୧୪ ଲକ୍ଷରୁ ଊର୍ଦ୍ଧ୍ୱ ନେଇନାହାନ୍ତି ପ୍ରିକଶନ ଡୋଜ୍‌

ଛତ୍ରପୁର,୧୭।୯(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଏବେ ବି ବହୁଲୋକ କରୋନା ଟିକା ନେଇ ନ ଥିବା ଜଣାପଡିଛି। ବିଶେଷ କରି ୧୮ ବର୍ଷରୁ ୫୯ ବୟସ୍କ ଲୋକ ୭୧ ପ୍ରତିଶତ ପ୍ରିକଶନ ଡୋଜ ଟିକା ନେଇ ନ ଥିବା ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ବୟସ୍କ ପ୍ରିକଶନ ଡୋଜ ଟିକା ପାଇଁ ଜିଲାରେ ୨୦,୭୧,୬୦୫ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ମାତ୍ର ୨୯ ପ୍ରତିଶତ ହାରରେ ୬୦୬୧୦୬ ଲୋକ ଟିକା ନେଇଛନ୍ତି। ୧୪ ଲକ୍ଷ ୬୫ ହଜାର ୪୯୯ ଜଣ ଏହି ଟିକା ନେଇନାହାନ୍ତି । ଜିଲାରେ ୧୨ରୁ ୧୪ ବର୍ଷ ମଧ୍ୟରେ ପ୍ରଥମ ଡୋଜ ଟିକା ୧ ଲକ୍ଷ ୨୭ ହଜାର ୮୮୦ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ୧୧୩ ପ୍ରତିଶତ ହିସାବରେ ୧୪୪୭୨୪ ଜଣ ନେଇଛନ୍ତି । ସେହିଭଳି ୨ୟ ଡୋଜ ଟିକା ୧ ଲକ୍ଷ ୪୪ ହଜାର ୭୨୪ ଜଣଙ୍କ ମଧରୁ ୧ ଲକ୍ଷ ୧୫ ହଜାର ୨୦ ଜଣ ନେଇଛନ୍ତି ଯାହାକି ୭୯ ପ୍ରତିଶତ। ସେହିପରି ୧୫ରୁ ୧୭ ବର୍ଷ ମଧ୍ୟରେ ପ୍ରଥମ ଡୋଜ ଟିକା ୨ ଲକ୍ଷ ୧୪ ହଜାର ୯୨୪ ମଧ୍ୟରୁ ୯୮ ପ୍ରତିଶତ ହିସାବରେ ୨ ଲକ୍ଷ ୧୧ ହଜାର ୪୦୧ ଜଣ ନେଇଛନ୍ତି। ଦ୍ୱିତୀୟ ଡୋଜ ୧ ଲକ୍ଷ ୮୮ ହଜାର ୪୮୯ ଜଣ ନେଇଛନ୍ତି । ୧୮ ବର୍ଷରୁ ଅଧିକ ବୟସ୍କ ପ୍ରଥମ ଡୋଜ ଟିକା ୨୭ ଲକ୍ଷ ୨୨ ହଜାର ୯୦୬ ମଧ୍ୟରୁ ୯୮ ପ୍ରତିଶତ ହିସାବରେ ୨୬ ଲକ୍ଷ ୫୯ ହଜାର ୪୪୫ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ ଟିକା ୨୬ ଲକ୍ଷ ୧୩ ହଜାର ୫୫୪ ଜଣ ନେଇଛନ୍ତି । ସ୍ବାସ୍ଥ୍ୟ କର୍ମଚାରୀ ୨୫ ହଜାର ୯୦୨ରୁ ପ୍ରଥମ ଡୋଜ ଟିକା ଶତପ୍ରତିଶତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ଟିକା ୨୪ ହଜାର ୯୬୯ ଜଣ ନେଇଛନ୍ତି । ସେହିପରି ପ୍ରିକଶନ ଡୋଜ ଟିକା ୮୦ ପ୍ରତିଶତ ଅର୍ଥାତ୍‌ ୨୦ ହଜାର ୭୭୬ ଜଣ ନେଇଛନ୍ତି । ଯାହାକି ଏବେବି ୫ ହଜାର ୧୨୬ ଜଣ ସ୍ବାସ୍ଥ୍ୟ କର୍ମଚାରୀ ପ୍ରିକଶନ ଡୋଜ ଟିକା ନେଇନାହାନ୍ତି। ଫ୍ରଣ୍ଟ ଲାଇନ କର୍ମଚାରୀ ୨୧ ହଜାର ୬୫୦ ରୁ ପ୍ରଥମ ଡୋଜ ଟିକା ଶତପ୍ରତିଶତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ୨୦ ହଜାର ୮୫୪ ଜଣ ନେଇଛନ୍ତି। ପ୍ରିକସନ ଡୋଜ ଟିକା ୨୭ ହଜାର ୯୩୭ ଜଣ ନେଇଥିବା ଜଣାପଡିଛି । ବିଶେଷ କରି ୧୮ ରୁ ୫୯ ବୟସ୍କ ବ୍ୟକ୍ତିମାନେ ପ୍ରିକଶନ ଡୋଜ ଟିକା ବହୁ ମାତ୍ରରେ ନେଉ ନଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?