ଜଗାକୁ ଘରୁ ଦର୍ଶନ କରିବାର ଅଧିକାର କେହି ଛଡ଼ାଇ ନେଇପାରିବେନି

‘ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ’
ପ୍ରଶାସନ କୌଣସି ଅଶ୍ଳୀଳ ଭିଡିଓ ଦେଖିବାକୁ ମନା କରିପାରିବ। ମାତ୍ର ଘରେ ରହି ଦାଣ୍ଡକୁ ଚାହିଁବାର ଅଧିକାର କିଭଳି ଛଡ଼ାଇ ନିଆଯିବ। ନିଜ ଘରେ ଚଳପ୍ରଚଳ କରିବା ଓ ଦେଖିବାର ଅଧିକାର କେହି ଛଡ଼ାଇ ନେଇପାରିବେ ନାହିଁ। ତେବେ ପୁରୀ ସହରବାସୀ ନିଜ ଘର ଛାତ ଉପରେ ରଥଯାତ୍ରା ଦେଖିବା ଉପରେ ପ୍ରଶାସନ ରୋକ ଲଗାଇବା ନିଷ୍ପତ୍ତି ପାଇଁ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରଶାସନର ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ। ଛାତ ଉପର ଓ ବାଲକୋନିକୁ ଯିବାକୁ କାହାରି ଅନୁମତି ନେବାକୁ ପଡ଼ିବ ଏକଥା ବିଶ୍ୱାସ କରିହେଉନି। ଏଭଳି ସ୍ଥିତିକୁ ଗଣତନ୍ତ୍ରରେ ସବୁଠାରୁ ଖରାପ ସ୍ଥିତି ବୋଲି ବିଚାର କରାଯାଇପାରିବ।
– ପ୍ରଶାନ୍ତ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ
‘ଛାତକୁ ଆସିବାକୁ ଅନୁମତି ଦିଆଯିବ ନାହିଁ କାହିଁକି’
ଘରେ ପରିବାର ସଦସ୍ୟ ଏକାଠି ରହୁଛନ୍ତି। ଏଣୁ କଟକଣା ଭାଙ୍ଗିବାର ପ୍ରଶ୍ନ ଉଠୁଛି କାହିଁକି। ତା’ଛଡା ପ୍ରଶାସନ ବଡଦାଣ୍ଡ ସହ ସଂଶ୍ଳିଷ୍ଟ ୨୩୦ ଘର ସର୍ଭେ କରିଥିବା କହୁଛି। ସେଠାରେ କେତେ ଲୋକ ରହୁଛନ୍ତି ସେ ସଂକ୍ରାନ୍ତ ତଥ୍ୟ ପ୍ରଶାସନ ପାଖରେ ଥିବ। କଟକଣା ଲାଗିବା ପରେ ପୋଲିସର ବିନା ଅନୁମତିରେ କାହାରି ଘରକୁ ବାହାର ଲୋକ ମଧ୍ୟ ଆସିବା ସମ୍ଭବ ନୁହେଁ। ତେବେ ବଡ଼ଦାଣ୍ଡ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଛାତକୁ ଆସିବାକୁ ଅନୁମତି ଦିଆଯିବ ନାହିଁ କାହିଁକି ବୋଲି ମହାନ୍ତି ପ୍ରଶ୍ନ କରିଛନ୍ତି।
– ବିଶ୍ୱଜିତ୍‌ ମହାନ୍ତି, ସୂଚନା ଅଧିକାର କର୍ମୀ
‘ଲୋକେ ଘରେ ରହି ବାହାରକୁ ଦେଖିବେ ନାହିଁ’
ପୁରୀ ସହରବାସୀ ଘରେ ରହି ବାହାରକୁ ଦେଖିପାରିବେ ନାହିଁ। ଏଭଳି ଆଇନ କିଭଳି ଭାବେ ଯଥାର୍ଥ ତାହା ମୋତେ ବୁଝାପଡୁନାହିଁ। ବ୍ୟକ୍ତିଗତ ସମ୍ପତ୍ତି ଭିତରେ କଟକଣା ରହିବ କିଭଳି। କଟକଣା ବେଳେ ଘରୋଇ ସମ୍ପତ୍ତି ମଧ୍ୟକୁ ପ୍ରବେଶ ମନା କରିବା କଥା ଗ୍ରହଣୀୟ। ମାତ୍ର ମୁଁ ମୋ ନିଜ ଘରେ ଚଳପ୍ରଚଳ କରିବା ପାଇଁ ଛାତ ଓ ବାଲକୋନିକୁ ଯିବା ଲାଗି ଅନ୍ୟର ଅନୁମତି ନେବାକୁ ଉଚିତ୍‌ ମନେ କରିବି ନାହିଁ। ସେହିଭଳି ୧୪୪ ଧାରାରେ ୨ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ମାତ୍ର ଜଣଙ୍କ ଘର ଭିତରେ ପ୍ରଶାସନ କଟକଣା ଲଗାଇପାରିବ ନାହିଁ।
– ପ୍ରିୟଦର୍ଶନ ପଟ୍ଟନାୟକ, ଆଇନଜୀବୀ
‘ହିଟଲର ଶାସନ ଭଳି ମନେ ହେଉଛି’
ମୋ ଘର ଉପରେ ମୋର ଅଧିକାର ରହିଛି। ଧରିନିଅନ୍ତୁ ମୋର କିଛି ବ୍ୟକ୍ତିଗତ କାର୍ଯ୍ୟରେ ମୋତେ ଛାତ କିମ୍ବା ବାଲକୋନିକୁ ଯିବାର ଥିବ, ତେବେ ମୁଁ ଯିବି ନାହିଁ କାହିଁକି। ପ୍ରଶାସନର ଏଭଳି ନିଷ୍ପତ୍ତି ଏକ ପ୍ରକାର ହିଟଲର ଶାସନ। ମୋତେ ମୋରି ଘରେ ଚଳପ୍ରଚଳ କରିବାକୁ ମନା କରାଯାଉଛି। ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା କିଛି ନ ଥାଇପାରେ। ସେହିଭଳି ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ନିଷ୍ପତ୍ତି ହୋଇଛି। ଆମେ ରଥଯାତ୍ରାରେ ସାମିଲ ହେଉନୁ, ନିଜ ଘର ପରିସୀମା ଭିତରେ ଠିଆ ହୋଇ କାର୍ଯ୍ୟ କରୁଛି। ଏହାକୁ ରୋକିବାର ଅଧିକାର କାହାରି ନାହିଁ।
– ସିଦ୍ଧେଶ୍ୱର ମହାନ୍ତି, ବଡଦାଣ୍ଡ ସଂଲଗ୍ନ ଅଞ୍ଚଳର ଘର ମାଲିକ
‘ବ୍ୟକ୍ତିଗତ କାର୍ଯ୍ୟକଳାପରେ ହସ୍ତକ୍ଷେପ’
ଏଭଳି ପଦକ୍ଷେପ ନିହାତି ପକ୍ଷେ ନିନ୍ଦନୀୟ। ଯେଉଁମାନେ ଘରେ ଅଛନ୍ତି ସେମାନେ ରାସ୍ତା ଉପରକୁ ଆସୁନାହାନ୍ତି। ଘରେ ରହି ଦର୍ଶନ କରିବାରେ ଅସୁବିଧା କେଉଁଠି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମୋ ଘର ଭିତରେ ମୋ ଚଳପ୍ରଚଳକୁ ପ୍ରଶାସନ ରୋକିପାରିବ ନାହିଁ। ଏସବୁ ବ୍ୟକ୍ତିଗତ କାର୍ଯ୍ୟକଳାପରେ ହସ୍ତକ୍ଷେପ ବୋଲି ବୁଝାଯିବ। ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିନିଆଯାଉ।
– ଉମାକାନ୍ତ ନାୟକ, ବଡଦାଣ୍ଡ ସଂଲଗ୍ନ ଅଞ୍ଚଳର ଘର ମାଲିକ


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri