ଗୃହ ସଙ୍ଗରୋଧ ପାଇଁ ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୩।୫: କରୋନା ସଂକ୍ରମିତଙ୍କ ସଂଖ୍ୟା କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାର ଟପିଛି। ଶନିବାର ଚିହ୍ନଟ ୭୦ଜଣଙ୍କ ସହ ଏମାନଙ୍କ ସଂଖ୍ୟା ୧୦,୧୦୬ରେ ପହଞ୍ଚତ୍ଛି। ଏଥିମଧ୍ୟରୁ ୯,୫୨୩ ସୁସ୍ଥ ଥିବା ବେଳେ ଜିଲାର ୫୫୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକାଂଶ ସଂକ୍ରମିତ ଗୃହ ସଙ୍ଗରୋଧରେ ରହିଥିବା ବେଳେ ଘର, ପାଇଖାନା, ବାସନ କୁସନ ଆଦିର ଅଭାବ ପରିଲକ୍ଷିତ ହେଉଛି। ଶଟ୍‌ଡାଉନ, ସାପ୍ତାହିକ କଟକଣା ସହର ମଧ୍ୟରେ ସୀମିତ ରହୁଛି। ପ୍ରବାସୀ ଘରକୁ ଫେରୁଥିବା ବେଳେ ଗ୍ରାମାଞ୍ଚଳରେ କଟକଣା ମାନୁନାହାନ୍ତି। ସେହିପରି ଟିକାକରଣ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ବହୁ ପଛରେ ଅଛି। କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଭିତ୍ତିଭୂମି ଅଭାବ ପୂରଣ କରିବାକୁ ବୃଦ୍ଧିଜୀବୀ ବର୍ଗରେ ସ୍ବର ଉଠିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ବାନାମ୍ବର ସାହୁ, ପ୍ରତାପ କୁମାର ପାଢୀ, ଡା. ପି.ଏନ. ଗୌରାଙ୍ଗ, ଶିବାଶିଷ ମହାନ୍ତି ପ୍ରମୁଖ କହିଛନ୍ତି, ଜିଲାରେ କରୋନା ସଂକ୍ରମଣ ଗ୍ରାଫ୍‌ ଦିନକୁ ଦିନ ବଢ଼ୁଛି। ଦ୍ୱିତୀୟ ଲହରରେ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଜିଲାରେ ସପ୍ତାହାନ୍ତ କଟକଣା ଶନିବାର ଓ ରବିବାର ରହିଛି। ଏଥିସହ ସୋମବାରଠାରୁ ଅପରାହ୍ନ ୨ଟାଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି। ଏହାସହ ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ ଗ୍ରାମାଞ୍ଚଳରେ କଟକଣାକୁ ଗୁରୁତ୍ୱ ଦିଆଯାଉନାହିଁ। ଜିଲା ପ୍ରଶାସନ ସହର ମଧ୍ୟରେ ସୀମିତ ଥିବା ବେଳେ ବ୍ଲକ ପ୍ରଶାସନ ପାଇଁ ଆବଶ୍ୟକ ପୋଲିସ ବ୍ୟବସ୍ଥା ହୋଇପାରିନାହିଁ। କରୋନା ସଂକ୍ରମଣର ପ୍ରଥମ ଲହରରେ ଜିଲାକୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଘରକୁ ଫେରିଥିଲେ। ଦ୍ୱିତୀୟ ଲହରରେ ଅଧିକାଂଶ ରାଜ୍ୟ ଲକ୍‌ଡାଉନ ଆରମ୍ଭ ହେଉଥିବାରୁ ଜିଲାର ପ୍ରବାସୀ ଘରକୁ ଫେରୁଛନ୍ତି। ଏହି ପ୍ରବାସୀଙ୍କୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ପଞ୍ଚାୟତସ୍ତରୀୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସଂକ୍ରମଣଜନିତ ପରୀକ୍ଷା କରାଯାଉଥିଲା। ଏବେ ତାହା ମଧ୍ୟ ବନ୍ଦ ଅଛି। ଜିଲାର ୬୫ପ୍ରତିଶତ ଲୋକଙ୍କ ଆର୍ଥିକ ସ୍ଥିତି ଅତି ଦୁର୍ବଳ। ଗୋଟିଏ ଘରେ ପରିବାରର ସମସ୍ତ ସଦସ୍ୟ ରହୁଛନ୍ତି। ଜିଲାରେ ୮୦ ପ୍ରତିଶତ ଘରେ ଗାଧୁଆ ଘର ନ ଥିବାବେଳେ ପ୍ରାୟ ୪୦ ପ୍ରତିଶତଙ୍କ ଘରେ ପାଇଖାନା ନାହିଁ। ସେହିପରି ସହରାଞ୍ଚଳ ବସ୍ତିରେ ପାଇଖାନା ଓ ଗାଧୁଆ ଘରର ସମସ୍ୟା ରହିଛି। ସଙ୍ଗରୋଧରେ ରହୁଥିବା କରୋନା ସଂକ୍ରମିତଙ୍କ ପାଇଁ ପୃଥକ୍‌ ଘର ନ ଥିବାରୁ ଗୃହ ସଙ୍ଗରୋଧ ନିୟମ ଧର୍ମକୁ ଆଖିଠାର ହୋଇଛି। ୨୦୨୦ରେ ବିଭିନ୍ନ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଓ କୋଭିଡ୍‌ ଚିକିତ୍ସାଳୟ ବ୍ୟବସ୍ଥା ହୋଇଥିଲା। ତେବେ ଦ୍ୱିତୀୟ ଲହରରେ ଏହି ବ୍ୟବସ୍ଥା ପୂରା ଶୀତଳଭଣ୍ଡାରକୁ ଚାଲିଯାଇଛି। କରୋନା ସଂକ୍ରମଣ ରୋକିବାକୁ ଟିକାକରଣ ଏକମାତ୍ର ଉପାୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ରାଜ୍ୟର ଅନ୍ୟ ଜିଲା ତୁଳନାରେ ବହୁ ପଛରେ ପଡିଛି। ଜିଲାର ୧୨ଲକ୍ଷରୁ ଅଧିକ ଲୋକ ଟିକା ନେବାକୁ ଉପଯୁକ୍ତ ଥିବା ବେଳେ ଅଦ୍ୟାବଧି ମାତ୍ର ୧ ଲକ୍ଷ ୭୭ ହଜାର ଡୋଜ୍‌ର ଟିକାକରଣ ହୋଇଛି। ଏଥିରୁ ମାତ୍ର ୩୪ ହଜାର ଲୋକ ଟିକାର ଦୁଇ ଡୋଜ୍‌ ନେଇଥିବା ବେଳେ ୧ ଲକ୍ଷ ୯ ହଜାର ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ଟିକାର ଅଭାବ ପାଇଁ ଟିକାକରଣ ବନ୍ଦ ରହୁଛି। ପର୍ଯ୍ୟପ୍ତ ଟିକା ଜିଲାକୁ ଆଣିବା ସହ ଟିକାକରଣ ପାଇଁ ଅଧିକ କାଉଣ୍ଟର ଆବଶ୍ୟକ। ସେହିପରି ସଙ୍ଗରୋଧ କେନ୍ଦ୍ର ଓ କୋଭିଡ୍‌ ଚିକିତ୍ସା କେନ୍ଦ୍ର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, ଟିକାକରଣ ସମସ୍ୟା ସୁଧୁରି ଯାଇଛି। ଅଧିକ କାଉଣ୍ଟରର ବ୍ୟବସ୍ଥା ହେଉଛି। ଗ୍ରାମାଞ୍ଚଳରେ କଟକଣାକୁ ଠିକ୍‌ ଢଙ୍ଗରେ ପାଳନ ପାଇଁ ସଚେତନତା ସହ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?