ଆଉ ମାଟ୍ରିକ ନୁହେଁ, ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ଯୋଗ୍ୟତା ସ୍ନାତକ

ଭୁବନେଶ୍ୱର,୨୩ା୪: ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା  ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ମୋଟ୍‌ ୫ଟି ବିଭାଗର ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବକୁ ଆଲୋଚନା ପରେ ଅନୁମୋଦନ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଥିସହିତ ସରକାର ଅବକାରୀ ବିଭାଗ ନିୟମ ୨୦୧୭ ମଧ୍ୟ ସଂଶୋଧନ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି କ୍ୟାଡର ପୁନଃଗଠନ ହେବ। ଏଥିସହିତ ୨୪ ନୂଆ ପଦବୀ ସୃଷ୍ଟି କରାଯିବାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ଅବକାରୀ କନଷ୍ଟେବଳ ଡିଭିଜନ ବଦଳାଯାଇ ଜିଲା କ୍ୟାଡର କରାଯାଇଛି। ୧୦୮ କୋଟି ଟଙ୍କା ବ୍ୟୟ ବରାଦରେ ବୈତରଣୀ ବାମ ଓ ଡାହାଣ କେନାଲ କାର୍ଯ୍ୟ ହେବ। ଏଥିସହିତ ଭଦ୍ରକ, ବାଲେଶ୍ବର, କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଆଗାମୀ ୫ ବର୍ଷ ପାଇଁ ୧୦୮ ସେବା ପାଇଁ ୨୩୯୮ କୋଟି ଟଙ୍କା ମଞ୍ଜୁରୀ କରାଯାଇଥିବା ମନୋଜ ଆହୁଜା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଅଘଟଣ, ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ଫେରିଆସିଲା ବାଲି ଯାଉଥିବା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୧୮।୬: ବୁଧବାର ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ବାଲିକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ସମେତ ଅନେକ ଅନ୍ତର୍ଜାତୀୟ ବିମାନକୁ...

ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ତୁର୍କୀର ପଡ଼ୋଶୀ ଦେଶ ସାଇପ୍ରସରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ...

ମୋରଡ଼ା ଅଞ୍ଚଳରେ ବଢ଼ି ଚାଲିଛି ହାତୀ ଉପଦ୍ରବ: ଶୋଇଥିବାବେଳେ ଜଣଙ୍କୁ ଘରୁ ଘୋଷାଡ଼ି ଆଣି ଦଳି ଦେଲେ

ମୋରଡ଼ା,୧୮ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ରବ ବଢ଼ି ଚାଲିଥିବାରୁ ଜନ ଅସନ୍ତୋଷ ବଢ଼ି ଚାଲିଛି। ସୂଚନାନୁଯାୟୀ, ଉକ୍ତ ନିର୍ବାଚନମଣ୍ଡଳୀର ରାସଗୋବିନ୍ଦପୁର ରେଞ୍ଜ...

ସମସ୍ୟା ସୃଷ୍ଟି କରୁଛି ୧୯୭୧ ମସିହା ବିଦ୍ୟୁତ୍‌ ଖୁଣ୍ଟ, ତାର, ଶଙ୍ଖ

ମହାକାଳପଡ଼ା, ୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ଅବିଭକ୍ତ କଟକ ଜିଲାର ମହାକାଳପଡ଼ା ଅଞ୍ଚଳରେ ୧୯୭୧ରେ ପ୍ରଥମ ଥର ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ଯୋଗାଣ ବ୍ୟବସ୍ଥା...

ମୁନୀରଙ୍କ ସହ ଲଞ୍ଚ୍‌ କରିଥାନ୍ତେ ଟ୍ରମ୍ପ: ଏହା ପୂର୍ବରୁ ମୁହେଁ ମୁହେଁ ଏମିତି କଥା ଶୁଣାଇଦେଲେ ମୋଦି

ନୂଆଦିଲ୍ଲୀ,ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନରେ ଆଲୋଚନା ହୋଇଛି। ଟ୍ରମ୍ପଙ୍କ ଅନୁରୋଧରେ, ଉଭୟ ନେତା ଫୋନରେ କଥା ହୋଇଥିଲେ। ଏହି ଆଲୋଚନା...

ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ...

ହଠାତ୍‌ ଟ୍ରମ୍ପଙ୍କୁ ଫୋନ୍‌ କଲେ ମୋଦି: ଏମିତି କ’ଣ ହେଲା ଆମେରିକା ଯିବାକୁ ମନା କରିଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଅପରେଶନ ସିନ୍ଦୂର ବିଷୟରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫...

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri