୧୪ ଲକ୍ଷରୁ ଊର୍ଦ୍ଧ୍ୱ ନେଇନାହାନ୍ତି ପ୍ରିକଶନ ଡୋଜ୍‌

ଛତ୍ରପୁର,୧୭।୯(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଏବେ ବି ବହୁଲୋକ କରୋନା ଟିକା ନେଇ ନ ଥିବା ଜଣାପଡିଛି। ବିଶେଷ କରି ୧୮ ବର୍ଷରୁ ୫୯ ବୟସ୍କ ଲୋକ ୭୧ ପ୍ରତିଶତ ପ୍ରିକଶନ ଡୋଜ ଟିକା ନେଇ ନ ଥିବା ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ବୟସ୍କ ପ୍ରିକଶନ ଡୋଜ ଟିକା ପାଇଁ ଜିଲାରେ ୨୦,୭୧,୬୦୫ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ମାତ୍ର ୨୯ ପ୍ରତିଶତ ହାରରେ ୬୦୬୧୦୬ ଲୋକ ଟିକା ନେଇଛନ୍ତି। ୧୪ ଲକ୍ଷ ୬୫ ହଜାର ୪୯୯ ଜଣ ଏହି ଟିକା ନେଇନାହାନ୍ତି । ଜିଲାରେ ୧୨ରୁ ୧୪ ବର୍ଷ ମଧ୍ୟରେ ପ୍ରଥମ ଡୋଜ ଟିକା ୧ ଲକ୍ଷ ୨୭ ହଜାର ୮୮୦ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ୧୧୩ ପ୍ରତିଶତ ହିସାବରେ ୧୪୪୭୨୪ ଜଣ ନେଇଛନ୍ତି । ସେହିଭଳି ୨ୟ ଡୋଜ ଟିକା ୧ ଲକ୍ଷ ୪୪ ହଜାର ୭୨୪ ଜଣଙ୍କ ମଧରୁ ୧ ଲକ୍ଷ ୧୫ ହଜାର ୨୦ ଜଣ ନେଇଛନ୍ତି ଯାହାକି ୭୯ ପ୍ରତିଶତ। ସେହିପରି ୧୫ରୁ ୧୭ ବର୍ଷ ମଧ୍ୟରେ ପ୍ରଥମ ଡୋଜ ଟିକା ୨ ଲକ୍ଷ ୧୪ ହଜାର ୯୨୪ ମଧ୍ୟରୁ ୯୮ ପ୍ରତିଶତ ହିସାବରେ ୨ ଲକ୍ଷ ୧୧ ହଜାର ୪୦୧ ଜଣ ନେଇଛନ୍ତି। ଦ୍ୱିତୀୟ ଡୋଜ ୧ ଲକ୍ଷ ୮୮ ହଜାର ୪୮୯ ଜଣ ନେଇଛନ୍ତି । ୧୮ ବର୍ଷରୁ ଅଧିକ ବୟସ୍କ ପ୍ରଥମ ଡୋଜ ଟିକା ୨୭ ଲକ୍ଷ ୨୨ ହଜାର ୯୦୬ ମଧ୍ୟରୁ ୯୮ ପ୍ରତିଶତ ହିସାବରେ ୨୬ ଲକ୍ଷ ୫୯ ହଜାର ୪୪୫ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ ଟିକା ୨୬ ଲକ୍ଷ ୧୩ ହଜାର ୫୫୪ ଜଣ ନେଇଛନ୍ତି । ସ୍ବାସ୍ଥ୍ୟ କର୍ମଚାରୀ ୨୫ ହଜାର ୯୦୨ରୁ ପ୍ରଥମ ଡୋଜ ଟିକା ଶତପ୍ରତିଶତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ଟିକା ୨୪ ହଜାର ୯୬୯ ଜଣ ନେଇଛନ୍ତି । ସେହିପରି ପ୍ରିକଶନ ଡୋଜ ଟିକା ୮୦ ପ୍ରତିଶତ ଅର୍ଥାତ୍‌ ୨୦ ହଜାର ୭୭୬ ଜଣ ନେଇଛନ୍ତି । ଯାହାକି ଏବେବି ୫ ହଜାର ୧୨୬ ଜଣ ସ୍ବାସ୍ଥ୍ୟ କର୍ମଚାରୀ ପ୍ରିକଶନ ଡୋଜ ଟିକା ନେଇନାହାନ୍ତି। ଫ୍ରଣ୍ଟ ଲାଇନ କର୍ମଚାରୀ ୨୧ ହଜାର ୬୫୦ ରୁ ପ୍ରଥମ ଡୋଜ ଟିକା ଶତପ୍ରତିଶତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ୨୦ ହଜାର ୮୫୪ ଜଣ ନେଇଛନ୍ତି। ପ୍ରିକସନ ଡୋଜ ଟିକା ୨୭ ହଜାର ୯୩୭ ଜଣ ନେଇଥିବା ଜଣାପଡିଛି । ବିଶେଷ କରି ୧୮ ରୁ ୫୯ ବୟସ୍କ ବ୍ୟକ୍ତିମାନେ ପ୍ରିକଶନ ଡୋଜ ଟିକା ବହୁ ମାତ୍ରରେ ନେଉ ନଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri