୧୫ ଦିନ ହେଲା ଇନ୍‌ସୁଲିନ ମିଳୁନି

ନୟାଗଡ଼ ଅଫିସ,୨୧ା୨:ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଇନ୍‌ସୁଲିନ୍‌ ମିଳୁନି। ରୋଗୀ ୧୫ ଦିନ ହେଲା ନିରାମୟ କାଉଣ୍ଟର ସମ୍ମୁଖରେ ଧାଡିରେ ଛିଡା ହୋଇ ଅପେକ୍ଷା କରି କରି ଫେରୁଛନ୍ତି। ଏଭଳି ଅସୁବିଧାକୁ ସମାଧାନ କରାଯାଉ ନ ଥିବାରୁ ଅସନ୍ତୋଷ ବଢ଼ି ଚାଲିଛି। ରୋଗୀଙ୍କୁ କାଲି ଆସ, ପରଦିନ ଆସ କହି ବାରମ୍ବାର ଚିକିତ୍ସାଳୟକୁ ଦୌଡାଇ ହଇରାଣ କରାଯାଉଛି। ଚିକିତ୍ସାଳୟରେ ଇନ୍‌ସୁଲିନ୍‌ ମିଳୁ ନ ଥିବାବେଳେ ଡେପ୍ଲୟଡ ହୋଇଥିବା ଜଣେ ଫାର୍ମାସିଷ୍ଟ ଇନ୍‌ସୁଲିନ୍‌ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏପରିକି କିଛି ସରକାରୀ ଔଷଧକୁ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ରହିଛି। ଅଭିଯୋଗ ସତ୍ୟ ହେଲେ ଫାମାସିଷ୍ଟ କେଉଁଠୁ, କିପରି ଇନ୍‌ସୁଲିନ୍‌ ଓ ସରକାରୀ ଔଷଧ ପାଉଛନ୍ତି ତା’ର ତଦନ୍ତ ହେବା ଦରକାର। ନିରାମୟ କାଉଣ୍ଟରରେ ଇନ୍‌ସୁଲିନ ନ ମିଳିବା ଓ ରୋଗୀଙ୍କୁ ଫାର୍ମାସିଷ୍ଟ ଇନ୍‌ସୁଲିନ୍‌ ବିକ୍ରି କରିବା ଘଟଣା ସରକାରଙ୍କ ମାଗଣା ଔଷଧ ଯୋଗାଣକୁ ପ୍ରହସନରେ ପରିଣତ କରିଛି। ପ୍ରଶ୍ନ ଉଠୁଛି ୧୫ ଦିନ ହେଲା ଇନ୍‌ସୁଲିନ୍‌ କାହିଁକି ରୋଗୀଙ୍କୁ ଦିଆଯାଉନି। ଯଦି ଷ୍ଟକ ଆସିନି ବଜାରରୁ କିଣି କରି ଦିଆଯିବାର କାହିଁକି ବ୍ୟବସ୍ଥା କରାଯାଉନି। ୧୫ଦିନ ହେଲା ରୋଗୀ ଇନ୍‌ସୁଲିନ୍‌ ନେବା ପାଇଁ ଚିକିତ୍ସାଳୟକୁ କାହିଁକି ଦୌଡୁଛନ୍ତି। ଅନ୍ୟପକ୍ଷେ ଜଣେ ଡେପ୍ଲୟଡ ଫାମସିଷ୍ଟ ଇନ୍‌ସୁଲିନ୍‌ ବିକ୍ରିି କରୁଥିଲେ ମଧ୍ୟ ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ରୋଗୀମାନେ ଅଭିଯୋଗ କରିଛନ୍ତି। ନୟାଗଡ଼ର ସିତା ସ୍ବାଇଁ କୁହନ୍ତି, ମୋ ଶ୍ୱଶୁରଙ୍କର ଇନ୍‌ସୁଲିନ୍‌ ଦରକାର। ଜିଲା ମୁଖ୍ୟ ଚିକିତ୍ସାଳୟକୁ ବାରମ୍ବାର ଦୌଡି ଫେରିବାକୁ ପଡୁଛି। ଗୋଡିପଡ଼ାର ମାନସ ମିଶ୍ର କୁହନ୍ତି, ମୋ ନନାଙ୍କର ଡାଇବେଟିସ୍‌ ଅଛି। ସେ ଇନ୍‌ସୁଲିନ୍‌ ନେଉଛନ୍ତି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଇନ୍‌ସୁଲିନ୍‌ ମିଳୁନାହିଁ। ଇନ୍‌ସୁଲିନ୍‌ ପାଇଁ ନୟାଗଡ଼ ବାରମ୍ବାର ଦୌଡିବାକୁ ପଡୁଥିଲେ ମଧ୍ୟ ହଇରାଣ ହେବାକୁ ପଡୁଛି। ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ ନଁା ଗୋପନ ରଖି କହିଛନ୍ତି ଇନ୍‌ସୁଲିନ୍‌ ବିକ୍ରି କରିବା ଠିକ୍‌ ନୁହେଁ। ନିଜର ଖାସ୍‌ ଲୋକଙ୍କୁ ଇନ୍‌ସୁଲିନ୍‌ ମାଗଣାରେ ଦିଆଯାଉଛି। କେତେଜଣ ଲୋକଙ୍କୁ ମଧ୍ୟ ବିକ୍ରି ହେଉଛି। ଜଣେ ଫାମସିଷ୍ଟ ବେଆଇନ କାର୍ଯ୍ୟ କରୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା କହିଛନ୍ତି। ସିଡିଏମ୍‌ଓ ମକରନ୍ଦ ବେଉରାଙ୍କୁ ପଚାରିବାରେ ଇନ୍‌ସୁଲିନ୍‌ ମିଳୁନି ବୋଲି ମୋ ପାଖରେ ଖବର ନାହିଁ। ତୁରନ୍ତ ଏହାର ପ୍ରତିକାର କରାଯିବ। ଅନ୍ୟପକ୍ଷେ ଫାମସିଷ୍ଟ ଇନ୍‌ସୁଲିନ୍‌ ବିକ୍ରି କରୁଥିବା ଅଭିଯୋଗ ମିଳିନାହିଁ। ତେବେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କୁ ପଚାରିବାରେ ଏ ସମ୍ପର୍କରେ ସିଡିଏମ୍‌ଓଙ୍କ ସହ କଥା ହୋଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri