Posted inଜାତୀୟ

୬ ମାସ ମଧ୍ୟରେ ଏଲ୍‌ଏସିରେ ହୋଇନି ଅନୁପ୍ରବେଶ: ଏଲ୍‌ଓସିରେ ୪୭ ଥର ଅନୁପ୍ରବେଶ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ, ୧୬।୯: ଗତ ୬ ମାସ ମଧ୍ୟରେ ଏଲ୍‌ଏସି କୌଣସି ଅନୁପ୍ରବେଶ ଘଟଣା ଘଟିନାହିଁ। ଏସମ୍ପର୍କରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାରରେ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସଭାରେ ଏଭଳି ସୂଚନା ଦେଇଛନ୍ତି। ଭାରତ ଚାଇନା ସୀମାରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ କୌଣସି ଅନୁପ୍ରବେଶ ହୋଇ ନ ଥିବା ସେ କହିଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ସୀମାରେ ଅଧିକ ସୈନ୍ୟ ମୁତୟନ କରିଛନ୍ତି। ମାତ୍ର ଅନୁପ୍ରବେଶ ଘଟଣା ଘଟି ନ ଥିବା ସେ କହିଛନ୍ତି। ଅପର ପକ୍ଷରେ ଭାରତ ପାକିସ୍ତାନ ମଧ୍ୟରେ ଜମ୍ମୁ-କଶ୍ମୀରର ଏଲ୍‌ଓସିରେ ୨୦୨୦ ଫେବୃୟାରୀରୁ ଜୁନ୍‌ ମଧ୍ୟରେ ୪୭ ଥର ଅନୁପ୍ରବେଶ ଉଦ୍ୟମ ହୋଇଛି। ସେଥିମଧ୍ୟରୁ ଫେବୃୟାରୀରେ କୌଣସି ଘଟଣା ଘଟି ନାହିଁ। ମାର୍ଚ୍ଚରେ ୪ ଥର, ଏପ୍ରିଲ୍‌ରେ ୨୪ ଥର, ମେ’ରେ ୮ଥର ଏବଂ ଜୁନ୍‌ରେ ୧୧ ଥର ଅନୁପ୍ରବେଶ ଉଦ୍ୟମ ହୋଇଥିଲା ବୋଲି ନିତ୍ୟାନନ୍ଦ ରାୟ କହିଛନ୍ତି। ତେବେ ଭାରତୀୟ ଯବାନଙ୍କ ପାଲଟା ଜବାବରେ ଏହା ପଣ୍ଡ ହୋଇଥିବା ସେ କହିଛନ୍ତି। ଭାରତ ପାକିସ୍ତାନ ଏବଂ ଭାରତ ଚାଇନା ସୀମାରେ କେତେ ଥର ଅନୁପ୍ରବେଶ ଘଟଣା ଘଟିଥିବା ପ୍ରଶ୍ନରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଏଭଳି ଉତ୍ତର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri