ନିର୍ମାଣ ଶେଷ ପରେ ବି ମିଳୁନି ଟଙ୍କା

କଟକ ଅଫିସ,୨।୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ୨୦୨୨ ଶେଷ ସୁଦ୍ଧା ସହରାଞ୍ଚଳରେ ସମସ୍ତ ବାସହୀନଙ୍କୁ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ପରିକଳ୍ପନା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସିଏମ୍‌ସିର ମୋଟ ୫୯ ୱାର୍ଡରେ ୨,୭୫୪ ହିତାଧିକାରୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମାତ୍ର ଆବାସ ବଣ୍ଟନରେ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।

ମିଳିଥିବା ତଥ୍ୟ ଅନୁଯାୟୀ ୫୭ନଂ ୱାର୍ଡ ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ସାବିତ୍ରୀ ସାହୁ ରହି ଆସୁଛନ୍ତି। ପିଏମ୍‌ଏଓ୍ବାଇରେ ତାଙ୍କୁ ଘର କରିବା ପାଇଁ କାର୍ଯ୍ୟାଦେଶ (ନମ୍ବର. ୨୦୯୬/୧୦।୮।୨୦୨୧) ମିଳିଥିଲା। ସେହି ଅନୁସାରେ ସେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଘର ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ଏଯାବତ୍‌ ତାଙ୍କୁ ଟଙ୍କାଟିଏ ମିଳି ନ ଥିବା ଅଭିଯୋଗ କରିଛନ୍ତି ା ନିଜ ହାତରୁ ସମସ୍ତ ଅର୍ଥ ଖର୍ଚ୍ଚ କରି ଏହି ଘର କରିଛନ୍ତି। ପ୍ରଥମେ ଆବାସ ନିୟମାନୁଯାୟୀ ଅଧା ଅଧା କରି ଘର କଲେ ା ବିଭାଗୀୟ ଅଧିକାରୀ ଆସି ଦେଖିଲେ, ପରେ ପଇସା ଦେବେ ବୋଲି କହି ଆଉ ଦେଲେ ନାହିଁ। ନିୟମାନୁଯାୟୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ମୋଟ ଦୁଇ ଲକ୍ଷ ଟଙ୍କା ମିଳିଥାଏ। ଖନନ ସମୟରେ ୪୦ ହଜାର, ଭିତ୍ତିମୂଳ ସମୟରେ ୬୦ ହଜାର, ଛାତ ପକାଇବା ସମୟରେ ୬୦ହଜାର ଓ କାର୍ଯ୍ୟ ସମ୍ପନ୍ନ ପରେ ୪୦ ହଜାର ଦିଆଯାଇଥାଏ। ସେହିପରି ୫୭ନଂ ୱାର୍ଡର ଆଉ ଜଣେ ହିତାଧିକାରୀ କାଳନ୍ଦୀ ସାମଲ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ତାଙ୍କୁ ଖଣ୍ଡେ ଘର ଏପଯର୍‌ୟନ୍ତ ମିଳିପାରି ନାହିଁ। ନିୟମ ଅନୁସାରେ ଫର୍ମ ପୂରଣ କରି ଦେଇଥିଲେ ସୁଦ୍ଧା ତାଙ୍କୁ ବାରମ୍ବାର ସିଏମ୍‌ସି ଅଫିସ ଦୈାଡ଼ାଇବା ସାର ହୋଇଛି। ୫୬ନଂ ୱାର୍ଡ ଅନ୍ତର୍ଗତ କାଜିପାଟଣା ଗ୍ରାମର ମଥୁରୀ ସାମଲ ସିଏମ୍‌ସିରୁ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ମାତ୍ର ସିଏମ୍‌ସିର କେତେଜଣ ଅସାଧୁ କର୍ମଚାରୀଙ୍କ ସହାୟତାରେ ମଥୁରୀଙ୍କୁ ମୃତ ଦର୍ଶାଇ ତାଙ୍କ ଜାଗା ଉପରେ ଅନ୍ୟ ଜଣେ ବ୍ୟକ୍ତି ଆବାସ ଯୋଜନାରେ ଘର ତିଆରି କରୁଛନ୍ତି। ଏହାକୁ ନେଇ ତତ୍‌କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ତଥା ସିଏମ୍‌ସି ପ୍ରଶାସନିକ ଅଧିକାରୀ ଅନୀଲ କୁମାର ସାମଲଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପରେ ପତ୍ର ନଂ. ୧୨୧୬/୯।୯।୨୦୨୧ରେ ନଗର ଉନ୍ନୟନ ଉପସଚିବ ସିଏମ୍‌ସି କମିଶନରଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ଲେଖିଥିଲେ। ଏପରି କି ସିଏମ୍‌ସି କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପିଆର୍‌ ନଂ. ୮୨୭୭/୨୨।୯।୨୦୨୧ରେ ସିଏମ୍‌ସି ବସ୍ତି ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ୧ନଂ ୱାର୍ଡର ପୂର୍ବତନ କର୍ପୋରେଟର ଚିତ୍ତ ଦାସଙ୍କ ନେତୃତ୍ୱରେ ଏକ ଦଳ ଗତ ୨୮ତାରିଖରେ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ଭେଟି ଆଲୋଚନା କରିଥିଲେ ଓ କମିଶନର ଏହାର ସମାଧାନ ଏକ ସପ୍ତାହ ମଧ୍ୟରେ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଚିତ୍ତ ଦାସ କହିଛନ୍ତି। ଅପରପକ୍ଷରେ ଘଟଣାର ଯଥାଶୀଘ୍ର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri