ତାଲିକାରେ ନାଁ ନାହିଁ, ଅନେକ ବ୍ୟବସାୟୀ ନିରାଶ

ପୁରୀ ଅଫିସ,୮ା୫: ପୁରୀ ସହରରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ବେଆଇନ ଭାବେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ହାତେଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ମାର୍କେଟ ଛକସ୍ଥିତ ଦଇତାପଡ଼ାସାହି ମାର୍କେଟ କମ୍ପ୍ଲେକ୍ସ, ମୋଚି ସାହିସ୍ଥିତ ମହୋଦଧି ମାକେର୍ଟ କମ୍ପ୍ଲେକ୍ସ ଏବଂ ଜେଲ ରୋଡସ୍ଥିତ ବହୁତଳ ପାର୍କିଂ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଘର ଆବଣ୍ଟନ ନେଇ କିଛି ଦିନ ତଳେ ତାଲିକା ପ୍ରକାଶ ପାଇଥିଲା। ତେବେ ଉକ୍ତ ତାଲିକାରେ ଦୋକାନ ପାଇଥିବା ଯୋଗ୍ୟ ହିତାଧିକାରୀଙ୍କ ଅପେକ୍ଷା ଅନେକ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ରହିଛି। ଏହାକୁ ନେଇ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଉଠାଦୋକାନୀ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କୁ ମଧ୍ୟ ପ୍ରଶାସନ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଘର ଦେବାକୁ ଦାବି କରିଛନ୍ତି। ଏପରିକି ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ତାଲିକା ବାତିଲ କରାଯାଇ ସ୍ବଚ୍ଛତା ଅନୁଯାୟୀ ପୁନର୍ବାର ଦୋକାନ ଘର ଆବଣ୍ଟନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ। ସେଥିରେ କ୍ଷତିଗ୍ରସ୍ତଙ୍କୁ ସାମିଲ କରିବା ସହ ସହରରେ ଥିବା ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବଳକା ଦୋକାନ ଘର ଆବଣ୍ଟନ କରିବା ପାଇଁ ଏକ ମାନଦଣ୍ଡ ପ୍ରସ୍ତୁତ କରାଯାଉ। ଏହି ମାନଦଣ୍ଡ ଆଧାରରେ ଉଠାଦୋକାନୀ ଏବଂ କ୍ଷୁଦ୍ରବ୍ୟବସାୟୀଙ୍କୁ ସ୍ବଚ୍ଛତା ଭିତ୍ତିରେ ଦୋକାନ ବଣ୍ଟନ କରାଯାଉ। ସେହିପରି ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଉ ବୋଲି ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଠା ଦୋକାନୀ ଦାବି କରିଛନ୍ତି। ଏନେଇ କ୍ଷୁଦ୍ର ବ୍ୟବସାୟୀ ଉମାଶଙ୍କର ମହାନ୍ତି କହିଛନ୍ତି, ସେ ଦୀର୍ଘ ୧୫ ବର୍ଷ ହେବ ମୋଚିସାହିସ୍ଥିତ ମହୋଦଧି ମାର୍କେଟରେ ଭଡ଼ା ସୂତ୍ରରେ ଦୋକାନ କରି ପରିବାର ଭରଣପୋଷଣ କରୁଥିଲେ। ତେବେ ପ୍ରଶାସନ ପକ୍ଷରୁ ମାର୍କେଟ ପୁନଃ ନିର୍ମାଣ କାର୍ଯ୍ୟ କରାଯିବାରୁ ତାଙ୍କ ଦୋକାନକୁ ଉଚ୍ଛେଦ କରାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଜାରି ତାଲିକାରେ ତାଙ୍କ ନାମ ନାହିଁ। ତେଣୁ ସେ ଚିନ୍ତାରେ ପଡ଼ିଛନ୍ତି। ତାଙ୍କୁ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥଇଥାନ କରାଯାଉ। ସେହିପରି ବ୍ୟବସାୟୀ ଅମୀୟ ରଞ୍ଜନ ଦାଶ କହିଛନ୍ତି, ସେ ୧୦ ବର୍ଷ ହେବ ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ ଭଡ଼ା ସୂତ୍ରରେ କମ୍ପ୍ୟୁଟର ଦୋକାନ ଖୋଲିଥିଲେ। ପ୍ରଶାସନ ପକ୍ଷରୁ ଉଚ୍ଛେଦ ହେବା ପରେ ସେ ବର୍ତ୍ତମାନ ଜଣେ ଦୋକାନୀଙ୍କ ପାଖରେ କାର୍ଯ୍ୟ କରୁଛନ୍ତି। ତେବେ ପ୍ରଶାସନ ପକ୍ଷରୁ ମୌଖିକ ଭାବେ ତାଙ୍କୁ ଦୋକାନ ଘର ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ତାଲିକାରେ ତାଙ୍କ ନାମ ନାହିଁ। ଏହା ତାଙ୍କୁ ମାନସିକ ଆଘାତ ଦେଇଛି। ତୁରନ୍ତ ତାଙ୍କ ନାମ ତାଲିକାରେ ସ୍ଥାନ ଦେବାକୁ ସେ ପ୍ରଶାସନକୁ ଗୁହାରି କରିଛନ୍ତି। ସେହିପରି ବଡ଼ଦାଣ୍ଡରେ ଉଠାଦୋକାନୀ କରି ପରବାର ପୋଷୁଥିବା ରାଜେନ୍ଦ୍ରଙ୍କ କହିବା ଅନୁଯାୟୀ ପ୍ରଶାସନ ପକ୍ଷରୁ ତାଙ୍କୁ ଥଇଥାନ କରା ନ ଗଲେ ସେ ଆହୁରି ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ସୁପ୍ରିମକୋର୍ଟ ନକଲି ଉଦାହରଣ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ସୃଷ୍ଟି ହୋଇଥିବା ମାମଲା ଉପରେ ଆଧାରିତ ଏକ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT)…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri