ବଢ଼ିବନି ହୋମ କିମ୍ବା କାର୍‌ ଲୋନ୍‌ EMI; ଆରବିଆଇର ବଡ଼ ନିଷ୍ପତ୍ତି: ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ,୫।୬: ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (MPC) ବୈଠକ ପରେ ରେପୋ ରେଟ୍‌ ଉପରେ ବଡ଼ ନିଷ୍ପତ୍ତି ଆସିଯାଇଛି। ଆରବିଆଇ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ ଏବଂ ଏହାକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ ଗତ ଏକ ବର୍ଷ ମଧ୍ୟରେ ରେପୋ ରେଟ୍‌ ପ୍ରାୟ ୧.୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିସାରିଛି, କିନ୍ତୁ ଗତ କିଛି ବୈଠକରେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ନିଜର ଆଭିମୁଖ୍ୟ ମଧ୍ୟ ‘ନ୍ୟୁଟ୍ରାଲ’ (Neutral) ରଖିଛି।

ଗତ ବର୍ଷ (ଜାନୁଆରୀ ୨୦୨୫ରୁ ଆଜି ଜୁନ ୨୦୨୬ ପର୍ଯ୍ୟନ୍ତ) ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍‌ରେ ମୋଟ ୪ ଥର ପରିବର୍ତ୍ତନ କରିଛି। ଏହି ସମୟ ମଧ୍ୟରେ ସୁଧ ହାରକୁ ୬.୫୦% ରୁ ହ୍ରାସ କରାଯାଇ ୫.୨୫% କୁ ଅଣାଯାଇଛି, ଯାହାଦ୍ୱାରା ମୋଟ ଉପରେ ୧.୨୫% (୧୨୫ ବେସିସ ପଏଣ୍ଟ)ର ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ସମୟ ମଧ୍ୟରେ ପ୍ରଥମେ ଫେବୃଆରୀ ୨୦୨୫ରେ ରେପୋ ରେଟ୍‌ରେ ୦.୨୫ ପ୍ରତିଶତର ପ୍ରଥମ ହ୍ରାସ କରାଯାଇଥିଲା। ତା’ପରେ ଏପ୍ରିଲ ମାସରେ ମଧ୍ୟ ୦.୨% ହାର କମାଯାଇଥିଲା। ଗତ ବର୍ଷ ଜୁନ ମାସରେ ୦.୫୦% (୦.୫୦ ପ୍ରତିଶତ) ର ଏକ ବଡ଼ ହ୍ରାସ କରାଯାଇଥିଲା। ଏହାପରେ ଡିସେମ୍ବରରେ ଆଉ ୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା। ଏହି ବର୍ଷ ଫେବୃଆରୀରେ ଅନୁଷ୍ଠିତ ବୈଠକରେ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା।

ଲୋନ EMI ରେ ହ୍ରାସ- ଗତ ବର୍ଷ ଆରମ୍ଭ (୬.୫୦%) ତୁଳନାରେ ଆଜି (୫.୨୫%) ସୁଧ ହାର ବହୁତ କମ ରହିଛି। ଏଭଳି ପରିସ୍ଥିତିରେ, ଯେଉଁମାନେ ଫ୍ଲୋଟିଂ ରେଟ (floating rate) ରେ ହୋମ ଲୋନ୍‌ ନେଇଛନ୍ତି, ସେମାନଙ୍କ EMI ଗତ ବର୍ଷ ତୁଳନାରେ ବେଶ କମିଯାଇଛି।

FD ସୁଧ ହାରରେ ହ୍ରାସ- ଗତ ବର୍ଷ ଯେତେବେଳେ ରେପୋ ରେଟ୍‌ ଅଧିକ ଥିଲା, ସେତେବେଳେ ବ୍ୟାଙ୍କଗୁଡ଼ିକ ଫିକ୍ସଡ ଡିପୋଜିଟ (FD) ଉପରେ ଚମତ୍କାର ରିଟର୍ନ ଦେଇଥିଲେ। ବର୍ଷ ଶେଷ ସୁଦ୍ଧା କ୍ରମାଗତ ଭାବେ ହ୍ରାସ ପାଇବା ପରେ ବ୍ୟାଙ୍କଗୁଡ଼ିକ FD ସୁଧ ହାରରେ କମି କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ବଜାରରେ ମିଳିବନି ୧୦, ୨୦, ୫୦ ଟଙ୍କିଆ ନୋଟ୍‌? ଆରବିଆଇ କ’ଣ ସୂଚନା ଦେଲା ପଢନ୍ତୁ…

ନୂଆଦିଲ୍ଲୀ, ୩।୧୧: ଦୀପାବଳିକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏକ ଖବର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ବ୍ୟବସାୟୀମାନେ ଏହି ଖବରକୁ ନେଇ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଛୋଟ ପ୍ରୟାସ ହିଁ ପ୍ରଦୂଷଣ ରୋକିବାର ପାଲଟିବ ମାଧ୍ୟମ

ଆମେ ଆମ ପାଇଁ ଅସୁବିଧା ସୃଷ୍ଟି କରୁଛେ। ବିନା କାରଣରେ ଲାଇଟ ଜଳୁଥିଲେ ବନ୍ଦ କରିଦେବା ଏବଂ ଏଣେତେଣେ ଅଳିଆ ପଡ଼ିଥିଲେ ଗୋଟାଇ ଡଷ୍ଟବିନ୍‌ରେ ପକାଇବା ଆଦି…

କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ…

ସ୍ଥଳଭାଗ ଛୁଇଁଲା ‘ମୁରାସୁ’: ୧୨୦ କିମି ବେଗରେ ବହୁଛି ପବନ, ୫ ରାଜ୍ୟରେ ହାଇଆଲର୍ଟ

ଅମରାବତୀ,୩।୧୧: ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ମୁରାସୁ’ର ପ୍ରଭାବ ଆରମ୍ଭ ହୋଇଛି। ଓଙ୍ଗୋଲ ନିକଟ ଦକ୍ଷିଣ ଉପକୂଳ ଅଞ୍ଚଳରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ…

ଆଜି ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ

ଓ୍ବାଶିଂଟନ,୩ା୧୧: ଆମେରିକାରେ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ଶେଷ ୨ ବର୍ଷ ପାଇଁ ଆମେରିକା କଂଗ୍ରେସକୁ କେଉଁ…

ହାଲୋଓ୍ବିନ୍‌ରେ ହିଂସା: ୨୪ ମୃତ

ଓ୍ବାଶିଂଟନ, ୩ା୧୧: ହାଲୋଓ୍ବିନ ସପ୍ତାହନ୍ତରେ ସମଗ୍ର ଆମେରିକାରେ ବିଭିନ୍ନ ସ୍ଥାନରେ ଅନେକ ଗୁଳିକାଣ୍ଡରେ ୨୪ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୦୦ଜଣ ଆହତ ହୋଇଛନ୍ତି। ଏହି…

ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ…

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା: ତିଳକ ଅଧିନାୟକ; ବୈଭବଙ୍କୁ ମିଳିଲା ସୁଯୋଗ, ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ, ୨।୧୧: ୨୦୨୬ ପୁରୁଷ ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ତିଳକ ବର୍ମାଙ୍କୁ ଦଳର ଅଧିନାୟକ ଏବଂ ରଜତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?