Posted inଜାତୀୟ

ଦଳଦଳ ହେଲେଣି ଦଳ

ନୂଆଦିଲ୍ଲୀ, ୬।୨(ପି.ଟି.): ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ ସଂଖ୍ୟା ୨୦୧୦ରୁ ୨୦୧୯ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଅଣସ୍ବୀକୃତ ଦଳ ଅର୍ଥ ଯେଉଁମାନେ ନୂଆ ପଞ୍ଜୀକୃତ ହୋଇଛନ୍ତି କିମ୍ବା ରାଜ୍ୟସ୍ତରୀୟ ଦଳ ହେବା ପାଇଁ ବିଧାନସଭା ଓ ସାଧାରଣ ନିର୍ବାଚନରେ ଯଥେଷ୍ଟ ଭୋଟ ପାଇନାହାନ୍ତି, ଅଥବା ପଞ୍ଜୀକୃତ ହେବା ପରେ କେବେ ବି ନିର୍ବାଚନ ଲଢ଼ିନାହାନ୍ତି। ୨୦୧୦ରେ ଏଭଳି ରାଜନୈତିକ ଦଳ ସଂଖ୍ୟା ୧,୧୧୨ ଥିଲା। ୨୦୧୯ ବେଳକୁ ତାହା ବଢ଼ି ୨,୩୦୧ରେ ପହଞ୍ଚତ୍ଛି।
୧୦ ବର୍ଷରେ ଦଳ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି। ବିଶେଷ କରି ସଂସଦୀୟ ନିର୍ବାଚନ ବର୍ଷରେ ସଂଖ୍ୟା ଯଥେଷ୍ଟ ବଢ଼ୁଥିବା ଦେଖାଯାଇଛି। ରିପୋର୍ଟ ଅନୁଯାୟୀ ୨୦୧୮ ଓ ୨୦୧୯ ମଧ୍ୟରେ ରାଜନୈତିକ ଦଳ ସଂଖ୍ୟା ୯.୮ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ୨୦୧୩ ଓ ୨୦୧୪ ମଧ୍ୟରେ ଏହା ୧୮ ପ୍ରତିଶତ ବଢ଼ିଥିଲା। ଏଡିଆର୍‌ ରିପୋର୍ଟ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ପଞ୍ଜୀକୃତ ଅଣସ୍ବୀକୃତ ଦଳଗୁଡ଼ିକ ୬,୮୬୦ ଜଣଙ୍କଠାରୁ ମୋଟ ୬୫.୪୫ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଥିବା ଘୋଷଣା କରିଥିଲେ। ଏହା ପୂର୍ବବର୍ଷ ୨୪.୬ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଉତ୍ତରପ୍ରଦେଶର ଅପ୍‌ନା ଦେଶ ପାର୍ଟି ଦୁଇ ଆର୍ଥିକ ବର୍ଷରେ ସର୍ବାଧିକ ୬୫.୪୫ କୋଟି ଟଙ୍କା ଚାନ୍ଦା ପାଇଥିଲା, ଯାହା କି ମୋଟ ଘୋଷିତ ଚାନ୍ଦାର ୭୨.୮୮ ପ୍ରତିଶତ। ରିପୋର୍ଟରେ ୧୩୫ଟି ପାର୍ଟି ଉପରେ ବିଶ୍ଲେଷଣ କରାଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଦଳର ଚାନ୍ଦା ରିପୋର୍ଟ ମିଳି ନ ଥିଲା। ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ନିର୍ବାଚନ କମିଶନ ଅଣସ୍ବୀକୃତ ଦଳଗୁଡ଼ିକ ଲାଗି ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହା ୨୦୧୪ ଅକ୍ଟୋବର ୧ରୁ ସବୁ ରାଜନୈତିକ ଦଳ ପାଇଁ ଲାଗୁ ହେଉଛି। ସେହି ଅନୁଯାୟୀ ଦଳଗୁଡ଼ିକ ସେମାନଙ୍କ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ ପ୍ରୟୋଜନୀୟ ରିପୋର୍ଟ ଦାଖଲ କରିଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘୩୫୦ ଆସନ ଜିତିବ ଭାଜପା’

ଲକ୍ଷ୍ନୌ,୨୦।୯: ରାଜ୍ୟବାସୀ, ସଂଗଠନ ଓ ସରକାରଙ୍କ ମିଳିତ ଉଦ୍ୟମ ଜାତୀୟ ସ୍ତରରେ ୟୁପି ପ୍ରତି ଲୋକଙ୍କ ଚିନ୍ତାଧାରରେ ପରିବର୍ତ୍ତନ ଆଣିଛି। ଆମ ସରକାରଙ୍କ ଉପରେ ଲୋକଙ୍କ...

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୯।୧୨: ଜବାହାର ଲାଲ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। ଏନେଇ ସୋମବାର ଅନ୍ଦୋଳନକାରୀଛାତ୍ର ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ...

ବିହାରରେ ବ୍ୟାପୁଛି ମସ୍ତିଷ୍କଜ୍ୱର:୧୦୦ ଊର୍ଦ୍ଧ୍ୱ ଶିଶୁଙ୍କ ପ୍ରାଣ ଗଲାଣି

ପାଟନା,୧୭ା୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଆରବିଆଇର ପୂର୍ବତନ ଗଭର୍ନର

ନୂଆଦିଲ୍ଲୀ,୧୪।୧୨: ରାଜସ୍ଥାନର ସୱାଇ ମାଧୋପୁରରୁ କଂଗ୍ରେସର ପଦ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଏହି ଯାତ୍ରାରେ ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ରଘୁରାମ...

ପ୍ରମାଣ ନଷ୍ଟ ହେବାକୁ ଦିଅନି

କୋଲକାତା,୨୪ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲା ରାମପୁରହାଟରେ ୮ ଜଣଙ୍କ ଜୀବନ ନେଇଥିବା ଗୃହଦାହ ଘଟଣାରେ ବୁଧବାର କାଲକାଟା ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି।...

ଉହାନ୍‌ରେ ବାଦୁଡ଼ିଙ୍କଠାରେ ମିଳିଲା ୩ ପ୍ରକାର ଭୂତାଣୁ

ନୂଆଦିଲ୍ଲୀ,୨୫।୫: କରୋନା ଭାଇରସ୍‌କୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ଚାଇନା। ଉହାନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଯେଉଁଠାରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହୋଇଥିଲା,...

୨୦୨୪ ନିର୍ବାଚନ ପାଇଁ ଭାଜପାର ନୂଆ ଭୋଟ ବ୍ୟାଙ୍କ…

ନୂଆଦିଲ୍ଲୀ, ୧୨।୩ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ପୁଣି ୪ ଟି ରାଜ୍ୟରେ କ୍ଷମତାକୁ ଫେରିଛି। ଚଳିତ ନିର୍ବାଚନରେ ମୁଦ୍ରାସ୍ଫୀତି,...

ମାମୁଘରକୁ ଯାଇ ନବବିବାହିତା ମାଇଁଙ୍କୁ ପ୍ରେମ ଜାଲରେ ଫସାଇଲେ ଭଣଜା, ଘରୁ ପଳାଇ କଲେ ବିବାହ; ଭାଇରାଲ ହେଉଛି…

ଜାମୁଇ: କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରେ ଏପରି...

Advertisement
Archives

Model This Week