ସହାୟତା ଡେସ୍କରୁ ମିଳୁନି ସହଯୋଗ

ଅନୁଗୋଳ ଅଫିସ, ୩୦।୧୧: ମେଡିକାଲ ଆସିଥିବା ରୋଗୀଟିଏ ଉପଯୁକ୍ତ ଚିକିତ୍ସା ସେବା ପାଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଥାଏ। ଏପରି କି ବିଭାଗୀୟ ଡାକ୍ତରଙ୍କ ନିକଟରେ ସେ କିପରି ତୁରନ୍ତ ପହଞ୍ଚିପାରିବ ତାହା ମଧ୍ୟ ଜାଣି ନ ଥାଏ। ଏପରି ରୋଗୀଙ୍କୁ ତତ୍କାଳ ସହାୟତାର ହାତ ବଢ଼ାଇବା ସହ କେମିତି ଆବଶ୍ୟକ ଚିକିତ୍ସା ସେବା ମିଳିପାରିବ ତାହା ମେଡିକାଲରେ ଥିବା ହେଲ୍ସ ଡେସ୍କ କର୍ମଚାରୀମାନେ ବୁଝିବା କଥା। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ହେଲ୍ପ ଡେସ୍କର କେତେଜଣ କର୍ମଚାରୀ ରୋଗୀଙ୍କୁ ସାହାଯ୍ୟ ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ସହ ଜିଲାର ଅନ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ବିଭିନ୍ନ ସହଯୋଗ ଯୋଗାଇ ଦେବାକୁ ହେଲ୍ପ ଡେସ୍କରେ ୪୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୧୪ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ କାମ କରୁଛନ୍ତି। ଦୈନିକ ବିଭିନ୍ନ ୱାର୍ଡ ବୁଲି ମିଳୁଥିବା ସେବା ସମ୍ପର୍କରେ ରୋଗୀଙ୍କଠାରୁ ମତାମତ ସଂଗ୍ରହ କରି ସରକାରଙ୍କ ୫-ଟି ବିଭାଗକୁ ପଠାଇବା ସେମାନଙ୍କ ମୁଖ୍ୟ କାର୍ଯ୍ୟ। ଏଥିସହ ଡାକ୍ତର-ରୋଗୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା, ରୋଗୀଙ୍କୁ ବିଭିନ୍ନ ଓ୍ବାର୍ଡକୁ ନେବା ଆଣିବାରେ ସହଯୋଗ କରିବା, ଅଜଣା ରୋଗୀ ଆସିଲେ ସେମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିବା ହେଲ୍ପ ଡେସ୍କ କର୍ମଚାରୀଙ୍କ କାର୍ଯ୍ୟ। କିନ୍ତୁ ଜିଲାର ଅନ୍ୟ ଡାକ୍ତରଖାନା କଥା ଛାଡ଼ନ୍ତୁ, ମୁଖ୍ୟ ଚିକିତ୍ସାଳୟରେ ଥିବା ଏହି ହେଲ୍ପ ଡେସ୍କ କର୍ମଚାରୀମାନେ ଅନେକ ସମୟରେ ରୋଗୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଉ ନ ଥିବା ଅଭିଯୋଗ ହେଉଛି। ରବିବାର ଏହାର ଏକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ମହିଳାଙ୍କୁ ଧରି ତାଙ୍କ ସ୍ବାମୀ ଓ କୁନି ପୁଅ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେମାନେ ପ୍ରଥମେ ବହିର୍ବିଭାଗକୁ ଯାଇଥିଲେ। ହେଲେ ସେଠାରୁ ମହିଳାଙ୍କୁ ଓପିଡିରେ ଡାକ୍ତରଙ୍କ ନିକଟକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ମହିଳାଙ୍କୁ ସେଠାକୁ ଷ୍ଟ୍ରେଚରରେ ନେବାକୁ କେହି ନ ଥିଲେ। ହେଲ୍ପ ଡେସ୍କ କର୍ମଚାରୀମାନଙ୍କ ମଧ୍ୟ ଦେଖା ନ ଥିଲା। ଉପାୟ ଶୂନ୍ୟ ହୋଇ ସ୍ବାମୀ ଓ କୁନି ଶିଶୁ ଉକ୍ତ ଷ୍ଟ୍ରେଚରକୁ ଠେଲି ଠେଲି ଓପିଡିଯାଏ ନେଉଥିବା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କେବଳ ଏହି ଗୋଟିଏ ନୁହେଁ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଦୃଶ୍ୟ ଦୈନିକ ଦେଖିବାକୁ ମିଳୁଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର, ମ୍ୟାନେଜରଙ୍କ ଯାଏ ସମସ୍ତେ ଏପରି ଅଭିଯୋଗ ସମ୍ପର୍କରେ ଅବଗତ ରହୁଥିଲେ ମଧ୍ୟ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କିଛି କହୁ ନ ଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି।

ଉପଯୁକ୍ତ ପ୍ରଶିକ୍ଷଣର ଅଭାବ
ହେଲ୍ପ ଡେସ୍କ କର୍ମଚାରୀ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସହଯୋଗ ମନୋବୃତ୍ତିର ଅଭାବ ଦେଖିବାକୁ ମିଳୁଛି। ତେଣୁ ଠିକ୍‌ ଭାବେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନାହିଁ। ଏପରି ମାନସିକତା ପରିବର୍ତ୍ତନ ପାଇଁ କାଉନସେଲିଂ କରାଯିବା ଜରୁରୀ। ଏହାଛଡ଼ା ଆବଶ୍ୟକ ଅନୁସାରେ ହେଲ୍ପ ଡେସ୍କରେ ନିଯୁକ୍ତି ମଧ୍ୟ ଦିଆଯାଉ ନାହିଁ।
-ରଶ୍ମି ରଞ୍ଜନ ସାହୁ, ଅନୁଗୋଳ

କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
ରୋଗୀଙ୍କୁ ସହଯୋଗ କରିବା ପାଇଁ ହେଲ୍ପ ଡେସ୍କ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ଅନେକ ସମୟରେ ସୁଇପରମାନେ ରୋଗୀଙ୍କୁ ସାହାଯ୍ୟ କରୁଥିବା ଦେଖାଯାଉଛି। ମେଡିକାଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସମ୍ପୃକ୍ତ କର୍ମଚାରୀମାନେ ଢିଲା ମାରୁଛନ୍ତି। ତେଣୁ ଅବହେଳା କରୁଥିବା କର୍ମଚାରୀଙ୍କୁ ଦଣ୍ଡିତ କରାଯାଉ।
– ପ୍ରଦୀପ ଦେବତା, ଆଇନଜୀବୀ

କର୍ତ୍ତୃପକ୍ଷ ତଦାରଖ କରିବା ଆବଶ୍ୟକ
ଗ୍ରାମାଞ୍ଚଳରୁ ଆସୁଥିବା ଅନେକ ରୋଗୀ କେଉଁଠିକୁ ଯାଇ କିପରି ବିଭାଗୀୟ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେବେ ତାହା ଜାଣି ନ ଥାନ୍ତି। ଏ କ୍ଷେତ୍ରରେ ହେଲ୍ପ ଡେସ୍କ କର୍ମଚାରୀଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ତଦାରଖ କରୁ ନ ଥିବାରୁ କର୍ମଚାରୀମାନେ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି।
– ମାନସ ପାଳ, ଅନୁଗୋଳ

ଘଟଣାର ଅନୁଧ୍ୟାନ କରାଯିବ
ମେଡିକାଲରେ ରୋଗୀଙ୍କୁ ସହଯୋଗ କରିବା ପାଇଁ ହେଲ୍ପ ଡେସ୍କ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଅସହାୟ ରୋଗୀଙ୍କୁ ସହଯୋଗ ନ ମିଳିବା ଦୁର୍ଭାଗ୍ୟଜନକ। ମହିଳା ରୋଗୀଙ୍କୁ ଷ୍ଟ୍ରେଚରରେ ତାଙ୍କ ସ୍ବାମୀ ଓ ଶିଶୁ ଠେଲି ଠେଲି ନେବା ଅତ୍ୟନ୍ତ ନିନ୍ଦନୀୟ। ଯଦି ଏପରି ହୋଇଥିବ ତା’ହେଲେ ଘଟଣାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।
-ବିଶ୍ୱ ବିହାରୀ ମହାନ୍ତି, ଏଡିଏମ୍‌ଓ (ମେଡିକାଲ), ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ, ବାଂଲାଦେଶ ମୁହାଁ ‘ବୁଲ୍‌ବୁଲ୍‌’:ଓଡ଼ିଶାକୁ ମାଡ଼ ନ କରିପାରେ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଶକ୍ତିଶାଳୀ ହେଉଛି। ଘଣ୍ଟା...

ତେଲେଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ କଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୨୦ା୯(ଅସମାପିକା ସାହୁ): ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତରେ ଥିବା ବେଳେ ମଙ୍ଗଳବାର ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶନ...

ସେପ୍ଟେମ୍ବର ୧୧ରେ ଏନ୍‌ଇଇଟି ପିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ):ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନ୍‌ଇଇଟି ପିଜି ୨୦୨୧ ଆସନ୍ତା ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ। ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍‌ଜାମିନେଶନ(ଏନ୍‌ବିଏ) ଦ୍ୱାରା ପରିଚାଳିତ...

ଭିମ୍‌ସାରରୁ ଆସିଲା ପୁଣି ରାଗିଙ୍ଗ ଅଭିଯୋଗ

ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ପୁଣି ରାଗିଙ୍ଗ ଓ ମାର୍‌ପିଟ କରାଯାଇଥିବା ନେଇ କିଛି ଛାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଆଣ୍ଟି...

ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ

ଢେଙ୍କାନାଳ ଅଫିସ,୨୧।୯: ଢେଙ୍କାନାଳ ଜିଲା ସଦର ଥାନା କଙ୍କଡାହାଡ ଗ୍ରାମ ଛକରେ ବୁଧବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ କରାଯାଇଛି। ଭ୍ୟାନ୍‌ରେ...

ଆଜି ତୀରକମାଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର, ୨।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥତ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମଙ୍ଗଳା ଓ...

ଓଏସ୍‌ଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ, ଅଳକା ମିଶ୍ରଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ବର,୨୯।୬(ଅନିଲ ଦାସ): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ବାଗ୍‌ଚୀ ଟୁଇଟ କରି ନିଜେ ଏହି ସୂଚନା ଦେଇଛନ୍ତି।...

ବିଗିଡିବାରେ ଲାଗିଲାଣି କୋଭିଡ୍‌ ସ୍ଥିତି,ବସିବ ସମୀକ୍ଷା ବୈଠକ

ଭୁବନେଶ୍ୱର,୪।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌ ସ୍ଥିତିକୁ ନେଇ ମଙ୍ଗଳବାର ସମୀକ୍ଷା ବୈଠକ କରିବେ। ଅପରାହ୍ନ ୫ଟାରେ ଏହି ବୈଠକ ହେବା ନେଇ ସୂଚନା ରହିଛି।...

Advertisement
Archives

Model This Week