିବି ନାହିଁ କାହିଁକି। ପ୍ରଶାସନର ଏଭଳି ନିଷ୍ପତ୍ତି ଏକ ପ୍ରକାର ହିଟଲର ଶାସନ। ମୋତେ ମୋରି ଘରେ ଚଳପ୍ରଚଳ କରିବାକୁ ମନା କରାଯାଉଛି। ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା କିଛି ନ ଥାଇପାରେ। ସେହିଭଳି ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ନିଷ୍ପତ୍ତି ହୋଇଛି। ଆମେ ରଥଯାତ୍ରାରେ ସାମିଲ ହେଉନୁ, ନିଜ ଘର ପରିସୀମା ଭିତରେ ଠିଆ ହୋଇ କାର୍ଯ୍ୟ କରୁଛି। ଏହାକୁ ରୋକିବାର ଅଧିକାର କାହାରି ନାହିଁ।
– ସିଦ୍ଧେଶ୍ୱର ମହାନ୍ତି, ବଡଦାଣ୍ଡ ସଂଲଗ୍ନ ଅଞ୍ଚଳର ଘର ମାଲିକ
‘ବ୍ୟକ୍ତିଗତ କାର୍ଯ୍ୟକଳାପରେ ହସ୍ତକ୍ଷେପ’
ଏଭଳି ପଦକ୍ଷେପ ନିହାତି ପକ୍ଷେ ନିନ୍ଦନୀୟ। ଯେଉଁମାନେ ଘରେ ଅଛନ୍ତି ସେମାନେ ରାସ୍ତା ଉପରକୁ ଆସୁନାହାନ୍ତି। ଘରେ ରହି ଦର୍ଶନ କରିବାରେ ଅସୁବିଧା କେଉଁଠି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମୋ ଘର ଭିତରେ ମୋ ଚଳପ୍ରଚଳକୁ ପ୍ରଶାସନ ରୋକିପାରିବ ନାହିଁ। ଏସବୁ ବ୍ୟକ୍ତିଗତ କାର୍ଯ୍ୟକଳାପରେ ହସ୍ତକ୍ଷେପ ବୋଲି ବୁଝାଯିବ। ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିନିଆଯାଉ।
– ଉମାକାନ୍ତ ନାୟକ, ବଡଦାଣ୍ଡ ସଂଲଗ୍ନ ଅଞ୍ଚଳର ଘର ମାଲିକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?