ଟାରିଫ୍‌ ଉପରେ ମୋ ସହ କେହି ଯୁକ୍ତି କରିପାରିବେ ନାହିଁ: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୨୦ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୩ ତାରିଖରେ ଓ୍ବାଶିଂଟନ୍‌ ଗସ୍ତବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଭେଟିଥିଲେ। ମୋଦିଙ୍କ ସହ ସାକ୍ଷାତର ଠିକ୍‌ ପୂର୍ବରୁ ଟ୍ରମ୍ପ୍‌ ଏକ ନୂଆ ଟାରିଫ୍‌ ଅର୍ଡରରେ ସ୍ବାକ୍ଷର କରିଥିଲେ। ତଦନୁଯାୟୀ ଯେଉଁ ଦେଶଗୁଡ଼ିକ ଆମେରିକାଠାରୁ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ଉପରେ ଯେତେ ଟିକସ କଷୁଛନ୍ତି, ଆସନ୍ତା ଏପ୍ରିଲରୁ ସେହି ଦେଶରୁ ଆମେରିକାକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ମଧ୍ୟ ସମପରିମାଣର ଶୁଳ୍କ ଲାଗୁ ହେବ। ତେବେ ଯେଉଁ ରାଷ୍ଟ୍ର ଆମେରିକାରେ ଫ୍ୟାକ୍ଟ୍ରି, ପ୍ଲାଣ୍ଟ ଆଦି ପ୍ରତିଷ୍ଠା କରି ସାମଗ୍ରୀ ଉତ୍ପାଦନ କରିବେ, ସେମାନଙ୍କ ମେଡିକାଲ, କାର୍‌, ଚିପ୍ସ, ସେମିକଣ୍ଡକ୍ଟର ଆଦି ଉତ୍ପାଦିତ ସାମଗ୍ରୀ ଉପରେ ଟିକସ ଲାଗିବ ନାହିଁ। କାରଣ ଏହାଦ୍ୱାରା ଆମେରିକାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଟ୍ରମ୍ପ୍‌ ଉକ୍ତ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିବା ପରେ ସ୍ପଷ୍ଟ କରିଥିଲେ। ଉଲ୍ଲେଖଯୋଗ୍ୟ, ଆମେରିକୀୟ ସାମଗ୍ରୀଗୁଡ଼ିକ ଉପରେ ଭାରତ ହାରାହାରି ୯.୫% ଟିକସ କଷିଥାଏ। ଅନ୍ୟପକ୍ଷେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୩% ଟିକସ ଆଦାୟ କରିଥାଏ। ଆମେରିକା ପକ୍ଷରୁ ‘ଯେସାକୁ ତେସା’ ରୀତିରେ ଏଭଳି ପାଲଟା ବା ପ୍ରତିଶୋଧମୂଳକ ଟିକସ ଲାଗୁ ହେଲେ ଭାରତୀୟ ସାମଗ୍ରୀଗୁଡ଼ିକୁ ଆମେରିକୀୟ ବଜାରରେ ପ୍ରବେଶ ପାଇଁ କଷ୍ଟକର ହୋଇଯିବ। ଏଥିଯୋଗୁ ଭାରତୀୟ ବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି, ଯାହାକି ନୂଆ ଟାରିଫ୍‌ ଘୋଷଣା ପରଠାରୁ ପୁଞ୍ଜିବଜାରରେ ଦେଖିବାକୁ ମିଳୁଛି।

ଅନ୍ୟପକ୍ଷେ ଟ୍ରମ୍ପ୍‌ ମୋଦିଙ୍କୁ ସାକ୍ଷାତ୍‌ କରିବାର ଦିନକ ପରେ ଫକ୍ସ ନ୍ୟୁଜ୍‌କୁ ସାକ୍ଷାତ୍‌କାର ବେଳେ ଭାରତ ସହିତ ଆମେରିକାର ନୂଆ ଟାରିଫ୍‌ ନୀତିକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିଲିୟନେୟାର ବିଜ୍‌ନେସମ୍ୟାନ୍‌ ଏଲନ୍‌ ମସ୍କଙ୍କ ସହ ଏକ ଟିଭି ଚ୍ୟାନେଲକୁ ମିଳିତ ଭାବେ ସାକ୍ଷାତ୍‌କାର ଦେଇ ଟ୍ରମ୍ପ୍‌ କହିଛନ୍ତି, ଭାରତକୁ ଆମେରିକାର ପାରସ୍ପରିକ
ଟିକସ ବ୍ୟବସ୍ଥାରୁ ଆଦୌ ରିହାତି ମିଳିବ ନାହିଁ। ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଥିବା ବିଷୟ ମଧ୍ୟ ଇଣ୍ଟରଭ୍ୟୁ ବେଳେ ସୂଚନା ଦେଇଛନ୍ତି। ଟ୍ରମ୍ପ୍‌ଙ୍କ କହିବା ହେଲା, ଆମେରିକା ଏବେ ଭାରତ ସମେତ ସବୁ ଦେଶ ସହ ସମାନ ବାଣିଜି୍ୟକ ନୀତି ଆପଣାଇବ। ଭାରତରେ କେତେକ ଆମେରିକୀୟ ଉତ୍ପାଦ ଉପରେ ବିଶ୍ୱର ସବୁଠୁ ଅଧିକ ଟାରିଫ୍‌ ଲଗାଯାଉଛି। ବିଶେଷକରି ଅଟୋମୋବାଇଲ୍‌ ସେକ୍ଟରରେ ବିଦେଶୀ କାର୍‌ଗୁଡ଼ିକ ଉପରେ ଭାରତର ଟିକସ ୧୦୦% ରହିଛି।
ଭାରତ ଆମେରିକୀୟ ସାମଗ୍ରୀ ଉପରେ ଯେତିକି ଟିକସ ଲଗାଇବ ଆମେରିକା ମଧ୍ୟ ଅନୁରୂପ ଟିକସ ଲଗାଇବ ବୋଲି ମୋଦିଙ୍କୁ ଟ୍ରମ୍ପ୍‌ କହିଥିଲେ। ମୋଦି କହିଥିଲେ, ନା, ମୁଁ ଏହାକୁ ପସନ୍ଦ କରୁନାହିଁ। ଟ୍ରମ୍ପ୍‌ କହିଥିଲେ, ଆପଣ ଯେତିକି ଟିକସ କଷିବେ, ମୁଁ ମଧ୍ୟ ସେତିକି ଟିକସ କଷିବି। ଏହି ନୀତି ମୁଁ ସବୁ ଦେଶ ସହ ଲାଗୁ କରିବି। ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟକୁ ମସ୍କ ସମର୍ଥନ କରି କହିଥିଲେ, ହଁ, ଭାରତ ଅଟୋ ଆମଦାନୀ ଉପରେ ୧୦୦% ଟାରିଫ୍‌ ଲଗାଉଛି। ଟ୍ରମ୍ପ୍‌ ମଧ୍ୟ ଏହାକୁ ଅତ୍ୟଧିକ ବୋଲି ଦୋହରାଇଥିଲେ। ରାଷ୍ଟ୍ରପତି ଟ୍ରମ୍ପ୍‌ ପୁଣି ଦୋହରାଇଥିଲେ, ଏଭଳି ଟାରିଫ୍‌ ଯୋଗୁ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଭାରତରେ କାର୍‌ ବିକ୍ରି କରିବା ଅସମ୍ଭବ ହୋଇପଡ଼ିଛି। ଏହା ଆମେରିକୀୟ ଅର୍ଥନୀତି ପାଇଁ ଅନୁପଯୁକ୍ତ।
ଟ୍ରମ୍ପ୍‌ଙ୍କ ପ୍ରସ୍ତାବିତ ରେସିପ୍ରୋକାଲ ଟାରିଫ୍‌ ବ୍ୟବସ୍ଥାରେ ଆମେରିକା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ଭାରତ ଭଳି ଟିକସ ଲଗାଇବ। ଏହି ପ୍ରସଙ୍ଗରେ ତାଙ୍କ ସହ କେହି ଯୁକ୍ତି କରିପାରିବେ ନାହିଁ। ‘ମୁଁ ଯଦି କହିବି ୨୫%, ତେବେ ସେମାନେ କହିବେ ଓ.. ତାହା ଭୟଙ୍କର। ତେଣୁ ମୁଁ କହୁଛି, ସେମାନେ ଯେତେ ଟିକସ ଲଗାଇବେ, ଆମେ ସେତେ ଟିକସ କଷିବୁ।’ ଟ୍ରମ୍ପ୍‌ଙ୍କ ଏହି ଟିପ୍ପଣୀରୁ ବୈଶ୍ୱିକ ବାଣିଜ୍ୟରେ ଭାରତ ଓ ଆମେରିକା ମଧ୍ୟରେ ସମ୍ଭାବ୍ୟ ଲଢ଼େଇର ସଙ୍କେତ ମିଳିଛି।
ପ୍ରକାଶ ଯେ, ଭାରତୀୟ ଟାରିଫ୍‌କୁ ନେଇ ଏହା ଟ୍ରମ୍ପ୍‌ଙ୍କ ପ୍ରଥମ ନକାରାମତ୍କ ମନ୍ତବ୍ୟ ନୁହେଁ। ଟ୍ରମ୍ପ୍‌ ନିଜ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ (୨୦୧୯ ମେ’ରେ) ଭାରତର ଟିକସ ବ୍ୟବସ୍ଥାକୁ ସମାଲୋଚନା କରି ଭାରତକୁ ‘ଟାରିଫ୍‌ କିଙ୍ଗ୍‌’ ଆଖ୍ୟା ଦେଇଥିଲେ। ମୋଦିଙ୍କ ସଦ୍ୟ ଆମେରିକା ଗସ୍ତ ବେଳେ ଉଭୟ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ଦ୍ୱିଗୁଣିତ କରି ୫୦୦ ନିୟୁତ ଡଲାରରେ ପହଞ୍ଚାଇବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏଥିସହ ଚଳିତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (ବିଟିଏ) ପାଇଁ ମଧ୍ୟ ରାଜି ହୋଇଛନ୍ତି। ୨୦୨୪ରେ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୧୮.୨ ବିଲିୟନ୍‌ ଡଲାର ରହିଥିଲା। ଭାରତ ଆମେରିକାରୁ ୫,୭୪୯ ସାମଗ୍ରୀ ଆମଦାନୀ କରିଥିଲା, ଯାହାର ମୂଲ୍ୟ ୪୦.୭ ବିଲିୟନ୍‌ ଡଲାର ହେବ। ସେହିପରି ଆଲୋଚ୍ୟ ଆର୍ଥିକବର୍ଷରେ ଭାରତରୁ ଆମେରିକାକୁ ୭,୩୪୬ ସାମଗ୍ରୀ ରପ୍ତାନି କରାଯାଇଥିଲା, ଯାହାର ମୂଲ୍ୟ ୭୭.୫ ବିଲିୟନ୍‌ ଡଲାର ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?