ପୁଆଣିଆଁ କ୍ରଶର ପାଇଁ ନାହିଁ ଆଇନ୍‌

ନୟାଗଡ଼ ଅଫିସ,୩।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁ ଅଞ୍ଚଳରେ କ୍ରଶର ଜଙ୍ଗଲକୁ ନଷ୍ଟ କରି ଚାଲିଛି ବୋଲିି ଅଭିଯୋଗ ହେଉଛି । ଏଠାରେ ବର୍ଷକର ଟାର୍ଗେଟକୁ ମାସକରେ ଶେଷ କରି ସରକାରଙ୍କ ରାଜସ୍ବ ହରିଲୁଟ୍‌ ଚାଲିଛି। ଦିନ ଦ୍ୱିପ୍ରହରରେ ଜଙ୍ଗଲରୁ ଗଛ କାଟି ରାସ୍ତା କରାଯାଉଛି। ପୁଣି ବେଆଇନ ଭାବେ ଗଛ କାଟି ଅବାଧରେ ବିକ୍ରି ଚାଲିଛି। ଏଭଳି ସମୟରେ ଗତ ମାର୍ଚ୍ଚ ୩୧ରୁ ଖଣିଖନନ କାର୍ଯ୍ୟାଦେଶର ତାରିଖ ଚାଲି ଯାଇଥିବାବେଳେ ସରକାରୀ ନିୟମକୁ ଅଣଦେଖା କରି ଖଣି ଖନନ ଚାଲିଛି। ତହସିଲଦାର ଅଥବା ଅନ୍ୟକେହି ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଯାଉ ନ ଥିବାରୁ ଅବଧି ଶେଷ ପରେ ବି ବେଆଇନ ଭାବେ ଖଣିଜ ଚାଲାଣ ଚାଲିଛି। ଅନ୍ୟପକ୍ଷେ ବେଆଇନ ବ୍ଲାଷ୍ଟିଂ ଯୋଗୁ ପୁଆଣିଆଁରେ ମୃଦୁ ଭୂମିକମ୍ପ ପରି ଅନୁଭୂତ ହେଉଛି ବୋଲି ଓଡ଼ଗାଁ ତହସିଲଦାର, ନୟାଗଡ଼ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ପୁଆଣିଆଁ ଟାଙ୍ଗିରୀ ପାହାଡ଼ରେ କ୍ରଶର ଚାଲିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଥିବାବେଳେ ପ୍ରଶାସନ ଲୋକଙ୍କ ଅଭିଯୋଗକୁ ଅଣଦେଖା କରି ଆସୁଛି। ଏଠାରେ ଯେଉଁ କ୍ରସର ଚାଲୁଥିଲା ତାର ଅବଧି ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା। ତେବେ ସମୟ ଡେଇଁ ସାରିବା ପରେ ବି ପୁଆଣିଆଁ କ୍ରଶର ଚାଲୁଛି । ପ୍ରତିଦିନ ସନ୍ଧ୍ୟାରେ ମୁଣ୍ଡିଆରେ ବ୍ଲାଷ୍ଟିଂ ହେଉଛି । ବ୍ଲାଷ୍ଟିଂ ଯୋଗୁ ଛାତ ଘରେ ଫାଟ ସୃଷ୍ଟି ହେଲାଣି । ଶସ୍ୟକ୍ଷେତ୍ରରେ ପଥର ଖଣ୍ଡ ପଡି ଫସଲ ନଷ୍ଟ ହେଉଛି। ଗାଁରେ ସବୁବେଳେ ଟ୍ରକ୍‌, ହାଇୱା ପରି ଭାରିଯାନ ଯାତାୟତ ଯୋଗୁ ରାସ୍ତା ନଷ୍ଟ ହୋଇ ମରଣଯନ୍ତା ପାଲଟିଛି। ଅନ୍ୟପକ୍ଷେ ବର୍ଷକୁ ୧୯୮୦ କ୍ୟୁବିକ ମିଟର ଖନନ ପାଇଁ ନିର୍ଦ୍ଦେଶ ଥିବାବେଳେ ମାସକରେ ଏହାକୁ ଶେଷ କରି ୧୨ ଗୁଣା ଅଧିକ ଖନନ ଶେଷ ହେଲାଣି । ପୁଣି ବେଆଇନ ଭାବେ ରାସ୍ତା ନିର୍ମାଣ କରାଯାଉଛି । ଗଛ କାଟି ଜଙ୍ଗଲକୁ ପଦା କରାଚାଲିଛି । କ୍ରଶର ନେଇ ଅଭିଯୋଗ କଲେ ଅଭିଯୋଗକାରୀଙ୍କୁ ନାଲି ଆଖି, ଧମକଚମକ, ଟଙ୍କା ପଇସା ଓ ରାଜନୈତିକ ଚାପ ପକାଇ ଚୁପ୍‌ କରାଯାଉଛି। କେତେଜଣ ସ୍ଥାନୀୟ ବାସିନ୍ଦା ନିଜ ନାମ ଗୋପନ ରଖି କହିଛନ୍ତି, କ୍ରସର ଜଙ୍ଗଲକୁ ଖାଇ ଚାଲିଛି । କ୍ରଶରଟି ଜଣେ ପ୍ରଭାବଶାଳୀ ବିଧାୟକଙ୍କ ହୋଇଥିବାରୁ ବାରମ୍ବାର ଅଭିଯୋଗ କଲେ ସୁଫଳ ମିଳୁନି । ପ୍ରଶାସନିକ ଅଧିକାରୀ ଚାପରେ ଚେପା ହୋଇ ତଦନ୍ତକୁ ଭୁଲି ଯାଉଛନ୍ତି। ଗତ କିଛି ମାସ ତଳେ ଜିଲାପାଳ ଜିଲାର ବିଭିନ୍ନ ଖଣି ଖାଦାନ ଉପରେ ଚଢ଼ାଉ କରି ଲୋକଙ୍କ ପ୍ରିୟ ହୋଇଥିଲେ। ତେବେ ପୁଆଣିଆଁ କ୍ରଶର ଉପରେ ଚଢ଼ାଉ ପାଇଁ ଜିଲାପାଳ ସମୟ ଦେଇପାରୁ ନାହାନ୍ତି । ଏଣୁ ପୁଆଣିଆଁ କ୍ରସରକୁ ଆମ ମୁଣ୍ଡିଆରୁ ହଟାଇବା ଦରକାର ବୋଲି କହିଛନ୍ତି । ଏନେଇ ତହସିଲଦାର ଅନିଲ ଆଚାର୍ଯ୍ୟ କୁହନ୍ତି, ନିଲାମ ଅବଧି ଶେଷ ହୋଇଯାଇଥିବାରୁ ନୋଟିସ୍‌ ହୋଇଥିଲା। ଖଣି ଖନନ ଚାଲିଛି କି ନଁା ତଦନ୍ତ ପରେ ଜଣାପଡିବ। ପୁଣି ବେଆଇନ କାର୍ଯ୍ୟର ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri