ଗୃହ ସଙ୍ଗରୋଧ ପାଇଁ ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୩।୫: କରୋନା ସଂକ୍ରମିତଙ୍କ ସଂଖ୍ୟା କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାର ଟପିଛି। ଶନିବାର ଚିହ୍ନଟ ୭୦ଜଣଙ୍କ ସହ ଏମାନଙ୍କ ସଂଖ୍ୟା ୧୦,୧୦୬ରେ ପହଞ୍ଚତ୍ଛି। ଏଥିମଧ୍ୟରୁ ୯,୫୨୩ ସୁସ୍ଥ ଥିବା ବେଳେ ଜିଲାର ୫୫୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକାଂଶ ସଂକ୍ରମିତ ଗୃହ ସଙ୍ଗରୋଧରେ ରହିଥିବା ବେଳେ ଘର, ପାଇଖାନା, ବାସନ କୁସନ ଆଦିର ଅଭାବ ପରିଲକ୍ଷିତ ହେଉଛି। ଶଟ୍‌ଡାଉନ, ସାପ୍ତାହିକ କଟକଣା ସହର ମଧ୍ୟରେ ସୀମିତ ରହୁଛି। ପ୍ରବାସୀ ଘରକୁ ଫେରୁଥିବା ବେଳେ ଗ୍ରାମାଞ୍ଚଳରେ କଟକଣା ମାନୁନାହାନ୍ତି। ସେହିପରି ଟିକାକରଣ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ବହୁ ପଛରେ ଅଛି। କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଭିତ୍ତିଭୂମି ଅଭାବ ପୂରଣ କରିବାକୁ ବୃଦ୍ଧିଜୀବୀ ବର୍ଗରେ ସ୍ବର ଉଠିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ବାନାମ୍ବର ସାହୁ, ପ୍ରତାପ କୁମାର ପାଢୀ, ଡା. ପି.ଏନ. ଗୌରାଙ୍ଗ, ଶିବାଶିଷ ମହାନ୍ତି ପ୍ରମୁଖ କହିଛନ୍ତି, ଜିଲାରେ କରୋନା ସଂକ୍ରମଣ ଗ୍ରାଫ୍‌ ଦିନକୁ ଦିନ ବଢ଼ୁଛି। ଦ୍ୱିତୀୟ ଲହରରେ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଜିଲାରେ ସପ୍ତାହାନ୍ତ କଟକଣା ଶନିବାର ଓ ରବିବାର ରହିଛି। ଏଥିସହ ସୋମବାରଠାରୁ ଅପରାହ୍ନ ୨ଟାଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି। ଏହାସହ ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ ଗ୍ରାମାଞ୍ଚଳରେ କଟକଣାକୁ ଗୁରୁତ୍ୱ ଦିଆଯାଉନାହିଁ। ଜିଲା ପ୍ରଶାସନ ସହର ମଧ୍ୟରେ ସୀମିତ ଥିବା ବେଳେ ବ୍ଲକ ପ୍ରଶାସନ ପାଇଁ ଆବଶ୍ୟକ ପୋଲିସ ବ୍ୟବସ୍ଥା ହୋଇପାରିନାହିଁ। କରୋନା ସଂକ୍ରମଣର ପ୍ରଥମ ଲହରରେ ଜିଲାକୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଘରକୁ ଫେରିଥିଲେ। ଦ୍ୱିତୀୟ ଲହରରେ ଅଧିକାଂଶ ରାଜ୍ୟ ଲକ୍‌ଡାଉନ ଆରମ୍ଭ ହେଉଥିବାରୁ ଜିଲାର ପ୍ରବାସୀ ଘରକୁ ଫେରୁଛନ୍ତି। ଏହି ପ୍ରବାସୀଙ୍କୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ପଞ୍ଚାୟତସ୍ତରୀୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସଂକ୍ରମଣଜନିତ ପରୀକ୍ଷା କରାଯାଉଥିଲା। ଏବେ ତାହା ମଧ୍ୟ ବନ୍ଦ ଅଛି। ଜିଲାର ୬୫ପ୍ରତିଶତ ଲୋକଙ୍କ ଆର୍ଥିକ ସ୍ଥିତି ଅତି ଦୁର୍ବଳ। ଗୋଟିଏ ଘରେ ପରିବାରର ସମସ୍ତ ସଦସ୍ୟ ରହୁଛନ୍ତି। ଜିଲାରେ ୮୦ ପ୍ରତିଶତ ଘରେ ଗାଧୁଆ ଘର ନ ଥିବାବେଳେ ପ୍ରାୟ ୪୦ ପ୍ରତିଶତଙ୍କ ଘରେ ପାଇଖାନା ନାହିଁ। ସେହିପରି ସହରାଞ୍ଚଳ ବସ୍ତିରେ ପାଇଖାନା ଓ ଗାଧୁଆ ଘରର ସମସ୍ୟା ରହିଛି। ସଙ୍ଗରୋଧରେ ରହୁଥିବା କରୋନା ସଂକ୍ରମିତଙ୍କ ପାଇଁ ପୃଥକ୍‌ ଘର ନ ଥିବାରୁ ଗୃହ ସଙ୍ଗରୋଧ ନିୟମ ଧର୍ମକୁ ଆଖିଠାର ହୋଇଛି। ୨୦୨୦ରେ ବିଭିନ୍ନ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଓ କୋଭିଡ୍‌ ଚିକିତ୍ସାଳୟ ବ୍ୟବସ୍ଥା ହୋଇଥିଲା। ତେବେ ଦ୍ୱିତୀୟ ଲହରରେ ଏହି ବ୍ୟବସ୍ଥା ପୂରା ଶୀତଳଭଣ୍ଡାରକୁ ଚାଲିଯାଇଛି। କରୋନା ସଂକ୍ରମଣ ରୋକିବାକୁ ଟିକାକରଣ ଏକମାତ୍ର ଉପାୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ରାଜ୍ୟର ଅନ୍ୟ ଜିଲା ତୁଳନାରେ ବହୁ ପଛରେ ପଡିଛି। ଜିଲାର ୧୨ଲକ୍ଷରୁ ଅଧିକ ଲୋକ ଟିକା ନେବାକୁ ଉପଯୁକ୍ତ ଥିବା ବେଳେ ଅଦ୍ୟାବଧି ମାତ୍ର ୧ ଲକ୍ଷ ୭୭ ହଜାର ଡୋଜ୍‌ର ଟିକାକରଣ ହୋଇଛି। ଏଥିରୁ ମାତ୍ର ୩୪ ହଜାର ଲୋକ ଟିକାର ଦୁଇ ଡୋଜ୍‌ ନେଇଥିବା ବେଳେ ୧ ଲକ୍ଷ ୯ ହଜାର ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ଟିକାର ଅଭାବ ପାଇଁ ଟିକାକରଣ ବନ୍ଦ ରହୁଛି। ପର୍ଯ୍ୟପ୍ତ ଟିକା ଜିଲାକୁ ଆଣିବା ସହ ଟିକାକରଣ ପାଇଁ ଅଧିକ କାଉଣ୍ଟର ଆବଶ୍ୟକ। ସେହିପରି ସଙ୍ଗରୋଧ କେନ୍ଦ୍ର ଓ କୋଭିଡ୍‌ ଚିକିତ୍ସା କେନ୍ଦ୍ର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, ଟିକାକରଣ ସମସ୍ୟା ସୁଧୁରି ଯାଇଛି। ଅଧିକ କାଉଣ୍ଟରର ବ୍ୟବସ୍ଥା ହେଉଛି। ଗ୍ରାମାଞ୍ଚଳରେ କଟକଣାକୁ ଠିକ୍‌ ଢଙ୍ଗରେ ପାଳନ ପାଇଁ ସଚେତନତା ସହ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡାହାଡ଼ ଡ୍ୟାମ୍‌: ୬୪ କୁମ୍ଭୀର ଚିହ୍ନଟ

ଦିଗପହଣ୍ଡି,୧୧ା୧(ଡି.ଏନ.ଏ.): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘୋଡାହାଡ଼ ଡ୍ୟାମ୍‌ରେ ଗତ ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ମଙ୍ଗଳବାର ଶେଷ ହୋଇଛି। ଦିଗପହଣ୍ଡି ବନ ବିଭାଗ...

ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ମୂକ ବଧିର ଛାତ୍ରୀଛାତ୍ର

ସୁନାବେଡ଼ା,୨ା୯(ସ୍ବ.ପ୍ର.):ସରକାର ଶାରୀରିକ ଓ ମାନସିକ ଅନଗ୍ରସରମାନଙ୍କ ବିକାଶ ଲାଗି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ସେଥିରୁ ଲାଭ ନେଉଛନ୍ତି କେତେଜଣ ପ୍ରଶାସନିକ ଅଧିକାରୀ ଓ ଠିକାଦାର୍‌...

ସ୍ୟାଣ୍ଡ ଆନିମେଶନରେ ନିର୍ଭୟା ଦୋଷୀଙ୍କ ଫାଶୀ

ପୁରୀ ଅଫିସ,୨୧ା୩: ଶେଷରେ ଫାଶୀଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂ, ଅକ୍ଷୟ ସିଂ, ବିନୟ...

ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି, ଚାଲେଞ୍ଜକୁ ସାମ୍ନା କରିବି : ଦିବ୍ୟଶଙ୍କର

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): ବିମାନ ଉଡ଼ାଉଥିବା ପାଇଲଟରୁ ରାଜନେତା ବନିଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।...

ବୈତରଣୀ କୂଳ ପାଲଟିଛି ଗଞ୍ଜେଇ ଆଡ୍ଡା

ଯାଜପୁର ଟାଉନ,୧୯ା୧୦(ଡି.ଏନ୍‌.ଏ.): ଯାଜପୁର ସହରରେ ଗଞ୍ଜେଇ ଖୁଲମଖୁଲା ବିକ୍ରି ହେଉଛି। କମ ପରିଶ୍ରମରେ ଅଧିକ ଲାଭ ଆଶାରେ ଯୁବପିଢ଼ି ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ବେଳେ...

ଏଥର ଦୀପାବଳିରେ ଫୁଟିବନି ବାଣ…

କଟକ ଅଫିସ,୨୫।୧୦: ଦୀପାବଳିରେ ଗ୍ରୀନ କ୍ରାକର ବିକ୍ରି ଅନୁମତି ଦେବାକୁ ଆବେଦନ ହୋଇଥିଲା ଯାହାକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଲ ଓଡିଶା ଫାୟାର ୱାର୍କର୍ସ...

ସାକ୍ଷୀଙ୍କୁ ଧମକ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୦ା୧-ଏକ ହତ୍ୟା ଉଦ୍ୟମ ମାମଲାର ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜଗଦଳପୁରର ହେମନ୍ତ...

ପୋଲିସ ପରିଚୟ ଦେଇ ଲୁଟିନେଲେ ୭ଟି ଛେଳି ଓ ମୋବାଇଲ

ଗଞ୍ଜାମ,୨୯ା୬(ଡି.ଏନ.ଏ.)-କରୋନା ଭୂତାଣୁ ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଦୁର୍ବୃତ୍ତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ପୁଇଁତୋଳା...

Advertisement
Archives

Model This Week