ନେଟ୍‌ଓ୍ବର୍କ ପାଇବାକୁ ନୟାନ୍ତ

ବଇଣ୍ଡା,୨୧ା୬: ପୂର୍ବରୁ କେବଳ ଯୋଗାଯୋଗର ମାଧ୍ୟମ ଥିବା ମୋବାଇଲ ଏବେ ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟ ତଥା ବ୍ୟସ୍ତ ଜୀବନର ତ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି। ବିମାନ ଟିକେଟ୍‌ ହେଉ କି ବ୍ୟାଙ୍କ ସେବା, ବହୁ କଷ୍ଟକର କାର୍ଯ୍ୟ ମଧ୍ୟ ଘରେ ବସି ଅତି ସହଜରେ ମୋବାଇଲରେ ଇଣ୍ଟରନେଟ୍‌ ଦ୍ୱାରା କରାଯାଇପାରୁଛି। ଶିକ୍ଷିତବର୍ଗ କିମ୍ବା ସହରୀଙ୍କ ନିକଟରେ ଏହା ଆଉ ସୀମିତ ହୋଇ ରହିନାହିଁ। ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ହେବାକୁ ଗ୍ରାମାଞ୍ଚଳର ସାଧାରଣ ଖଟିଖିଆ, ଗରିବ ଦିନମଜୁରିଆଙ୍କ ନିମନ୍ତେ ମୋବାଇଲ ନିହାତି ଜରୁରୀ ହୋଇପଡ଼ିଛି। କିନ୍ତୁ ଆଜିର ଡିଜିଟାଲ ଯୁଗରେ ମଧ୍ୟ ବହୁ ଗ୍ରାମବାସୀ ଏହି ସେବାରୁ ବଞ୍ଚିତ ରହିଛନ୍ତି। ଅନୁଗୋଳ ଜିଲା କିଶୋରନଗର ବ୍ଲକର ୧୭ଟି ଗଁାରେ ମୋବାଇଲ ନେଟଓ୍ବର୍କ ଆସୁ ନ ଥିବାରୁ ଏଠାକାର ରାଶନ କାର୍ଡଧାରୀଙ୍କୁ ଆଧାର ଲିଙ୍କ୍‌ ପାଇଁ କେତେବେଳେ ଡିଲରଙ୍କ ସହ ପାହାଡ଼ ଚଢ଼ିବାକୁ ହେଉଛି ତ ଆଉ କେତେବେଳେ ଦୂର ଗଁାକୁ ଯିବାକୁ ପଡ଼ୁଛି। ଏସ୍‌ଏମ୍‌ଏସ୍‌ ଦ୍ୱାରା ଆସୁଥିବା ସରକାରଙ୍କ ବିଭିନ୍ନ ଯୋଜନାର ସୂଚନା ଓ ସମ୍ଭାବ୍ୟ ବିପଦ ସମ୍ପର୍କିିତ ବାର୍ତ୍ତା ସେମାନଙ୍କୁ ମିଳିପାରୁ ନାହିଁ। ମହାମାରୀ ବେଳେ ଏସବୁ ଗଁାର ପିଲା ଅନ୍‌ଲାଇନ୍‌ରେ ଶିକ୍ଷା ପାଇପାରୁ ନାହାନ୍ତି। ଟିକା ପାଇଁ ରେଜିଷ୍ଟ୍ରେଶନ ତ ଦୂରର କଥା ଅଗ୍ନି ବିପତ୍ତି ବେଳେ ଅଗ୍ନିଶମ ବିଭାଗକୁ ମଧ୍ୟ ଏସବୁ ଗ୍ରାମବାସୀ ଯୋଗାଯୋଗ କରିପାରୁ ନାହାନ୍ତି।
କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତର ଖୋଲାରେଗେଡ଼ା, ବାଲିଆମ୍ବ, ନୂଆଁବାଲିଖମଣ ଗ୍ରାମରେ ମୋବାଇଲ ନେଟୱର୍କ ନାହଁି। ସେହିପରି କଣ୍ଟେଇକୋଳିଆ ପଞ୍ଚାୟତର ଅଁଳାବେରେଣି, ବାଲିଖମଣ, ହିଞ୍ଜିରିଡା, ଗୁଣ୍ଡୁରିଝରଣ, ରାଜନପାଳ, ଲକ୍ଷ୍ମୀପ୍ରିୟାପୁର, ବାଲିଆମ୍ବ ଏବଂ ଜାମ୍ବୁନାଳୀ ପଞ୍ଚାୟତର ମଧପୁର, ଗୋଳାସର, ବାଦିବାହଳ, ଅଶ୍ରୁବାହଳ, ନଗାଝରଣ, ଖଣ୍ଡବର ଆଦି ଗ୍ରାମରେ ମୋବାଇଲ ନେଟୱର୍କ ଏବେ ବି ଅପହଞ୍ଚ ରହିଛି। ଫଳରେ ଏସବୁ ଅଞ୍ଚଳର ଲୋକେ ସରକାରଙ୍କ ପକ୍ଷରୁ ଏସ୍‌ଏମ୍‌ଏସ୍‌ରେ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କିତ ସୂଚନା ଠିକ୍‌ଭାବେ ପାଇପାରୁ ନାହାନ୍ତି। ଜଙ୍ଗଲ ଅଧ୍ୟୁଷିତ ଏହି ଗ୍ରାମଗୁଡିକରେ ଅନେକ ଦିନମଜୁରିଆ ଅଛନ୍ତି। ସେମାନେ ଜବ୍‌ କାର୍ଡ କରିଥିବା ବେଳେ ମଜୁରି ଟଙ୍କା ଆକାଉଣ୍ଟକୁ ଆସିଲା କି ନାହିଁ ଜାଣିପାରୁନାହାନ୍ତି। ଏଥିପାଇଁ ଅଯଥାରେ ସେମାନଙ୍କୁ ୧୫ ରୁ ୨୦ କିଲୋମିଟର ଦୂର ବଇଣ୍ଡାସ୍ଥିତ ବ୍ୟାଙ୍କକୁ ଯିବାକୁ ପଡ଼ୁଛି। ସେହିପରି ଲିଙ୍କ୍‌ ନ ଥିବାରୁ ରାଶନକାର୍ଡଧାରୀମାନେ ଡିଲରଙ୍କ ସହ ମୋବାଇଲ୍‌ ଧରି ନିକଟସ୍ଥ ପାହାଡ ଉପରକୁ ଯାଉଛନ୍ତି। ସେଠାରେ ନେଟଓ୍ବର୍କ ଆସୁଥିବାରୁ ଲିଙ୍କ୍‌ କରିବା ପରେ ଚାଉଳ, ଗହମ ପାଇପାରୁଛନ୍ତି। ସରକାର ଏବେ ପ୍ରତ୍ୟେକ ବ୍ୟବସ୍ଥାକୁ ଅନ୍‌ଲାଇନ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚାହଁୁଥିବାରୁ ଏହି ୧୭ ଗ୍ରାମବାସୀ ସେଥିରୁ ବାଦ୍‌ ପଡ଼ୁଛନ୍ତି। କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରୁ ୧୫ କିଲୋମିଟର ଦୂରରେ ଥିବା ଏସବୁ ଗ୍ରାମବାସୀ ଜାମ୍ବୁନାଳୀ ଠାରେ ଏକ ମୋବାଇଲ ଟାୱାର ବସାଇବାକୁ ୧୨ ମେ ୨୦୧୭ ଓ ୨୫ ଜୁନ ୨୦୧୯ରେ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ଟେଲିକମ୍‌ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଟେଲିକମ୍‌ ସଂସ୍ଥାଗୁଡ଼ିକୁ ଅବଗତ କରାଯିବ
୩ ପଞ୍ଚାୟତର ୧୭ ଗ୍ରାମରେ କିଭଳି ମୋବାଇଲ ସେବା ପହଞ୍ଚିବ ସେ ନେଇ ବିଏସ୍‌ଏନ୍‌ଏଲ୍‌ ସହ ଟେଲିକମ ସଂସ୍ଥାଗୁଡ଼ିକୁ ଅବଗତ କରାଯିବ। ସରକାରଙ୍କ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଦିଆଯାଉଥିବା ସମସ୍ତ ସୂଚନା କିପରି ଏଠାକାର ଲୋକେ ମୋବାଇଲ ଦ୍ୱାରା ପାଇପାରିବେ ସେ ଦିଗରେ ଦୃଷ୍ଟି ଦିଆଯିବ।
-ଶ୍ୟାମଳ କୁମାର ରାଏ, ବିଡିଓ, କିଶୋରନଗର

ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନାହିଁ
ଜାମ୍ବୁନାଳୀ ପଞ୍ଚାୟତର ଗୋଟିଏ ଗାଁକୁ ଛାଡିଦେଲେ ଅନ୍ୟ ଗ୍ରାମଗୁଡିକରେ ମୋବାଇଲ ନେଟଓ୍ବର୍କ ଆସୁନି। ଲୋକଙ୍କ ନିକଟରେ ସରକାରଙ୍କ ଏସ୍‌ଏମ୍‌ଏସ୍‌ ପହଞ୍ଚୁ ନାହଁି। ଏ ନେଇ ପଞ୍ଚାୟତ ପକ୍ଷରୁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି କେନ୍ଦ୍ର ଟେଲିକମ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଦୀର୍ଘଦିନ ଅପେକ୍ଷା ପରେ ମଧ୍ୟ ସୁଫଳ ମିଳୁନି।
-ସ୍ବୟମ୍ବର ପ୍ରଧାନ, ସରପଞ୍ଚ, ଜାମ୍ବୁନାଳୀ

ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଅବହେଳା
ଜଙ୍ଗଲ ଅଞ୍ଚଳରେ ଏହି ଗ୍ରାମଗୁଡିକ ଥିବାରୁ ସରକାରୀ ସ୍ତରରେ ଅବହେଳା କରାଯାଉଛି। ମୋବାଇଲ ନେଟଓ୍ବର୍କ କି ଇଣ୍ଟରନେଟ୍‌ ସୁବିଧା ଲୋକଙ୍କୁ ମିଳୁନି। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ। ଗ୍ରାମାଞ୍ଚଳରେ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ସ୍ଥାପନ ହୋଇପାରୁ ନାହିଁ।
-ଅଜୟ ସାହୁ, ଲକ୍ଷ୍ମୀପ୍ରିୟାପୁର

୨ କିଲୋମିଟର ଯିବାକୁ ପଡ଼ୁଛି
ଗ୍ରାମରୁ ୨ କିଲୋମିଟର ଦୂରକୁ ଗଲେ ମୋବାଇଲରେ ନେଟଓ୍ବର୍କ ଆସୁଛି। ଜରୁରୀ କାର୍ଯ୍ୟ ପାଇଁ ଲୋକେ ସେଠାକୁ ଯାଇପାରୁଛନ୍ତି। ହେଲେ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ କ୍ଲାସ କରିପାରୁ ନାହାନ୍ତି। ତୁରନ୍ତ କିପରି ମୋବାଇଲ ଟାୱାର ବସାଯିବା ସେ ଦିଗରେ ପ୍ରଶାସନ ପଦକ୍ଷେପ ନେଲେ ସମସ୍ୟାର ସମାଧାନ ହୁଅନ୍ତା।
– ଅପି ଦେହୁରୀ, ଅଁଳାବେରେଣି

ଜରୁରୀ ସମୟରେ ଯୋଗାଯୋଗ ହେଉନି
ନେଟଓ୍ବର୍କ ନ ଥିବାରୁ ଜରୁରୀ ବେଳେ କାହାକୁ ଯୋଗାଯୋଗ କରିହେଉ ନାହିଁ। ବିଶେଷକରି ବିପଦ ସମୟରେ ଥାନା କି ଅଗ୍ନିଶମ ବିଭାଗକୁ ଫୋନ କରିହେଉ ନାହିଁ। ମଜୁରି ଅର୍ଥ ହେଉ କି ସବ୍‌ସିଡି, ଆକାଉଣ୍ଟକୁ ସରକାର ଟଙ୍କା ପଠାଇଛନ୍ତି କି ନାହିଁ ତାହା ଜାଣିହେଉ ନାହିଁ। ରାଶନ ସାମଗ୍ରୀ ପାଇଁ ମଧ୍ୟ ହଇରାଣ ହେବାକୁ ପଡ଼ୁଛି।
-ଶିବାନୀ ପ୍ରଧାନ, ଗୋଳାସର


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ନବୀନ କରିବେ ବଡ଼ ଘୋଷଣା! ସୁଜାତା କାର୍ତ୍ତିକେୟନକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର,୨୬।୬: ଗୁରୁବାର ବିଜେଡିରେ ମିଶିପାରନ୍ତି ସୁଜାତା କାର୍ତ୍ତିକେୟନ। ବୁଧବାର ବରିଷ୍ଠ ନେତାଙ୍କ ସହ ନବୀନଙ୍କ ଆଲୋଚନା ପରେ ବଢ଼ିଲା ଚର୍ଚ୍ଚା। ଶଙ୍ଖ ଭବନରେ ଏନେଇ ନବୀନ ବଡ଼…

କେନ୍ଦ୍ର ସରକାର ବଦଳାଇଲେ ରାଶନ ନିୟମ! ଏବେ ପରିବାର ନୁହେଁ, ସଦସ୍ୟଙ୍କ ସଂଖ୍ୟା ଆଧାରରେ ମିଳିବ…

ନୂଆଦିଲ୍ଲୀ, ୨୪।୬: ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା…

ପୁରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪ା୬(ଅଜିତ କୁମାର ମହାନ୍ତି): ପୁରୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା…

ମେଡିସିନ୍‌ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍‌ରେ ଚାଲିଛି ତଦନ୍ତ

ଭୁବନେଶ୍ୱର,୨୪।୬: ରାଜଧାନୀର ଝାରପଡ଼ା ସ୍ପେଶାଲ୍‌ ଜେଲ୍‌ରେ ୭ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ…

ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪

ଭୁବନେଶ୍ୱର,୨୪।୬(ରବିନାରାୟଣ ଜେନା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri