ଢେଙ୍କାନାଳ ଅଫିସ, ୩୦।୯ – ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଅର୍ଥ ଥାଇ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଏଥିପାଇଁ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଏମ୍ପି ମହେଶ ସାହୁ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜିଲାରେ ଅର୍ଥ ଥାଇ କୌଣସି କାର୍ଯ୍ୟ ହୋଇପାରୁନାହିଁ। ପୁନର୍ବାସ ଥଇଥାନ ଏବଂ ପାରିପାର୍ଶ୍ୱିକ ଉପଦେଷ୍ଟା କମିଟି (ଆରପିଡିଏସି) ବୈଠକ ବସୁନାହିଁ। ପ୍ରଶାସନିକ ଅଧିକାରୀ କଳକାରଖାନା ପରିଦର୍ଶନରେ ଯାଉନାହାନ୍ତି। କମ୍ପାନୀ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍ଆର) ଅନ୍ତର୍ଗତ ପାଣ୍ଠି କାର୍ଯ୍ୟକାରୀ ହେଉନାହିଁ। ଏମ୍ପିଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ (ଏମ୍ପି ଲାଡ୍) ପାଣ୍ଠି ଓ ବିଧାୟକଙ୍କ ହାତ ପାଣ୍ଠିରୁ ଅନୁମୋଦିତ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବ ହେଉଛି। ଆବଶ୍ୟକ କର୍ମଚାରୀ ଥାଇ ସଫେଇ କାମ ହେଉନାହିଁ। ବ୍ଲକ ଓ ପୌରସଂସ୍ଥାର କାର୍ଯ୍ୟରେ କେହି ସନ୍ତୁଷ୍ଟ ନୁହନ୍ତି ବୋଲି ଏମ୍ପି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
ପୌରସଂସ୍ଥା ଓ ବ୍ଲକରେ କୋଟି କୋଟି ଟଙ୍କା ଥିବାବେଳେ ବିକାଶମୂଳକ କାମରେ ଅବହେଳା କରାଯାଉଛି। ଆଲୋଚନାରୁ ଫଳ ନ ମିଳିବାରୁ ସେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ହେଲେ ଜିଲା ପ୍ରଶାସନ ନୀରବ ରହିଲା। ଜାତୀୟ ରାଜପଥର ଅବସ୍ଥା ଦେଖି ସାଧାରଣରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏଥିପାଇଁ ଆନ୍ଦୋଳନ ଡାକରା ଦେଇଥିଲେ। ହେଲେ ଜିଲାର ଛାମୁଆ ନେତୃବୃନ୍ଦ ଏହାକୁ ବିରୋଧ କଲେ। ଏମ୍ପି ଯାହା କଲେ ତାହା ପ୍ରଶାସନ ଓ ଦଳ ବିରୋଧୀ କହି ସମସ୍ତେ ଖସିଯାଉଛନ୍ତି। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମାଧାନ ପାଇଁ ସେ ଚେଷ୍ଟା କରୁଛନ୍ତି। ହେଲେ ଏଥିରେ ସହଯୋଗ ମିଳୁ ନ ଥିବା କହି ମହେଶ କ୍ଷୋଭ ବ୍ୟକ୍ତ କରିଛନ୍ତି। ଏମ୍ପିଙ୍କ ଏପରି ମନ୍ତବ୍ୟ ପରେ ଜିଲା ବିଜେଡିରେ ଭିନ୍ନ ଚର୍ଚ୍ଚା ଜୋର୍ ଧରିଛି।
ଏ ସଂକ୍ରାନ୍ତରେ ବିଜେଡି ଜିଲା ସଭାପତି ତଥା ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କୁହନ୍ତି, କୌଣସି ସମସ୍ୟାର ସମାଧାନ ଲାଗି ଦଳୀୟ ଜିଲା ସଭାପତି କି ମନ୍ତ୍ରୀ ହିସାବରେ ଏମ୍ପି କେବେ ଆଲୋଚନା କରିନାହାନ୍ତି। ତେଣୁ ଏ କଥାକୁ ସେ ଗୁରୁତ୍ୱ ଦେଉ ନ ଥିବା ପ୍ରତିକ୍ରିୟା ରଖିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…
ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…
ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ
ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…
ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି
ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…
ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…
ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା
ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…
ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…
ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି
ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…
ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍ କରି ପରିବାର ଲୋକଙ୍କୁ ଜଣାଇବାରୁ…
ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

