Posted inଜାତୀୟ

ଦଳଦଳ ହେଲେଣି ଦଳ

ନୂଆଦିଲ୍ଲୀ, ୬।୨(ପି.ଟି.): ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ ସଂଖ୍ୟା ୨୦୧୦ରୁ ୨୦୧୯ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଅଣସ୍ବୀକୃତ ଦଳ ଅର୍ଥ ଯେଉଁମାନେ ନୂଆ ପଞ୍ଜୀକୃତ ହୋଇଛନ୍ତି କିମ୍ବା ରାଜ୍ୟସ୍ତରୀୟ ଦଳ ହେବା ପାଇଁ ବିଧାନସଭା ଓ ସାଧାରଣ ନିର୍ବାଚନରେ ଯଥେଷ୍ଟ ଭୋଟ ପାଇନାହାନ୍ତି, ଅଥବା ପଞ୍ଜୀକୃତ ହେବା ପରେ କେବେ ବି ନିର୍ବାଚନ ଲଢ଼ିନାହାନ୍ତି। ୨୦୧୦ରେ ଏଭଳି ରାଜନୈତିକ ଦଳ ସଂଖ୍ୟା ୧,୧୧୨ ଥିଲା। ୨୦୧୯ ବେଳକୁ ତାହା ବଢ଼ି ୨,୩୦୧ରେ ପହଞ୍ଚତ୍ଛି।
୧୦ ବର୍ଷରେ ଦଳ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି। ବିଶେଷ କରି ସଂସଦୀୟ ନିର୍ବାଚନ ବର୍ଷରେ ସଂଖ୍ୟା ଯଥେଷ୍ଟ ବଢ଼ୁଥିବା ଦେଖାଯାଇଛି। ରିପୋର୍ଟ ଅନୁଯାୟୀ ୨୦୧୮ ଓ ୨୦୧୯ ମଧ୍ୟରେ ରାଜନୈତିକ ଦଳ ସଂଖ୍ୟା ୯.୮ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ୨୦୧୩ ଓ ୨୦୧୪ ମଧ୍ୟରେ ଏହା ୧୮ ପ୍ରତିଶତ ବଢ଼ିଥିଲା। ଏଡିଆର୍‌ ରିପୋର୍ଟ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ପଞ୍ଜୀକୃତ ଅଣସ୍ବୀକୃତ ଦଳଗୁଡ଼ିକ ୬,୮୬୦ ଜଣଙ୍କଠାରୁ ମୋଟ ୬୫.୪୫ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଥିବା ଘୋଷଣା କରିଥିଲେ। ଏହା ପୂର୍ବବର୍ଷ ୨୪.୬ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଉତ୍ତରପ୍ରଦେଶର ଅପ୍‌ନା ଦେଶ ପାର୍ଟି ଦୁଇ ଆର୍ଥିକ ବର୍ଷରେ ସର୍ବାଧିକ ୬୫.୪୫ କୋଟି ଟଙ୍କା ଚାନ୍ଦା ପାଇଥିଲା, ଯାହା କି ମୋଟ ଘୋଷିତ ଚାନ୍ଦାର ୭୨.୮୮ ପ୍ରତିଶତ। ରିପୋର୍ଟରେ ୧୩୫ଟି ପାର୍ଟି ଉପରେ ବିଶ୍ଲେଷଣ କରାଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଦଳର ଚାନ୍ଦା ରିପୋର୍ଟ ମିଳି ନ ଥିଲା। ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ନିର୍ବାଚନ କମିଶନ ଅଣସ୍ବୀକୃତ ଦଳଗୁଡ଼ିକ ଲାଗି ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହା ୨୦୧୪ ଅକ୍ଟୋବର ୧ରୁ ସବୁ ରାଜନୈତିକ ଦଳ ପାଇଁ ଲାଗୁ ହେଉଛି। ସେହି ଅନୁଯାୟୀ ଦଳଗୁଡ଼ିକ ସେମାନଙ୍କ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ ପ୍ରୟୋଜନୀୟ ରିପୋର୍ଟ ଦାଖଲ କରିଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri